Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆସନ୍ତାକାଲି ପଡିବ ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍

National

ଆସନ୍ତାକାଲି ପଡିବ ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍

Banajyotshna Ray
Browse all articles by Banajyotshna Ray
·1 year ago
ଆସନ୍ତାକାଲି ପଡିବ ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍

ଅର୍ଗସ ବ୍ୟୁରୋ:  ଆସନ୍ତାକାଲି ପଡିବ ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍ । ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ଶେଷ ହେଲା ପ୍ରଚାର । ଶେଷ ଦିନରେ  ବିଜେପି, କଂଗ୍ରେସ, ଆପ, ଟିଏମସି ଭଳି ଦଳ କଲେ ଜୋରଦାର ପ୍ରଚାର କରିଛନ୍ତି  ।  ଷଷ୍ଠ ପର୍ଯ୍ୟାୟରେ ଦେଶର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳର ୫୮ଟି ଆସନରେ ହେବ ମତଦାନ । ଏଥିରେ ରହିଛି ଦିଲ୍ଲୀର ୭ଟି, ବିହାରର ୮ଟି, ହରିୟାଣାର ୧୦ଟି , ଝାଡଖଣ୍ଡର ୪ଟି, ଓଡିଶାର ୬ଟି, ଉତ୍ତରପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି ଓ ଜାମ୍ମୁକାଶ୍ମୀରର ଗୋଟିଏ ଆସନ । ଷଷ୍ଠ ପର୍ଯ୍ୟାୟରେ ୫୮ଟି ଆସନରେ ୮୮୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ମୈଦାନରେ ମନୋଜ ତିୱାରୀ, ବାଂଶୁରୀ ସ୍ୱରାଜ,କହ୍ନେୟା କୁମାର, ମେନକା ଗାନ୍ଧୀ, ଦିନେଶ ଲାଲ୍ ଯାଦବ, ମେହବୁବା ମୁଫତୀ ଭଳି ହେବିୱେଟଙ୍କ ହେବ ଭାଗ୍ୟ ପରୀକ୍ଷା ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Sixth Phase Of Lok Sabha Elections Voting On Saturday | Argus News