Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଲଢୁଆ ବିମାନ ତେଜସରେ ଉଡାଣ ଭରିଲେ ପ୍ରଧାନମନ୍ତ୍ରୀ

National

ଲଢୁଆ ବିମାନ ତେଜସରେ ଉଡାଣ ଭରିଲେ ପ୍ରଧାନମନ୍ତ୍ରୀ

Manini Pattanayak
Browse all articles by Manini Pattanayak
·2 years ago·1 min read
ଲଢୁଆ ବିମାନ ତେଜସରେ ଉଡାଣ ଭରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ଲଢୁଆ ବିମାନ  ତେଜସରେ ଉଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନେଟିକସ ଲିମିଟେଡ ପରିଦର୍ଶନ କରିବା ଅବସରରେ ତେଜସରେ ଉଡାଣ ଭରିଥିଲେ ମୋଦି।  ତେସନ ବିମାନର ନିର୍ମାଣ ଭାରତରେ ହୋଇଛି।  ତେବେ ଗୋଟିଏ ଅର୍ଥରେ କହିବାକୁ ଗଲେ ସ୍ୱଦେଶୀ ଜ୍ଞାନ କୌଶଳ ରେ ନିର୍ମିତ ତେଜସ । ଉଡ଼ାଣ ପରେ ମୋଦି କହିଥିଲେ ସ୍ବଦେଶୀ ଜ୍ଞାନ କୌଶଳ ଓ ସାମର୍ଥ୍ୟ ଉପରେ  ମୋର ପୂର୍ଣ୍ଣ  ବିଶ୍ୱାସ ରହିଛି। ।  ଏଥିସହିତ ହାଲ୍,  ଡିଆରଡିଓ ଏବଂ ବାୟୁସେନାକୁ ଭୁରୀ ଭୁରୀ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ।  ସୋସିଆଲ ମିଡିଆ ଏକ୍ସରେ  ଏକ ପୋଷ୍ଟରେ  ମୋଦି ଉଲ୍ଲେଖ କରିଛନ୍ତି ଯେ,  ତେଜସରେ ଉଡାଣ ଭରିକି ଗର୍ବର ସହ  କହିପାରିବି ଯେ ଆମର କେଟ ଆଉ ନିଷ୍ଠା କାରଣରୁ ଆତ୍ମନିର୍ଭର କ୍ଷେତ୍ରରେ ଆମେ ଦୁନିଆର କାହାଠାରୁ କମ୍ ନୁହଁ। 

ଏଥିସହିତ  ଭାରତୀୟ ବାୟୁସେନା, DRDO ଏବଂ HAL ଏବଂ ସମସ୍ତ ଭାରତୀୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ  ଜଣାଇଛନ୍ତି ମୋଦି।  ତେବେ ଟୁ-ସିଟର ତେଜସ ହେଉଛି ସିଙ୍ଗଲ ଇଞ୍ଜନ  ଲଡାଖୁ ବିମାନ।  ଯାହାର ଓଜନ ୬ହଜାର ୫ ଶହ କିଲୋଗ୍ରାମ।  ଏହି ବିମାନ ଛୋଟ ରନଓ୍ୱରୁ ମଧ୍ୟ ଟେକ୍‌ ଅଫ କରିପାରିବ ।   ୬ ପ୍ରକାର ମିଶାଇଲ,  ଲେଜର ଗାଇଡେଡ ବମ୍‌ ଏବ କଲଷ୍ଟର ହତିୟାର ଏଥିରେ  ଲଗାଯାଇପାରିବ।  ଏକାଥରକେ  ୩୦୦୦ କିଲୋମିଟର ପ୍ରର୍ଯ୍ୟନ୍ତ  ଉଡାଣ ଭରିପାରିବ ତେଜସ।  ବାୟୁସେନା ଓ ନୌସେନା ଦ୍ବାରା ତେଜସ ପରିଚାଳିତ ହୋଇଥାଏ।  ତେବେ ସେହିପରି  ଚଳିତ ବର୍ଷ ପ୍ରାରମ୍ଭରେ ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସୁଖୋଇ ବିମାନରେ ଉଡାଣ ଭରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
 ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The Sortie was carried out from the Aircraft Systems Testing Establishment, Bengaluru. | Argus News