ବାପରେ ବାପ ଏତେ ଦାମୀ ଟ୍ରେନ, ସାଧାରଣ ଲୋକ ଟିକେଟ କିଣିବା ସତ ସପନ !

Key Points
୨୦୧୦ରେ ଯାତ୍ରୀଙ୍କୁ ବିଳାସପୂର୍ଣ୍ଣ ଟ୍ରେନ୍ ଯାତ୍ରା ଦେବା ପାଇଁ ମହାରାଜା ଏକ୍ସପ୍ରେସ୍ ଆରମ୍ଭ କରାଯାଇଥିଲା ।
ଦିଲ୍ଲୀ, ଆଗ୍ରା, ବିକାନେର୍, ଫତେଫୁର ସିକ୍ରି, ଓର୍ଛା, ଖଜୁରାହୋ, ଜୟପୁର,ଯୋଧପୁର, ଉଦୟପୁର, ରନ୍ଥମ୍ବୋର, ବାରାଣାସୀ ଓ ମୁମ୍ବାଇ ଯାଉଛି ଏହି ଟ୍ରେନ ।
ଟ୍ରେନ ଟିକେଟ କିଣିବା ପାଇଁ ଆପଣଙ୍କୁ ଘର ବିକ୍ରି କରିବାକୁ ପଡ଼ିପାରେ କିମ୍ବା ବ୍ୟାଙ୍କରୁ ଋଣ ନେବାକୁ ପଡ଼ିପାରେ । କୌଣସି ପଞ୍ଚତାରକା ହୋଟେଲ କିମ୍ବା ରାଜ ଉଆସ ବି ଏ ଟ୍ରେନର ବିଳାସପୂର୍ଣ୍ଣ ସୁବିଧା ସାମ୍ନାରେ ହାର ମାନିଯିବ । ଏଭଳି ଏକ ବିଳାସପୂର୍ଣ୍ଣ ଟ୍ରେନ୍ ଆଉ କେଉଁଠି ନୁହେଁ ଭାରତରେ ଚାଲେ ,ଯେଉଁଥିରେ ଯାତ୍ରା କରିବା ସାଧାରଣ ଲୋକଙ୍କ ପାଇଁ ସହଜ ନୁହେଁ । ଏହି ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କୁ ରାଜାମହାରାଜାଙ୍କ ପରି ସୁବିଧା ମିଳିଥାଏ । ୨୦୧୨ରୁ ୨୦୧୮ ପର୍ୟ୍ୟଜନ୍ତ ୱାର୍ଲ୍ଡ ଟ୍ରାଭେଲ ଆୱାର୍ଡ ଦ୍ୱାରା ଏହାକୁ ବିଶ୍ୱର ସର୍ବୋଚ୍ଚ ବିଳାସପୂର୍ଣ୍ଣ ଟ୍ରେନର ଆଖ୍ୟା ପ୍ରଦାନ କରାଯାଇଥିଲା।
୨୦୧୦ ମସିହାରେ ଯାତ୍ରୀଙ୍କୁ ବିଳାସପୂର୍ଣ୍ଣ ଟ୍ରେନ୍ ଯାତ୍ରାର ଆନନ୍ଦ ଦେବା ପାଇଁ ମହାରାଜା ଏକ୍ସପ୍ରେସ୍ ଆରମ୍ଭ କରାଯାଇଥିଲା । ଏହି ଟ୍ରେନ ଯାତ୍ରୀଙ୍କୁ ଦିଲ୍ଲୀ, ଆଗ୍ରା, ବିକାନେର୍, ଫତେଫୁର ସିକ୍ରି, ଓର୍ଛା, ଖଜୁରାହୋ, ଜୟପୁର,ଯୋଧପୁର, ଉଦୟପୁର, ରନ୍ଥମ୍ବୋର, ବାରାଣାସୀ ଓ ମୁମ୍ବାଇ ଆଦି ଦେଇ ଯାତ୍ରା କରେ । ତେବେ ଯାତ୍ରା ସମୟରେ ଯାତ୍ରୀଙ୍କୁ ମୁମ୍ବାଇର ତାଜ୍ ପ୍ୟାଲେସ୍ ହୋଟେଲ୍, ରାଜସ୍ଥାନର ସିଟି ପ୍ୟାଲେସନ୍, ରାମବାଗ୍ ପ୍ୟାଲେସ୍ ହୋଟେଲ୍ ସମେତ ବହୁ ପଞ୍ଚତାରକା ହୋଟେଲର ସୁବିଧା ଦିଆଯାଇଥାଏ ।
ଟ୍ରେନରେ ଥିବା ବୃହତ କକ୍ଷ ଗୁଡ଼ିକରେ ପ୍ରାୟ ବଡ଼ ଖଟ, ଟିଭି ଓ ବଡ଼ ବଡ଼ ହୋଟେଲ ଭଳି ସମସ୍ତ ସୁବିଧା ରହିଛି। ୧ କିଲୋମିଟର ଲମ୍ବ ବିଶିଷ୍ଟ ଏହି ଟ୍ରେନରେ ପ୍ରାୟ ୨୩ଟି ବଗି ରହିଛି। ଏଥିରେ କେବଳ ୮୮ ଜଣ ଯାତ୍ରୀ ଯାତ୍ରା କରିପାରିବେ। ଏପରି ବ୍ୟବସ୍ଥା କରାଯିବାର କାରଣ ଯାତ୍ରୀମାନେ ଯେଭଳି ସମ୍ପୂର୍ଣ୍ଣ ଭାବେ ରାଜକୀୟ ମଜାକୁ ଉପଲବ୍ଧି କରିପାରିବେ।
ମହାରାଜା ଏକ୍ସପ୍ରେସରେ ୧୪ଟି କାବିନ୍ ରହିଛି। ସେଥି ମଧ୍ୟରୁ ୫ଟି ଡିଲକ୍ସ କାବିନ୍ , ୬ଟି ଜୁନିୟର୍ ସୁଟ୍ , ୨ଟି ସାଧାରଣ ସୁଟ୍ ଏବଂ ଗୋଟିଏ ମେଜୋଷ୍ଟିକ୍ ପ୍ରେସିଡେନ୍ସିଆଲ୍ ସୁଟ୍ ରହିଛି। ଏହା ସହ ରହିଛି ମୟୁର୍ ମହଲ୍ ଏବଂ ରଙ୍ଗ୍ ମହଲ୍ ନାମକ ଦୁଇଟି ରେଷ୍ଟୁରାଣ୍ଟ୍ ଏବଂ ବାର୍। ଏହା ବ୍ୟତୀତ ସବୁ କାବିନରେ ଫୋନ୍ , ଇଂଟରନେଟ୍ ଏବଂ ଅନ୍ୟ ସୁବିଧା ମଧ୍ୟ ରହିଛି। ୨୩ଟି ବଗି ଥିବା ଏହି ଟ୍ରେନରେ ୮୮ଜଣ ଯାତ୍ରୀ ଯାତ୍ରା କରିବାର ସୁବିଧା ରହିଛି। ଏହି ଟ୍ରେନର ଟିକେଟ୍ ଦାମ ୧ଲକ୍ଷ ୯୩ ହଜାରରୁ ଆରମ୍ଭ ହୋଇ ୧୫ଲକ୍ଷ ୭୫ ହଜାର ଯାଏଁ ରହିଛି।