Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହାକୁମ୍ଭ ପାଇଁ ଟ୍ରେନରେ ଅସମ୍ଭାଳ ଭିଡ, ୧୫ ଘଣ୍ଟା ବାଥରୁମ ଯାଇନାହାନ୍ତି ଯାତ୍ରୀ

National

ମହାକୁମ୍ଭ ପାଇଁ ଟ୍ରେନରେ ଅସମ୍ଭାଳ ଭିଡ, ୧୫ ଘଣ୍ଟା ବାଥରୁମ ଯାଇନାହାନ୍ତି ଯାତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ମହାକୁମ୍ଭ ପାଇଁ ଟ୍ରେନରେ ଅସମ୍ଭାଳ ଭିଡ, ୧୫ ଘଣ୍ଟା ବାଥରୁମ ଯାଇନାହାନ୍ତି ଯାତ୍ରୀ

ଅର୍ଗସ ବ୍ୟୁରୋ : ମାଘ ପୂର୍ଣ୍ଣିମାକୁ ନେଇ ପ୍ରୟାଗରାଜରେ ଭିଡ ଖୁବ ବଢିବାରେ ଲାଗିଛି । ମହାକୁମ୍ଭରେ ସ୍ନାନ ପାଇଁ ଦେଶ ବିଦେଶର ବିଭିନ୍ନ କୋଣ ଅନୁକୋଣରୁ ଲୋକ ଛୁଟି ଆସୁଛନ୍ତି । ଯାହାକୁ ନେଇ ରେଳ ଷ୍ଟେସନରେ ଅନେକ ତୀର୍ଥଯାତ୍ରୀଙ୍କ ସମାଗମ ଲାଗି ରହିଛି । ଅତ୍ୟଧିକ ଭିଡ ଯୋଗୁ କିଛି ଯାତ୍ରୀ ୪ ୫ ଦିନ ଧରି ଝାଡା, ପରିସ୍ରା ମଧ୍ୟ ଯାଇ ପାରୁନାହାନ୍ତି ।

ପାଟନା ଷ୍ଟେସନରେ ଅତ୍ୟଧିକ ଭିଡ ଯୋଗୁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ଲାଟଫର୍ମରେ ଜନସମୁଦ୍ର ଦେଖିବାକୁ ମିଳିଛି । କିଛି ଯାତ୍ରୀ ଏହି ଭିଡକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସିଲିଗୁଡିରୁ ଆସିଥିବା ଜଣେ ମହିଳା କହିଛନ୍ତି, ସେ ସକାଳ ୧୧ରୁ ଆସି ଅପେକ୍ଷା କରିଛନ୍ତି, ୨ ଟା ହୋଇ ଯାଇଥିଲେ ସୁଦ୍ଧା ଟ୍ରେନ ମିଳିପାରିନି । ସେହିପରି ଆଉଜଣେ କହିଛନ୍ତି, ସେ ନିଜ ସିଟ୍‌ରୁ ଉଠିବାକୁ ସକ୍ଷମ ହୋଇପାରୁ ନାହାନ୍ତି, ନା ବାଥରୁମ ଯାଇ ପାରୁଛନ୍ତି । ନିଶ୍ବାସ ବି ଠିକରେ ନେଇପାରୁନାହାନ୍ତି, ଏମିତି ଲାଗୁଛି ଯେମିତି ମରିଯିବେ ।

ଜାନୁଆରୀ ୧୧ରେ ମଧ୍ୟ ଏପରି ପରିସ୍ଥିତି ହୋଇଥିବା ଦେଖିବାକୁ ମିଳିଥିଲା । ତୀର୍ଥଯାତ୍ରୀମାନେ ପ୍ରୟାଗରାଜ ଯିବାପାଇଁ ପ୍ଲାଟଫର୍ମରେ ଦିନ ୧୧ରୁ ଅପେକ୍ଷା କରିଥିଲେ । ସେଇଠି ହିଁ ସେମାନେ ମଧ୍ୟାହ୍ନ ଭୋଜନ କରିବା ସହ ଆରାମ କରିଥିଲେ । ହେଲେ ଟ୍ରେନ ୨ରେ ପ୍ଲାଟଫର୍ମ ଛୁଇଁଥିଲା ।ଏବଂ ଟ୍ରେନ ପ୍ଲାଟଫ୍ରମରେ ଅଟକିବା ପୂର୍ବରୁ ହିଁ ଯାତ୍ରୀମାନେ ଟ୍ରେନରେ ଚଢିବା ଆରମ୍ଭ କରି ଦେଇଥିଲେ । କିଏ ଝରକା ପଟେ ତ କିଏ ମେନ ଡୋର ପଟେ । ସେଥିପାଇଁ ଭିତରେ ଥିବା କିଛି ଯାତ୍ରୀ କବାଟ ଝରକା ବନ୍ଦ କରିବା ଆରମ୍ଭ କରି ଦେଇଥିଲେ ।

ଯାହାକୁ ନେଇ କିଛି ଯାତ୍ରୀ ରାଗରେ ଟ୍ରେନ ଭଙ୍ଗାରୁଜା କରିଥିଲେ । କହିଥିଲେ, ସେହି ଯାତ୍ରୀ ମାନଙ୍କୁ କିଏ ଅନୁମତି ଦେଲା ଗେଟ ବନ୍ଦ କରିବା ପାଇଁ । ସେମାନେ ଯେଉଁ ସ୍ଥାନକୁ ଯାଉଛନ୍ତି, ସେଠାକୁ ଆମେ ବି ଯାଉଛୁ । ଯଦି ଆମକୁ ବନ୍ଦ କରାଯାଏ , ତେବେ ଆମେ ଟ୍ରେନ ଭାଙ୍ଗିଦେବୁ । " ଗତକାଲିଠୁ ମଧ୍ୟ ଅତ୍ୟଧିକ ଭିଡ ବଢିବାରେ ଲଗାଛି । ଯାତ୍ରୀମାନେ ପାଖାପାଖି ୧୫ରୁ ୨୦ ଘଣ୍ଟା ଧରି ବାଥରୁମ ଯାଇନଥିବା ପ୍ରକାଶ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The train to Mahakumbh is overcrowded, passengers who have not gone to the bathroom for 15 hours | Argus News