ମୁର୍ସିଦାବାଦରେ ସ୍ଥିତି ଭୟଙ୍କର ! ଭିଟା ମାଟି ଛାଡ଼ି ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି ଲୋକେ

ମୁର୍ସିଦାବାଦରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରର ଅନ୍ତ କେବେ ? ନିଜ ଦେଶରେ ଭିଟାମାଟି ଛାଡୁଛନ୍ତି ହିନ୍ଦୁ । କେନ୍ଦ୍ରୀୟ ଫୋର୍ସ ମୁତୟନ ପରେ ପରିସ୍ଥିତି ଶାନ୍ତ । ଭୋଟ୍ ପାଇଁ ମୁସଲିମ୍ ତୁଷ୍ଟିକରଣରେ ମମତା ଅନ୍ଧ କି ?
କେବେ ଘଟିବ ମୁର୍ସିଦାବାଦରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରର ଅନ୍ତ ? ଭୋଟ୍ ପାଇଁ ମୁସଲିମ୍ ତୁଷ୍ଟିକରଣରେ ମମତା ହୋଇଯାଇଛନ୍ତି କି ଅନ୍ଧ ? ନିଜ ଦେଶ ଛାଡ଼ି ଓ ଭିଟାମାଟି ଛାଡ଼ି ପଳାୟନ କରୁଛନ୍ତି ହିନ୍ଦୁ। ବିଜେପିର ଦାବି ପଶ୍ଚିମବଙ୍ଗରେ ଜାରି ହେଉ ରାଷ୍ଟ୍ରପତି ଶାସନ । କେନ୍ଦ୍ରୀୟ ଫୋର୍ସ ମୁତୟନ ପରେ ମୁର୍ସିଦାବାଦରେ ପରିସ୍ଥିତି ହେଉଛି ଶାନ୍ତ । ପଶ୍ଚିମବଙ୍ଗ ସରକାର କହୁଛନ୍ତି ଏ ଘଟଣା ବହୁତ ଛୋଟ । ବାଗେଶ୍ବର ବାବା କହିଲେ ହିନ୍ଦୁଙ୍କୁ ପ୍ରାୟୋଜିତ ଭାବେ କରାଯାଉଛି ଭୟଭୀତ । ହିନ୍ଦୁ ଏବେଠୁ ନଚେତିଲେ ଦେଶସାରା ମୁର୍ସିଦାବାଦର ହେବ ପୁନରାବୃତ୍ତି ।
କୋଳରେ ୫ ଦିନର ଶିଶୁକୁ ଧରି ଜୀବନ ବିକଳରେ ମାଆ ଘର ଦ୍ବାର ଛାଡ଼ି ପଳାୟନ କରିବାକୁ ବାଧ୍ୟ। ରାତି ଅଧରେ ଭିଟାମାଟି ଛାଡ଼ି ଶହ ଶହ ହିନ୍ଦୁ ପଳାଉଛନ୍ତି ପଡୋଶୀ ମାଲଦା ଜିଲ୍ଲାକୁ। କିଏ ନଦୀ ପାର ହୋଇ ପଳାଉଛି ତ କିଏ ପାଦରେ ମାଇଲ ମାଇଲ ଚାଲିଚାଲି ଜୀବନ ବଞ୍ଚାଇବାକୁ ପଳାଇଯାଉଛନ୍ତି ସୁରକ୍ଷିତ ସ୍ଥାନକୁ। ପଛରେ ଛାଡ଼ି ଯାଉଛନ୍ତି ନିଜର ଘରଦ୍ବାର ସମ୍ପତ୍ତି ସବୁକିଛି ।
ଦଙ୍ଗାକାରୀ ସେମାନଙ୍କର ସବୁକିଛି ଜାଳିପୋଡ଼ି ଛାରଖାର କରିଦେଇଛନ୍ତି। ଏବେ ନିଜ ଦେଶରେ ଶରଣାର୍ଥୀ ଭଳି ଶିବିରରେ ଆଶ୍ରୟ ନେବାକୁ ପଡ଼ୁଛି ମୁର୍ସିଦାବାଦର ଶହ ଶହ ହିନ୍ଦୁ ପରିବାରଙ୍କୁ। ଆଉ ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀ କହୁଛନ୍ତି ଏହା ସାମାନ୍ୟ ଘଟଣା।
ବିରୋଧୀ ଦେଶସାରା ଚିତ୍କାର କରି କହି ବୁଲୁଛନ୍ତି ୱାକଫ୍ ଆଇନ ଆଣି ସରକାର ମୁସଲମାନଙ୍କ ସମ୍ପତ୍ତି ଛଡ଼ାଇନେବାକୁ ଚକ୍ରାନ୍ତ କରିଛି। କିନ୍ତୁ ମୁର୍ସିଦାବାଦରେ ହିନ୍ଦୁଙ୍କୁ ନିଜ ସମ୍ପତ୍ତିରୁ ବେଦଖଲ ହେବାକୁ ପଡ଼ିଛି। ସେମାନଙ୍କ ଘର ଦୋକାନ, ଗାଡ଼ି ସବୁ ଜାଳିଦିଆଯାଇଛି। ଦଙ୍ଗାର ନିଆଁରେ ସପ୍ତାହେ ଧରି ଜଳୁଛି ପୂରା ମୁର୍ସିଦାବାଦ । ହିନ୍ଦୁମାନେ ଏତେ ଭୟଭୀତ ହୋଇପଡ଼ିଛନ୍ତି ଯେ ପ୍ରାୟ ୧୦୦୦ ହିନ୍ଦୁ ପଡ଼ୋଶୀ ମାଲଦା ଜିଲ୍ଲାକୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ସ୍କୁଲ ଘରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି ହିନ୍ଦୁ ପରିବାର। ତେବେ ସବୁଠୁ ଉଦବେଗର ବିଷୟ ହେଉଛି ଯେତେବେଳେ ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଥିଲା ମମତାଙ୍କ ପୋଲିସ ଚୁପ୍ ବସି ତମାସା ଦେଖୁଥିଲା।
ଏହା ଭିତରେ ମୁର୍ସିଦାବାଦରେ ଦୁଇ ଦୁଇ ଥର ଦଙ୍ଗା ହୋଇସାରିଲାଣି। ଯେଉଁଥିରେ ୩ ଜଣଙ୍କ ଜୀବନ ଗଲାଣି। ଅନେକ ଲୋକ ଗୁରୁତର ହୋଇଛନ୍ତି। ଦଙ୍ଗାକାରୀମାନେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଛାଡ଼ିନାହାନ୍ତି। ଯବାନଙ୍କ ଉପରେ ବି ପଥର ଓ ବୋମାମାଡ଼ କରିଛନ୍ତି। ଯେଉଁଥିରେ ୧୮ ଜବାନ ଆହତ ହୋଇଛନ୍ତି । ଧୁଲିୟାନ, ସମସେରଗଞ୍ଜ୍ ଓ ଜଙ୍ଗେପୁରରେ ହିନ୍ଦୁଙ୍କ ଉପରେ ସବୁଠୁ ଅଧିକ ଆକ୍ରମଣ ହୋଇଛି। ଏଠାରେ ବିଏନଏସର ୧୬୩ ଧାରା ଲାଗୁ ହୋଇଛି ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। କେନ୍ଦ୍ରୀୟ ସୁରକ୍ଷା ବଳ ପହଞ୍ଚିବା ପରେ ପରିସ୍ଥିତିରେ କିଛିଟା ସୁଧାର ଆସିଛି । ହେଲେ ଦଙ୍ଗାକାରୀଙ୍କ ବିରୋଧରେ ଆକ୍ସନ ନେବାକୁ ଏବେ ବି ପଛଘୁଞ୍ଚା ଦେଉଛି ପଶ୍ଚିମବଙ୍ଗ ପୋଲିସ।
ବିଜେପିର ଏକ ଟିମ୍ ଦଙ୍ଗା ପିଡ଼ୀତଙ୍କ ଶିବିରରେ ପହଞ୍ଚି ସେମାନଙ୍କ ପରିସ୍ଥିତି ବୁଝିଛି। ଦଳ ପକ୍ଷରୁ ମାଲଦାରେ ଦଙ୍ଗା ପୀଡ଼ିତଙ୍କୁ ସାହାଯ୍ୟ ପାଇଁ ଏକ ହେଲ୍ପ ଡେକ୍ସ ମଧ୍ୟ ଖୋଲାଯାଇଛି। ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦଙ୍ଗାର NIA ତଦନ୍ତ ସହ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ଦାବି କରିଛନ୍ତି।
ମୁର୍ସିଦାବାଦ ଦଙ୍ଗା ପ୍ରାୟୋଜିତ ବୋଲି ଅଭିଯୋଗ କରିଛନ୍ତି ବାଗେଶ୍ବର ଧାମ ପୀଠାଧୀଶ ଧୀରେନ୍ଦ୍ର ଶାସ୍ତ୍ରୀ। ସେ କହିଛନ୍ତି ହିନ୍ଦୁମାନଙ୍କୁ ପ୍ରାୟୋଜିତ ଭାବେ ଭୟଭୀତ କରାଯାଉଛି। ଏଥିସହ ଏବେଠାରୁ ସତର୍କ ନହେଲେ ଆଗକୁ ସାରା ଦେଶରେ ଏଭଳି ସ୍ଥିତି ଦେଖିବାକୁ ମିଳିବ ବୋଲି ସେ ହିନ୍ଦୁଙ୍କୁ ଚେତାଇ ଦେଇଛନ୍ତି। ବିରୋଧୀ ଏବେ କଣ କହିବେ ପଶ୍ଚିମବଙ୍ଗରେ କିଏ ଅସୁରକ୍ଷିତ ହିନ୍ଦୁ ନା ମୁସଲିମ୍। ତୁଷ୍ଟିକରଣ ରାଜନୀତିରେ ଆଉ କେତେଦିନ ଯାଏ ହିନ୍ଦୁ ଚଢ଼ିବେ ବଳି ?