ରାଷ୍ଟ୍ରପତିଙ୍କୁ ଆଦେଶ ଦେଇପାରିବେ ନାହିଁ ନ୍ୟାୟାଧୀଶ

ରାଷ୍ଟ୍ରପତିଙ୍କୁ ଆଦେଶ ଦେଇପାରିବେ ନାହିଁ ନ୍ୟାୟାଧୀଶ । ସୁପର ସଂସଦ ଭଳି କାମ କରୁଛନ୍ତି ଜଜ୍। ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ଉପରେ ଉପରାଷ୍ଟ୍ରପତି ଧନଖଡ଼ଙ୍କ କଡ଼ା ପ୍ରତିକ୍ରିୟା । ଉପରାଷ୍ଟ୍ରପତି ଧନଖଡ଼ ନ୍ୟାୟପାଳିକା ପକ୍ଷରୁ ରାଷ୍ଟ୍ରପତିଙ୍କୁ ନିଷ୍ପତ୍ତି ନେବାର ସମୟ ସୀମା ନିର୍ଦ୍ଧାରିତ କରିବା ଏବଂ ସୁପର ସଂସଦ ଭାବେ କାମ କରିବାକୁ ନେଇ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ସୁପ୍ରିମକୋର୍ଟ ଗଣତାନ୍ତ୍ରିକ ଶକ୍ତି ଉପରେ ପରମାଣୁ ମିସାଇଲ୍ ନିକ୍ଷେପ କରିପାରିବ ନାହିଁ।
ରାଜ୍ୟସଭାର ଷଷ୍ଠ ବ୍ୟାଚ୍ ପ୍ରଶିକ୍ଷାର୍ଥୀଙ୍କୁ ସମ୍ଭୋଧନ କରିବା ଅବସରରେ ଏହା କହିଛନ୍ତି ଉପରାଷ୍ଟ୍ରପତି । କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ବିଚାର ନିମନ୍ତେ ରଖାଯାଇଥିବା ବିଧେୟକ ଉପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ସମୟ ସୀମା ନିର୍ଦ୍ଧାରିତ କରିଥିଲେ। ସେ କହିଛନ୍ତି ଆମ ପାଖରେ ଏମିତି ନ୍ୟାୟାଧୀଶ ଅଛନ୍ତି ଯେଉଁମାନେ ଆଇନ ତିଆରି କରିବେ, କାର୍ଯ୍ୟପାଳିକାର କାମ କରିବେ, ସୁପର ସଂସଦ ଭାବେ କାମ କରିବେ ଏବଂ ସେମାନଙ୍କର କୌଣସି ଉତ୍ତରଦାୟିତ୍ବ ରହିବ ନାହିଁ। କାରଣ ଦେଶର ଆଇନ ସେମାନଙ୍କ ଉପରେ ଲାଗୁ ହୁଏ ନାହିଁ।