Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସତ ହେଲା ଭବିଷ୍ୟବାଣୀ, ଛାରଖାର କେରଳ

Manini Pattanayak
Browse all articles by Manini Pattanayak
·1 year ago·2 min read
ସତ ହେଲା ଭବିଷ୍ୟବାଣୀ, ଛାରଖାର କେରଳ

ନୂଆଦିଲ୍ଲୀ:  କେରଳର 14 ବର୍ଷ ଛାତ୍ରୀର ଭବିଷ୍ୟବାଣି ହେଲା ସତ। କେରଳର ଓ୍ୱାୟନାଡରେ ପ୍ରକୃତି ତାଣ୍ଡବ ରଚିବ ବୋଲି  ପୂର୍ବରୁ ବଖାଣି ସାରିଥିଲେ ଛାତ୍ରୀ। ଯାହା ସତ୍ୟ ପ୍ରମାଣିତ ହେଲା।  ଛାରଖାର  ହୋଇଗଲା ଓ୍ୱାୟନାଡ। ଶହ ଶହ ଲୋକଙ୍କ ଘଟିଲା ମୃତ୍ୟୁ।  କିଏ ହେଲା ବାପ  ଛେଉଁଣ୍ଡ ଆଉ.. କିଏ  ହେଲା ମା ଛାଉଁଣ୍ଡ। ଆଉ କାହାର ପରିବାର ହୋଇଗଲା ଶୂନ୍ୟ.. ଏମିତିକି ପିବର୍ଯ୍ୟୟରୁ  ବଞ୍ଚିଯାଇଥିବା  ୪  ମାସର ଶିଶୁ କାନ୍ଦୁଛି ମାର କ୍ଷୀର ଖାଇବା ପାଇଁ। କିନ୍ତୁ ସିଏ  ଅବୋଧ ଶିଶୁ ଜାଣି ନାହିଁ ମାକୁ ତାର ଭଷାଇ ନେଇଛି କାଳ ରୂପି ବନ୍ୟା ।  ଏପରି ଅନେକ  ଦୃଶ୍ୟ ଏବେ  ଓ୍ୱାୟନାଡରେ ଦେଖିଲା ବେଳୁ ଛାତି ଭିତର କୋହ ସମ୍ଭାଳି ହେଉନି।   ଏମିତି ଏକ ବପିର୍ଯ୍ୟୟ ମାଡି ଆସିବ ଆଉ ସବୁ ଧ୍ଵଂସ  କରିନେବ ବୋଲି ପୂର୍ବରୁ ଏହି ୧୪ ବର୍ଷର ଛାତ୍ରୀ  ଲାୟା ଏଏସ  ତାଙ୍କ ସ୍କୁଲ ମାଗାଜିନ୍‌ ରେ ଲେଖିଥିଲେ.. ଯାହା ଏବେ ଖୁବ୍‌ ଚର୍ଚ୍ଚାକୁ ଆସିଛି। ଆଉ ଏ କାହାଣୀ ସତ ହୋଇଛି।  ଲାୟା ଲେଖିଥିବା କାହାଣୀରେ  ଡିଜିଟାଲ ମାଗାଜିନ ରେ ଛପା ଯାଇଥିଲା।   କାହାଣି ପ୍ରକାଶ ପାଇବାର ମାତ୍ର କିଛି ଦିନ ମଧ୍ୟରେ କେରଳରେ ତବାହି ଦେଖିବାକୁ ମିଳିଛି।

ଆସନ୍ତୁ ଜାଣିବା  କଣ ଥିଲା ସେ କାହାଣୀ ? ଆଉ ସତ  ହେଲା କିପରି..?

ରାଜ୍ୟ ସରକାରଙ୍କ କେରଳ ଇନ୍‌ଫ୍ରାଷ୍ଟ୍ରକ୍ଚର ଆଣ୍ଡ ଟେକ୍ନୋଲୋଜି ଫର ଏଜୁକେଶନ  ପରିୟୋଜନା  ଦ୍ୱାରା ଲିଟିଲ କିଟ୍ସ ପହଲ ତରଫରୁ  ସ୍କୁଲରେ  ବେଲ୍ଲାରାମ କଲ୍ଲୁକଲ  ନାମକ ମାଗାଜିନ ପ୍ରକାଶ ପାଇଥିଲା।  ଏହି ମାଗାଜିନ୍‌ ରେ ଛାତ୍ରୀ ଲାୟାଙ୍କ କାହାଣୀର ନାମ ଥିଲା  'ଆଗ୍ରହନ୍ତିତେ ଦୁରାନୁଭବମ' ଅର୍ଥାତ  ଇଚ୍ଛାର ଦୁଃଖଦ ଘଟଣା।  କାହାଣୀରେ ଦୁଇ ଜଣ ଝିଅ ଆଲମକ୍ରୁଥା ଏବଂ ଅନାସ୍ୱରା ଙ୍କୁ ଚିତ୍ରିତ କରାଯାଇଛି।  ଆସନ୍ତୁ ଏବେ କାହାଣୀ ଭିତରେ ପସିବା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

  ସ୍କୁଲ ଛୁଟି  ପରେ ଦୁଇ ସାଙ୍ଗ ଆଲମକ୍ରୁଥା ଏବଂ ଅନାସ୍ୱରା  ନିଜ ଗାଁ ପାଖ ନଦୀ କୂଳରେ  ବୁଲିବା ଏବଂ ମଜାମସ୍ତି କରିବାର ଯୋଜନା  କରିଲେ।  ନଦୀ କୂଳେ କୂଳେ ଯାଇ ପହଞ୍ଚିଗଲେ ଏକ ଝରଣା ବହୁ ଥିବା ସ୍ଥାନରେ।  ଦୁଇ ସାଙ୍ଗ ମିସି କରି  ଝରଣାକୁ ଖୁବ୍‌ ଉପଭୋଗ  କରୁଥାନ୍ତି ଠିକ୍‌  ସେଇ ସମୟରେ  ଏକ ଚଢେଇଟି ତାଙ୍କ ନିକଟକୁ ଆସିଲା।  ଏହି ଚଢେଇଟି ଅନ୍ୟ ପକ୍ଷୀମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା।  ଚଢେଇଟି  ଦୁଇ ଝିଅଙ୍କୁ କହିଲା 'ଏଠୁ ଅତି ଶୀଘ୍ର ଚାଲିଯାଅ'। କାରଣ ଗୋଟିଏ ବଡ ବିପଦ ଆସିବାକୁ ଯାଉଛି'। ଯଦି ତୁମେ ସୁରକ୍ଷିତ ରହିବାକୁ ଚାହୁଁଛ ତେବେ  ତୁରନ୍ତ ଏଠାରୁ ଚାଲିଯାଅ'। ଦୁଇ  ଝିଅଙ୍କୁ ଏହି  ଚେତାବନୀ ଦେଇ ଚଢେଇଟି ଉଡିଗଲା।  ଚଢେଇର ଚେତାବନୀ ଶୁଣି  ଦୁଇ ଜଣ ସେ ସ୍ଥାନରୁ ଦୌଡିବାକୁ ଲାଗିଲେ।  ଦୌଡିବା ସମୟରେ ସେମାନେ ପାହାଡ ପାଖରେ ଦେଖିବାକୁ ପାଇଲେ ପାହାଡର ନିମ୍ନଭାଗରୁ  ପ୍ରଖର ଭାବେ ପାଣି ମାଡି ଆସୁଛି। ଆଉ ତାପରେ  ଯେଉଁ ଚଢେଇଟି ଚେତାବନୀ ଦେଇଥିଲା ସେ ଜଣେ ସୁନ୍ଦର ଝିଅ ରେ ପରିଣତ ହୋଇଯାଉଛି।  

ଆଉ ମାଡି ଆସୁଥିବା ପାଣିରେ ସେ ସୁନ୍ଦର ଝିଅଟି ଭାସିଯାଉଛି।  ଛାତ୍ରୀ ଲାୟାଙ୍କ  ଏ କାହାଣୀରେ ଯେଉଁ ଭାବେ  ବିପର୍ଯ୍ୟୟର ଆଲୋଚନା କରାଯାଇଥିଲା ସେହିପରି ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି କେରଳରେ।  ଓ୍ୱୟନାଡରେ ପ୍ରକୃତି ଯେଉଭାବେ ତାଣ୍ଢବ ରଚିଲା ତାହା କେବେ ଭରଣ ହୋଇପାରିବନ। ସବୁ ସ୍ଥାନରେ ବିନାଶର ଏକ ଭୟଙ୍କର ଦୃଶ୍ୟ ଦୃଶ୍ୟମାନ ହେଉଛି।  ଯେଉଁଠି ନଜର ପଡୁଛି ସେଇଠି ଧ୍ୱଶ ହୋଇଥିବା କୋଠା,  ଚୁରମାର ହୋଇଥିବା  ଘର,  ପଡିଥିବା  ବିରାଟ ବିରାଟ ପଥର ଏହି ବିନାଶର ଭୟାବହତା କୁ ବର୍ଣ୍ଣନା କରୁଛି। 

ଅଧିକ ଦେଖନ୍ତୁ : 
 
 

Sponsored
The story, written by Laya AS for the school's digital magazine, eerily mirrored the real-life disaster that unfolded early Monday. | Argus News