|
logo
Live

Argus News - ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ

National

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ

Banajyotshna Ray
Browse all articles by Banajyotshna Ray
·1 year ago
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ

ଅର୍ଗସ ବ୍ୟୁରୋ:  ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ । 10 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ ଲୋକସଭା ଆସନର ହେବ ନିର୍ବାଚନ । ଆସନ୍ତାକାଲି ଆସାମର ୪ ଟି , ବିହାରର ୫ଟି, ଛତିଶଗଡର ୭ଟି, ଗୋଆର ୨ଟି, ଗୁଜରାଟର ୨୬, କର୍ଣ୍ଣାଟକର ୧୪, ମଧ୍ୟପ୍ରଦେଶର ୮, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ପଶ୍ଚିମବଙ୍ଗର ୪, ଦାଦ୍ରା  ନଗର ହାଭେଲି, ଦାମନ ଏବଂ ଡିୟୁର ୨ଟି ଆସନରେ ଭୋଟ ହେବାକୁ ଯାଉଛି । ସୁରତରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର ଖାରଜ ଏବଂ ଅନ୍ୟ ୮ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ପରେ ବିଜେପିର ମୁକେଶ ଦଲାଲ ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିପରି ଜମ୍ମୁ-କାଶ୍ମୀରରେ ପାଣିପାଗ ସ୍ଥିତି ଭଲ ନଥିବାରୁ ଅନନ୍ତନାଗ-ରାଜୋରୀରେ ନିର୍ବାଚନ ସ୍ଥଗିତ ରଖାଯାଇଛି ।

ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ | Argus News