Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଲକାତା ଲଜ୍ଜାରେ ନିଜଆଡୁ ହସ୍ତକ୍ଷେପ କଲେ ସୁପ୍ରିମ୍‌କୋର୍ଟ 

Smruti Parija
Browse all articles by Smruti Parija
·1 year ago·1 min read
କୋଲକାତା ଲଜ୍ଜାରେ ନିଜଆଡୁ ହସ୍ତକ୍ଷେପ କଲେ ସୁପ୍ରିମ୍‌କୋର୍ଟ 

ଅର୍ଗସ ବ୍ୟୁରୋ: କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା । କୋଲକାତା ଲଜ୍ଜାରେ ନିଜଆଡୁ ହସ୍ତକ୍ଷେପ କଲେ ସୁପ୍ରିମ୍‌କୋର୍ଟ । ମାମଲାର ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି । ଏକ ତିନି ଜଣିଆ ଖଣ୍ଡପୀଠରେ ହେବ ମାମଲାର ଶୁଣାଣି । ପ୍ରଧାନ ବିଚାରପତି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଗଠନ । ଆସନ୍ତା 20 ତାରିଖରେ ହେବ ମାମଲାର ଶୁଣାଣି । ସେପଟେ ମାମଲାରେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରୁଛି ସିବିଆଇ ଟିମ୍ । 

ମୁଖ୍ୟ ଅଭିଯୁକ୍ତକୁ ଘନ ଘନ ଜେରା କରୁଛି ସିବିଆଇ । ମେଡିକାଲ ଆଖପାଖରେ କଡା ସୁରକ୍ଷା ବ୍ୟବସ୍ଥା ସହ ଲାଗୁ ହୋଇଛି ୧୬୩ ଧାରା । ଅଗଷ୍ଟ ୨୪ ପର୍ଯ୍ୟନ୍ତ ସେ ଅଂଚଳକୁ ଯିବା ଉପରେ ରହିଛି କଟକଣା । ମୁଖ୍ୟ ଅଭିଯୁକ୍ତ  ସଞ୍ଜୟ ରାୟର ସାଇକୋଲୋଜିକାଲ ଟେଷ୍ଟ କରାଯାଇଛି ।  ସିବିଆଇର ସେଣ୍ଟ୍ରାଲ ଫୋରନସିକ୍ ସାଇନସ ଲାବରେଟୋରିର ଟିମ୍ ଘଟଣାସ୍ଥଳରେ ଅନୁଧ୍ୟାନ କରୁଛନ୍ତି । ସେପଟେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ପାଇଁ ସାରା ଦେଶରେ ଜାରି ରହିଛି ପ୍ରତିବାଦ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Supreme Court of India has taken suo motu cognizance of the tragic rape and murder of a postgraduate trainee doctor in Kolkata | Argus News