Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତୃତୀୟ ରାଜ୍ୟସଭା ପ୍ରାର୍ଥୀ ସସପେନ୍ସରେ ପୂର୍ଣ୍ଣଛେଦ  

Manini Pattanayak
Browse all articles by Manini Pattanayak
·2 years ago·1 min read
ତୃତୀୟ ରାଜ୍ୟସଭା ପ୍ରାର୍ଥୀ ସସପେନ୍ସରେ ପୂର୍ଣ୍ଣଛେଦ  

ଭୁବନେଶ୍ୱର:  ସବୁ କଳ୍ପନା ଜଳ୍ପନାର ଅନ୍ତ।  ତୃତୀୟ ରାଜ୍ୟସଭା ପ୍ରାର୍ଥୀ ସସପେନ୍ସରେ ପଡିଛି ପୂର୍ଣ୍ଣଛେଦ ।  ଓଡ଼ିଶାରୁ ତୃତୀୟ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି  ଅଶ୍ବିନୀ ବୈଷ୍ଣବ ।  ଏହା କେନ୍ଦ୍ର ବିଜେପି ନିର୍ବାଚନ ସମିତି ପକ୍ଷରୁ ଘୋଷଣା  କରାଯାଇଛି।  ପୂର୍ବରୁ ବିଜେଡି ପକ୍ଷରୁ ୨ ଜଣ ନାମାଙ୍କନ ଭରି ସାରିଥିବାବେଳେ ତୃତୀୟ ଆସନକୁ ନେଇ ଲାଗି ରହିଥିଲା ସସପେନ୍ସ । ଯାହା ଆଜି ସ୍ପଷ୍ଟ ହୋଇଛି । ଅଶ୍ୱିନୀ  ବୈଷ୍ଣବଙ୍କ ହଠାତ ଓଡ଼ିଶା ଗସ୍ତକୁ ନେଇ  ରାଜ୍ୟ ରଜନୀତିରେ ଚର୍ଚ୍ଚା ଜୋର ଧରିଥିଲା। ଏହି ଚର୍ଚ୍ଚାର ପୂର୍ଣ୍ଣଛେଦ ପଡିଛି।  ୨୦୧୯ରେ ଓଡ଼ିଶାରୁ ରାଜ୍ୟସଭା ଯାଇଥିଲେ ଅଶ୍ବିନୀ।   ପୁଣି  ଥରେ ୨୦୨୪ରେ  ଓଡ଼ିଶା ରୁ ରାଜ୍ୟସଭା  ପ୍ରାର୍ଥୀ ହେଲେ  ଅଶ୍ୱିନୀ  ବୈଷ୍ଣବ।   ରାଜ୍ୟସଭା ପ୍ରାର୍ଥୀ  ଭାବେ ଅଶ୍ବିନୀ ବୈଷ୍ଣଭଙ୍କୁ ବିଜେଡି ମଧ୍ୟ ସମର୍ଥନ କରୁଛି। 

 ଅଶ୍ୱିନୀ ବୈଷ୍ଣଭ ଭଳିଆ ବ୍ୟକ୍ତିତ୍ୱ ଯିଏକି ଦୁଇ ଦଳର ସମର୍ଥନକୁ ଗୋଟାଇବାରେ କ୍ଷମତା ରଖିଥାନ୍ତି।  ଅଶ୍ୱନୀ ବୈଷ୍ଣବ  ରେଲଓ୍ୱ କ୍ଷେତ୍ରରେ  ରେଳ ମନ୍ତ୍ରୀ  ହିସାବରେ  ଓଡ଼ିଶା ପାଇଁ ଅନେକ କିଛି କରିଛନ୍ତି।  ୧୦ହଜାର କୋଟି ରେଳ ବଜେଟ ଓଡ଼ିଶା ଅନୁଦାନ  ଯାହା  ଓଡ଼ିଶା  ଇତିହାସରେ ପ୍ରଥମ ଥର ତାହା ପୁଣି ଅଶ୍ୱିନୀ ବୈଷ୍ଣବ  ରେଳ ମନ୍ତ୍ରୀ ସମୟରେ।   ଖାଲି  ସେତିକି ନୁହେଁ ଯେଉଁ ପ୍ରୋଜେକ୍ଟ ଗୁଡିକ ବର୍ଷ ବର୍ଷ ଧରି ପଡିରହିଥିଲା ତ୍ୱରାନିତ କରିଛନ୍ତି ଅଶ୍ୱିନୀ।   ତେବେ  ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ।  କାଲି ବୋଧ ହୁଏ ନାମାଙ୍କନ ପତ୍ର  ଭରି ପାରନ୍ତି ଅଶ୍ୱନୀ। ଏପଟେ  ଅଶ୍ୱିନୀଙ୍କ କାର୍ଯ୍ୟକାଳ ଏପ୍ରିଲ ପ୍ରଥମ ସପ୍ତାହରେ ଶେଷ ହେବାକୁ ଯାଉଛି।   

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The third Rajya Sabha candidate is in suspense, ashwini vaishnaw rajya sabha party announced by bjp | Argus News