ଅବଦୁଲ କଲାମ ଦ୍ୱୀପରୁ ହାଇପରସୋନିକ୍ ମିସାଇଲର ସଫଳ ପରୀକ୍ଷା
·1 year ago

ଅର୍ଗସ ବ୍ୟୁରୋ: ହାଇପରସୋନିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଭଦ୍ରକ ଧାମରା ନିକଟ ଅବଦୁଲ କଲାମ ଦ୍ବୀପରୁ ଗତକାଲି ସଂଧ୍ୟାରେ ଡିଆରଡିଓ ପକ୍ଷରୁ ଦୂରଗାମୀ ହାଇପରସୋନିକ୍ ମିସାଇଲର ସଫଳ ପରୀକ୍ଷା କରାଯାଇଛି। ଏ ନେଇ ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ଏଥିପାଇଁ ଡିଆରଡିଓ, ଭାରତୀୟ ପ୍ରତିରକ୍ଷା ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ। ଏହାକୁ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ଏହି ସଫଳ ପରୀକ୍ଷଣ ଫଳରେ ଏ ପ୍ରକାର ଅତ୍ୟାଧୁନିକ ସାମରିକ କ୍ଷମତା ଥିବା ବିଶ୍ବର ହାତଗଣତି ଦେଶଙ୍କ ମଧ୍ୟରେ ସାମିଲ ହୋଇଛି ଭାରତ। ଏହି କ୍ଷେପଣାସ୍ତ୍ରର ରହିଛି 50 କେଜି ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା। ଏହା 1338 କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରିବ। ଏହି ମିସାଇଲ୍ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ପରେ ଶତ୍ରୁ ପକ୍ଷର ବୁଡ଼ାଜାହାଜକୁ ଧ୍ବଂସ କରିବାକୁ ମଝି ସମୁଦ୍ରରୁ ଟର୍ପିଡୋକୁ ଛାଡ଼ିଥାଏ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: