Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ତୃତୀୟ ପର୍ଯ୍ୟାୟ ନିର୍ବାଚନ, ଆଜି ହେଭିଓ୍ୱେଟ୍‌ଙ୍କ ଭାଗ୍ୟ ପରୀକ୍ଷା

National

ତୃତୀୟ ପର୍ଯ୍ୟାୟ ନିର୍ବାଚନ, ଆଜି ହେଭିଓ୍ୱେଟ୍‌ଙ୍କ ଭାଗ୍ୟ ପରୀକ୍ଷା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ତୃତୀୟ ପର୍ଯ୍ୟାୟ ନିର୍ବାଚନ, ଆଜି ହେଭିଓ୍ୱେଟ୍‌ଙ୍କ ଭାଗ୍ୟ ପରୀକ୍ଷା

ଅର୍ଗସ ବ୍ୟୁରୋ:  ତୃତୀୟ ପର୍ଯ୍ୟାୟ ନିର୍ବାଚନ ମୈଦାନରେ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିୱେଟ୍ । ସାରା ଦେଶର ରହିଛି ଗୁଜରାଟର ଗାନ୍ଧୀନଗର ଆସନ ଉପରେ କାହିଁକି ନା ବିଜେପିର ଭେଟରାନ ପଲିଟିକାଲ ଷ୍ଟ୍ରାଟେଜିଷ୍ଟେ ତଥା ଦେଶର ଗୃହମନ୍ତ୍ରୀ ଅମିତ ଶାହ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ତାଙ୍କ ବିରୋଧରେ କଂଗ୍ରେସ ସୋନଲ ପଟେଲଙ୍କୁ ପ୍ରାର୍ଥୀ କରିଛି । ସେହିପରି ଗୁଜରାଟର ଆଉ ଏକ ହାଇପ୍ରୋଫାଇଲ ଆସନ ହେଉଛି ପୋରବନ୍ଦର । ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏହି ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ରାଜକୋଟରୁ ପୁରୁଷୋତ୍ତମ ରୂପାଲା ନିର୍ବାଚନ ମୈଦାନରେ ।

ଗୁଜରାଟ ବିଜେପିର ଚାଣକ୍ୟ ଭାବେ ପରିଚିତ ସି.ଆର. ପାଟିଲ ନବସାରୀରୁ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟ ପ୍ରମୁଖ ଆସନ ମଧ୍ୟରେ ମହାରାଷ୍ଟ୍ରର ବାରାମତୀ ଉପରେ ମଧ୍ୟ ସାରା ଦେଶର ଫୋକସ ରହିଛି । ଏଠାରେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ଓ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ମଧ୍ୟରେ ହେଉଛି ଫାଇଟିଂ । ସୋଲାପୁରରୁ ପୂର୍ବତନ ଗୃହମନ୍ତ୍ରୀ ସୁଶୀଲ ସିନ୍ଦେଙ୍କ ଝିଅ ପ୍ରଣତୀ ସିନ୍ଦେ ମୈଦାନରେ ଅଛନ୍ତି । କର୍ଣ୍ଣାଟକର ଧାରୱାଡ଼ରୁ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ବିଜେପି ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି । ଉତ୍ତର ଗୋଆ ଆସନରୁ ଶ୍ରୀପଦ ନାଇକ ଓ ଦକ୍ଷିଣ ଗୋଆ ଆସନରୁ ପଲ୍ଲବୀ ଡେମ୍ପୋ ବିଜେପି ଟିକେଟରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ମୈନପୁରୀ ଆସନରୁ ଅଖିଳେଶ ୟାଦବଙ୍କ ପତ୍ନୀ ଡିମ୍ପଲ ୟାଦବ ନିର୍ବାଚନ ଲଢୁଥିବା ବେଳେ ଏମପିର ବିଦିଶାରୁ ଶିବରାଜ ସିଂହ ଚୌହାନ, ଗୁନାରୁ ଜ୍ୟୋତିରାଦିଦ୍ୟ ସିନ୍ଧିଆ ଏବଂ ରାଜଗଡ଼ରୁ ଭେଟରାନ କଂଗ୍ରେସ ଲିଡର ଦିଗବିଜୟ ସିଂହ ନିର୍ବାଚନ ମୈଦାନରେ ଅଛନ୍ତି । ପଶ୍ଚିମବଙ୍ଗର ବହରମପୁର ଆସନରୁ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରତିଦ୍ୱନ୍ଦ୍ବିତା କରୁଥିବା ବେଳେ ତାଙ୍କ ବିରୋଧରେ ଟିଏମସିରୁ କ୍ରିକେଟର ୟୁସୁଫ ପଠାନ ଓ ବିଜେପିରୁ ପ୍ରସିଦ୍ଧ ସର୍ଜନ ନିର୍ମଳ କୁମାର ସାହା ନିର୍ବାଚନ ଲଢ଼ୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:

Sponsored
The third round of elections, the fate of the heavyweights will be tested today | Argus News