Indian Politics / ବିଦେଶୀ ଶକ୍ତି ସହ ମିଶି କଂଗ୍ରେସ କରୁଛି ସାଂଘାତିକ ଷଡ୍ଯନ୍ତ୍ର !

Key Points
ଗଣତନ୍ତ୍ରକୁ ସୁଦୃଢ଼ କରିବା ପରିବର୍ତ୍ତେ, କଂଗ୍ରେସ ଭଳି କିଛି ରାଜନୈତିକ ଶକ୍ତି, ଜନସାଧାରଣଙ୍କ ବିଶ୍ୱାସକୁ ଭାଙ୍ଗିବାକୁ କ୍ରମାଗତ ଭାବରେ କାର୍ଯ୍ୟ କରୁଛନ୍ତି। ମିଥ୍ୟା ପ୍ରଚାର, ଭିତ୍ତିହୀନ ଅଭିଯୋଗ ଏବଂ ପ୍ରତ୍ୟେକ ସ୍ତମ୍ଭ ଉପରେ ଆକ୍ରମଣ କରି ଗଣତନ୍ତ୍ରକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି ।
ଗଣତନ୍ତ୍ରକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି କଂଗ୍ରେସ । ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । ସେ ନିଜ ଆଲେଖ୍ୟରେ ଲେଖିଛନ୍ତି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଯେଉଁ କଂଗ୍ରେସ ଚାଲୁଛି । ତାହା ଗଣତନ୍ତ୍ରକୁ ସୁରକ୍ଷା ଦେବା ଉଚିତ୍, କିନ୍ତୁ ସେମାନେ ନିଜର ହୀନ ରାଜନୈତିକ ଚାଲ ଖେଳି ଭାରତର ଗଣତନ୍ତ୍ରକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି ।
ଗଣତନ୍ତ୍ର ହେଉଛି ଭାରତର ଜୀବନରେଖା । ଏହା କେବଳ ପ୍ରତି ପାଞ୍ଚ ବର୍ଷରେ ଥରେ ଭୋଟ ଦେବାକୁ ନେଇ ସୀମିତ ନୁହେଁ, ବରଂ ପ୍ରତିଷ୍ଠାନଗୁଡ଼ିକ ଉପରେ ବିଶ୍ୱାସ ସୃଷ୍ଟି କରିବା, ସାମ୍ବିଧାନିକ ମୂଲ୍ୟବୋଧକୁ ସମ୍ମାନ କରିବା ଏବଂ ଜାତୀୟ ଏକତାକୁ ସୁଦୃଢ଼ କରିବା ହେଉଛି ଗଣତନ୍ତ୍ର ।
ସାତ ଦଶନ୍ଧିରୁ ଅଧିକ ସମୟ ଧରି, ନିର୍ବାଚନ କମିଶନ, ନ୍ୟାୟପାଳିକା, UPSC, ସଶସ୍ତ୍ର ବାହିନୀ ଏବଂ ସାର୍ବଜନୀନ କ୍ଷେତ୍ରର ଉପକ୍ରମ (PSU) ଭଳି ପ୍ରତିଷ୍ଠାନଗୁଡ଼ିକ ଉପରେ ଜନସାଧାରଣଙ୍କ ଗଭୀର ବିଶ୍ୱାସ ଯୋଗୁଁ ଭାରତ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ହୋଇ ରହିଛି। କିନ୍ତୁ ଏବେ ଭାରତ ଗଣତନ୍ତ୍ର ଉପରକୁ ବଡ଼ ବିପଦ ମାଡ଼ି ଆସୁଛି । ଗଣତନ୍ତ୍ରକୁ ସୁଦୃଢ଼ କରିବା ପରିବର୍ତ୍ତେ, କଂଗ୍ରେସ ଭଳି କିଛି ରାଜନୈତିକ ଶକ୍ତି, ଜନସାଧାରଣଙ୍କ ବିଶ୍ୱାସକୁ ଭାଙ୍ଗିବାକୁ କ୍ରମାଗତ ଭାବରେ କାର୍ଯ୍ୟ କରୁଛନ୍ତି। ମିଥ୍ୟା ପ୍ରଚାର, ଭିତ୍ତିହୀନ ଅଭିଯୋଗ ଏବଂ ପ୍ରତ୍ୟେକ ସ୍ତମ୍ଭ ଉପରେ ଆକ୍ରମଣ କରି ଗଣତନ୍ତ୍ରକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି ।
ଅବିଶ୍ୱାସର ରାଜନୀତି
କଂଗ୍ରେସ ଦଳ ଏବେ ମିଛ ଏବଂ ଭ୍ରମ ସୃଷ୍ଟି କରିବାର କାରଖାନାରେ ପରିଣତ ହୋଇଛି। ନିର୍ବାଚନରେ ଶୋଚନୀୟ ପରାଜୟ ଏବଂ ନୀତିଗତ ବିଫଳତା ପରେ, ନିଜର ନାକାମୀକୁ ସ୍ୱୀକାର କରିବା ପରିବର୍ତ୍ତେ ବିଭିନ୍ନ ବିଭାଗକୁ ଦୋଷ ଦେଉଛନ୍ତି ।
ନିର୍ବାଚନ କମିଶନକୁ ନିନ୍ଦା
ବିହାରରୁ କର୍ଣ୍ଣାଟକ ପର୍ଯ୍ୟନ୍ତ, ଯେତେବେଳେ କଂଗ୍ରେସ ହାରୁଛି, ସେ ନିର୍ବାଚନ କମିଶନକୁ ପ୍ରଶ୍ନ କରୁଛି। କେତେବେଳେ ଭୋଟର ତାଲିକାରେ ହେରଫେର ହୋଇଥିବା ଦାବି କରୁଛି, କେତେବେଳେ ଇଭିଏମକୁ ଦୋଷ ଦେଉଛି। କିନ୍ତୁ ଯେତେବେଳେ ସେହି ଇଭିଏମ ସେମାନଙ୍କୁ ଜିତାଇ ଦିଏ, ସେତେବେଳେ ସବୁକିଛି ହଠାତ୍ "ସ୍ୱଚ୍ଛ ଓ ନିରପେକ୍ଷ" ହୋଇଯାଏ। ଏହି ଷଡ୍ଯନ୍ତ୍ର କେବଳ ନିର୍ବାଚନକୁ ନେଇ ଅବିଶ୍ୱାସ ସୃଷ୍ଟି କରିବା ନୁହେଁ ବରଂ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାରେ ହିଁ ଅବିଶ୍ୱାସ ସୃଷ୍ଟି କରିବାର ଚକ୍ରାନ୍ତ ବୋଲି ଅଭିଯୋଗ ହେଉଛି ।
ନ୍ୟାୟପାଳିକାକୁ ନିନ୍ଦା
ଯେତେବେଳେ ନିଷ୍ପତ୍ତି ସେମାନଙ୍କ ସପକ୍ଷରେ ଯାଏ ନାହିଁ, ସେମାନେ ବିଚାରପତିମାନଙ୍କୁ "ପକ୍ଷପାତୀ" କିମ୍ବା "ଚାପଗ୍ରସ୍ତ" ବୋଲି ଆଖ୍ୟା ଦିଅନ୍ତି। ଏହା ଫଳରେ ସାଧାରଣ ନାଗରିକଙ୍କ ନ୍ୟାୟ ବ୍ୟବସ୍ଥା ପ୍ରତି ବିଶ୍ୱାସକୁ କ୍ଷୁର୍ଣ୍ଣ କରିଥାଏ।
UPSC ଏବଂ ଯୁବପିଢ଼ି
ପରୀକ୍ଷାରେ ଜାଲିଆତି ହୋଇଥିବା ଗୁଜବ ସୃଷ୍ଟି କରାଯାଉଛି। ଯାହାଫଳରେ ଲକ୍ଷ ଲକ୍ଷ ଯୁବକଙ୍କ କଠିନ ପରିଶ୍ରମ ଏବଂ ସ୍ୱପ୍ନକୁ ନଷ୍ଟ କରିଦେଉଛି, ସେମାନଙ୍କୁ ନିରାଶା ଏବଂ ଅନ୍ଧାର ଭିତରକୁ ଠେଲିଦେଉଛି।
ସଶସ୍ତ୍ର ବାହିନୀକୁ ସନ୍ଦେହ
ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ବାଲାକୋଟ ଏୟାରଷ୍ଟ୍ରାଇକ୍ ପରେ, କଂଗ୍ରେସ ନେତାମାନେ "ପ୍ରମାଣ" ମାଗିଥିଲେ। ଏହା ସିଧାସଳଖ ଭାରତୀୟ ସୈନିକଙ୍କ ସାହସିକତା ଉପରେ ପ୍ରଶ୍ନ କହିଲେ ଅତ୍ୟୁକ୍ତି ହେବନି । ଗାଲୱାନ୍ ଭ୍ୟାଲି ଭଳି ଘଟଣାରେ ମଧ୍ୟ ଭ୍ରମ ସୃଷ୍ଟି କରି ଶତ୍ରୁକୁ ଅଧିକ ଶକ୍ତି ଦେଇଥିଲା ଏହି ରାହୁଲ ଗାନ୍ଧିଙ୍କ କଂଗ୍ରେସ ଦଳ।
ପିଏସୟୁ ଲାଭରେ ଚାଲିଛି
କଂଗ୍ରେସ ଏବଂ ଏହାର ଗଠବନ୍ଧନ, କେନ୍ଦ୍ର ସରକାର ଉପରେ 'ଦେଶ ବିକ୍ରି' କରୁଥିବା ଭଳି ଅଭିଯୋଗ ଆଣୁଛନ୍ତି। ହେଲେ ବାସ୍ତବରେ, କଂଗ୍ରେସ କାର୍ଯ୍ୟକାଳରେ ଦୁର୍ନୀତି ଏବଂ କ୍ଷତିରେ ବୁଡ଼ି ରହିଥିବା ସମାନ ପିଏସୟୁ ଏବେ ରେକର୍ଡ ସଂଖ୍ୟାରେ ଲାଭ କରୁଛନ୍ତି। କିନ୍ତୁ ଏହାକୁ ସ୍ୱୀକାର କରିବା ପରିବର୍ତ୍ତେ କଂଗ୍ରେସ ମିଥ୍ୟା ପ୍ରଚାର ପ୍ରସାର କରୁଛି । ଏହାଦ୍ୱାରା ମଧ୍ୟ ଲୋକଙ୍କ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରାଯାଉଛି ।
କଂଗ୍ରେସ ରାଜର ସତ୍ୟତା:-
ଜନତା ମନେ ରଖିବା ଉଚିତ ଯେ କଂଗ୍ରେସ ଦଶନ୍ଧି ଧରି ଭାରତୀୟଙ୍କୁ କିଭଳି ଶାସନ ଦେଇଥିଲା:
ବିଦେଶୀ ଚାପ ଉପରେ ଆଧାରିତ ବଜାର: କଂଗ୍ରେସ ଶାସନରେ, ଭାରତର ବଜାର ବିଦେଶୀ ସଂସ୍ଥାମାନଙ୍କ ପାଇଁ ଖୋଲା ଯାଇଥିଲା, ଯାହା ଫଳରେ ଆମଦାନୀ ଉପରେ ଅଧିକ ନିର୍ଭରଶୀଳତା ସୃଷ୍ଟି ହୋଇଥିଲା। ଘରୋଇ ଶିଳ୍ପଗୁଡ଼ିକୁ ଅବହେଳା କରାଯାଇଥିଲା।
ବୈଦେଶିକ ନୀତି ଲାଗୁ କରିବା ସହଜ: ଦୁର୍ବଳ ସରକାର ଯୋଗୁଁ, ବିଦେଶୀ ଶକ୍ତିଗୁଡ଼ିକ ସହଜରେ ସେମାନଙ୍କର ଉତ୍ପାଦ ଏବଂ ନୀତିଗୁଡ଼ିକୁ ଭାରତ ଉପରେ ଲଦି ଦେଉଥିଲେ।
ଦୁର୍ନୀତି ହିଁ ମୁଖ୍ୟ ଏଜେଣ୍ଡା: ଠକେଇ, କମିଶନ ଏବଂ ଲାଞ୍ଚ... ସରକାରଙ୍କର ପରିଚୟ ଥିଲା। ଜନତାଙ୍କ ଲାଭ କଥା କେବେ ବି ପ୍ରାଥମିକତା ନଥିଲା।
ଜାତୀୟ ସୁରକ୍ଷା ସହ କମ୍ପ୍ରମାଇଜ୍: ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଉପରେ ଶିଥିଳ ମନୋଭାବ ଏବଂ ଡୋକଲାମ ସଙ୍କଟ ସମୟରେ ଚୀନ୍ ରାଷ୍ଟ୍ରଦୂତଙ୍କ ସହ ଏକ ଗୁପ୍ତ ବୈଠକ । ଏସବୁ କଂଗ୍ରେସର ଦେଶପ୍ରେମ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଥିଲା। ଆଜି, ଯେତେବେଳେ ଭାରତରେ ଏକ ଦୃଢ଼, ସଚ୍ଚୋଟ ଏବଂ ରାଷ୍ଟ୍ରବାଦୀ ନେତୃତ୍ୱ ରହିଛି, ସେତେବେଳେ ବିଦେଶୀ ଶକ୍ତିମାନେ ଖୁବ୍ ଚିନ୍ତାରେ ପଡ଼ିଯାଇଛନ୍ତି । କାରଣ ସେମାନଙ୍କର ପୁରୁଣା ରଣନୀତି ଆଉ କାମ କରୁନାହିଁ। ଯାହାଫଳରେ ଟାରିଫ୍ ଓ୍ୱାରଠାରୁ ଆରମ୍ଭ କରି ଟ୍ରମ୍ପଙ୍କ ଭଳି ନେତାଙ୍କ ଅସନ୍ତୋଷ ପର୍ଯ୍ୟନ୍ତ ସବୁକିଛି ସାମ୍ନାକୁ ଆସୁଛି ।
ଏହି ଚିନ୍ତାଧାରା କାହିଁକି ବିପଦପୂର୍ଣ୍ଣ: ଭିତରୁ ଫମ୍ପା ହେବା । ଯେପର୍ଯ୍ୟନ୍ତ ଭାରତର ସାଧାରଣ ଜନତା ଭାରତୀୟ ପ୍ରତିଷ୍ଠାନଗୁଡ଼ିକୁ ବିଶ୍ୱାସ କରୁଥିବ, ସେପର୍ଯ୍ୟନ୍ତ କୌଣସି ବିଦେଶୀ ଶତ୍ରୁ ଭାରତକୁ ପରାସ୍ତ କରିପାରିବ ନାହିଁ। କିନ୍ତୁ ଥରେ ସେହି ବିଶ୍ୱାସ ଭାଙ୍ଗିଗଲେ, ଭିତରୁ ଫମ୍ପା ହୋଇଯାଏ ଗଣତନ୍ତ୍ର ।
ବିଦେଶୀ ଶକ୍ତିଗୁଡ଼ିକ ଲାଭବାନ ହୁଅନ୍ତି: ଯେତେବେଳେ କଂଗ୍ରେସ EVM, ଭ୍ୟାକ୍ସିନ୍ କିମ୍ବା PSU ବିଷୟରେ ମିଥ୍ୟା ପ୍ରଚାର କରନ୍ତି, ସେତେବେଳେ ବିଦେଶୀ ନେଟୱାର୍କଗୁଡ଼ିକ ଭାରତକୁ ଅସ୍ଥିର ଭାବରେ ଚିତ୍ରଣ କରିବା ପାଇଁ ଏହି ମିଥ୍ୟା ପ୍ରଚାରକୁ ବେଶି ବଢ଼ାଇଥାନ୍ତି ।
ଯୁବପିଢ଼ିଙ୍କ ମନରେ ନିରାଶା: ଚାକିରି ଏବଂ ପରୀକ୍ଷାକୁ ନେଇ ମିଥ୍ୟା ଖବର ଯୁବକମାନଙ୍କୁ ନିରାଶ କରିଥାଏ। ତଥାପି କଂଗ୍ରେସ ଭଳି ବିରୋଧୀ ଦଳମାନେ ବାରମ୍ବାର ଏଭଳି କରିବାକୁ ପଛାଉ ନାହାନ୍ତି ।
ଜାତୀୟ ସୁରକ୍ଷା ଉପରେ ଆଘାତ: ସାମରିକ ବାହିନୀ ପ୍ରତି ଅବିଶ୍ୱାସ ଜାତ କରିବା ଦ୍ୱାରା ଭାରତର ବିଶ୍ୱସ୍ତରୀୟ ସ୍ଥିତି ଦୁର୍ବଳ ହୋଇଥାଏ । ଅନ୍ୟପଟେ ପାକିସ୍ତାନ ଏବଂ ଚୀନ ଭଳି ଦେଶମାନେ ଏହାଦ୍ୱାରା ଉତ୍ସାହିତ ହୋଇଥାନ୍ତି।
ଦାୟିତ୍ୱପୂର୍ଣ୍ଣ ରାଜନୀତି ବନାମ ଆରୋପ ରାଜନୀତି: ଗଠନାତ୍ମକ ସମାଲୋଚନା ହେଲେ ଗଣତନ୍ତ୍ର ସଫଳ ହୁଏ, କିନ୍ତୁ କଂଗ୍ରେସ ନୀତିଗତ ବିତର୍କ ପରିତ୍ୟାଗ କରି କେବଳ ଅଭିଯୋଗ ବାଛିଲା ।
ରାଫାଲ ଉପରେ "ଚୌକିଦାର ଚୋର ହୈ" ସ୍ଲୋଗାନ ଦେଇଥିଲା କଂଗ୍ରେସ । କିନ୍ତୁ ପରେ ଏହା ଭିତ୍ତିହୀନ ପ୍ରମାଣିତ ହେଲା ।
କୋଭିଡ-୧୯ ମହାମାରୀ ସମୟରେ ଭ୍ୟାକ୍ସିନକୁ "ମୋଦୀ ଟୀକା" ବୋଲି କହି ଭୟ ତିଆରି କରିଥିଲେ । ସମାଲୋଚନା କରିଥିଲେ । କିନ୍ତୁ ବାସ୍ତବରେ ସେହି ଟିକା ହିଁ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇଥିଲା।
LIC ଏବଂ SBIକୁ ଅସୁରକ୍ଷିତ ବୋଲି କହିଲେ । କିନ୍ତୁ ବାସ୍ତବରେ ଏହା ସମ୍ପୂର୍ଣ୍ଣ ମିଥ୍ୟା ଥିଲା ।
ଏକ ପ୍ରକୃତ ବିରୋଧୀ ଜନତାଙ୍କୁ ବିକଳ୍ପ ପ୍ରଦାନ କରେ, କିନ୍ତୁ କଂଗ୍ରେସ ଭାରତୀୟ ସଂସ୍ଥା ଉପରେ ଆକ୍ରମଣ କରି ଗଣତନ୍ତ୍ରର ମୂଳଦୁଆକୁ ଦୁର୍ବଳ କରୁଛି ।
📱 Get Argus News App
✨Related Topics
Explore more stories