Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅନ୍ତରୀକ୍ଷରେ ପୁଣି ଉଡ଼ିଲା ତ୍ରିରଙ୍ଗା

National

ଅନ୍ତରୀକ୍ଷରେ ପୁଣି ଉଡ଼ିଲା ତ୍ରିରଙ୍ଗା

Rashmita Mishra
Browse all articles by Rashmita Mishra
·11 months ago·2 min read
ଅନ୍ତରୀକ୍ଷରେ ପୁଣି ଉଡ଼ିଲା ତ୍ରିରଙ୍ଗା

Key Points

ଅନ୍ତରୀକ୍ଷରେ ପୁଣି ଉଡ଼ିଲା ତ୍ରିରଙ୍ଗା

୪୧ବର୍ଷ ପରେ ପୁଣି ମହାକାଶରେ ଶୁଣାଗଲା ଜୟ ହିନ୍ଦର ନାରା

ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ଆଉ ଏକ ବଡ଼ ଲମ୍ଫ

ଇତିହାସ ରଚିଲେ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା


ମଧ୍ୟାହ୍ନ ୧୨ଟା ବାଜିବା କ୍ଷଣି ଭାରତୀୟ ମହାକାଶ ବିଜ୍ଞାନ ଇତିହାସରେ ଯୋଡ଼ି ହୋଇଗଲା ଆଉ ଏକ ଅଧ୍ୟାୟ। ଦ୍ବିତୀୟ ଭାରତୀୟ ଭାବେ ମହାକାଶ ଯାତ୍ରା କଲେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା । ୪୧ ବର୍ଷ ପରେ ଆସିଲା ଏହି ଶୁଭ ମୁହୂର୍ତ୍ତ। ନିର୍ଦ୍ଧାରିତ ସମୟରେ ଆମେରିକାର ନାସାସ୍ଥିତ କେନେଡ଼ି ମହାକାଶ କେନ୍ଦ୍ରରୁ ଯେତେବେଳେ ଫାଲକନ୍ ୯ ରକେଟରେ ସଂଯୁକ୍ତ ହୋଇ ଶୁଭାଂଶୁ ଶୁକ୍ଲାଙ୍କ ମହାକାଶ ଯାନ ମହାକାଶ ଅଭିମୁଖେ ଯାତ୍ରା କରୁଥିଲା ତାଙ୍କ ବାପା ମା ଲକ୍ଷ୍ନୌରେ ତାଙ୍କର ସ୍କୁଲର ସ୍କ୍ରିନରେ ଏ ଦୃଶ୍ୟ ଦେଖୁଥିଲେ। ଭାବୁକ ହୋଇ ଉଠିଲେ, ମିଶନର ସଫଳତା ନେଇ ପ୍ରାର୍ଥନା କରୁଥିଲେ।

ଉଡ଼ାଣର ୧୦ ମିନିଟ ପରେ ହିଁ ଶୁଭାଂଶୁ ଶୁକ୍ଲାଙ୍କର ଡ୍ରାଗନ୍ ମହାକାଶ ଯାନ ରକେଟରୁ ବିଚ୍ଛିନ୍ନ ହୋଇଗଲା। ମିଶନର ପ୍ରଥମ ଭାଗ ସଫଳ ହେଲା। ଶୁଭାଂଶୁ ମହାକାଶ ରାସ୍ତାରୁ ହିଁ ମିଶନକୁ ନେଇ ପ୍ରଥମ ବାର୍ତ୍ତା ଦେଲେ। ତ୍ରିରଙ୍ଗାକୁ ମନେ ପକାଇ ଦେଶକୁ ସାଲ୍ୟୁଟ୍ କଲେ ଶୁଭାଂଶୁ।

ଶୁଭାଂଶୁ ନିଜ ମହାକାଶ ଯାତ୍ରାରେ ଶାହରୁଖ ଖାନଙ୍କ ଫିଲ୍ମ ସ୍ବଦେଶର ଗୀତବି ନେଇ ଗଲେ । ପ୍ରାୟ ସାଢ଼େ ୨୮ ଘଣ୍ଟା ପରେ ଶୁଭାଂଶୁ ଶୁକ୍ଲାଙ୍କ ମହାକାଶ ଯାନ କାଲି ସଂଧ୍ୟା ସାଢ଼େ ୪ଟାରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସହ ଯୋଡ଼ିହେବ। ଏହି ମହାକାଶ କେନ୍ଦ୍ରରେ ଶୁଭାଂଶୁ ୧୪ ଦିନ ରହିବେ। ୭ଟି ପରୀକ୍ଷା କରିବେ, ଯାହାକୁ ପ୍ରସ୍ତୁତ କରିଛନ୍ତି ଭାରତୀୟ ଶିକ୍ଷଣ ସଂସ୍ଥାନ। ଏଥିରେ ଅଧିକାଂଶ ହେବ ବାୟୋଲୋଜିକାଲ୍ ଗବେଷଣା। ମହାକାଶରେ ମାନବ ସ୍ବାସ୍ଥ୍ୟ ଓ ଜୀବଙ୍କ ଉପରେ ପ୍ରଭାବ ଦେଖିବା। ଏଥିସହ ଶୁଭାଂଶୁ ନାସା ସହ ୫ଟି ଅନ୍ୟ ପରୀକ୍ଷା କରିବେ। ଦୀର୍ଘ ମହାକାଶ ମିଶନ ପାଇଁ ତଥ୍ୟ ସଂଗ୍ରହ କରିବେ। ଶୁଭାଂଶୁ ଓ ତାଙ୍କ ଟିମର ପ୍ରୟୋଗ ଭାରତ ସହ ସାରା ବିଶ୍ବର ମହାକାଶ ମିଶନକୁ ଏକ ନୂଆ ସଫଳତା ଦେବ।

ପୂର୍ବରୁ ବିଭିନ୍ନ କାରଣ ଯୋଗୁଁ ୬ ଥର ଟଳିଥିଲା ଅକ୍ସିଅମ୍ - ୪ ମିଶନ। ପ୍ରଥମ ଥର ୨୯ ମେରେ ଡ୍ରାଗନ୍ ସ୍ପେଶ୍ ପ୍ରସ୍ତୁତ ନ ଥିଲା। ଦ୍ବିତୀୟ ଥର ୮ ଜୁନରେ ଫାଲକନ୍ - ୯ ପ୍ରସ୍ତୁତ ନ ଥିଲା। ତୃତୀୟ ଥର ୧୦ ଜୁନରେ ଖରାପ ପାଣିପାଗ ଯୋଗୁଁ ଟଳିଥିଲା ମିଶନ। ତାର ଦିନକ ପରେ ଜୁନ୍ ୧୧ରେ ଅକ୍ସିଜେନ୍ ଲିକ୍ ହେବା ଯୋଗୁଁ ମିଶନ ଟାଳିବାକୁ ପଡ଼ିଲା। ପଞ୍ଚମ ଥର ୧୯ ଜୁନରେ ପୁଣି ଖରାପ ପାଣିପାଗ ଏବଂ ଷଷ୍ଠ ଥର ୨୨ ଜୁନରେ ISS - ସର୍ଭିସ୍ ମଡ୍ୟୁଲର ମୂଲ୍ୟାଙ୍କନ ପାଇଁ ମିଶନ ସ୍ଥଗିତ ରହିଥିଲା। ଆଉ ଶେଷରେ ଆଜି ହେଲା ସଫଳ ଉଡ଼ାଣ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
the-tricolor-flew-into-space-again | Argus News