Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 ଆରମ୍ଭ ହେଲା ନୂଆ ବିଧାୟକମାନଙ୍କ ପାଠଶାଳା 

Manini Pattanayak
Browse all articles by Manini Pattanayak
·1 year ago·1 min read
 ଆରମ୍ଭ ହେଲା ନୂଆ ବିଧାୟକମାନଙ୍କ ପାଠଶାଳା 

ନୂଆଦିଲ୍ଲୀ: ଆରମ୍ଭ ହେଲା ନୂଆ ବିଧାୟକମାନଙ୍କ ପାଠଶାଳା।  ବିଧାନସଭାରେ ବିଧାୟକଙ୍କ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ଉଦଘାଟନ କଲେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ କିରନ ରିଜ୍ଜୁ।  ଆଜିଠୁ ୨ ଦିନ ଧରି ଚାଲିବ ପ୍ରଶିକ୍ଷଣ ।  ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିବ ଏହି ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ। 17ତମ ବିଧାନସଭାର ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କ ସମତେ ବିଜେପିର ବିଧାୟକ ମାନେ ଉପସ୍ଥିତ ରହିଥିଲେ।  

ଆଜି କେନ୍ଦ୍ର ସଂସାଦୀୟ ବ୍ୟାପର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟନାୟକ, ପୂର୍ବତନ ମନ୍ତ୍ରୀ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଏବଂ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କର ଗୋଟିଏ ଗୋଟିଏ ସେସନ ରହିଥିଲା । ଯେଉଁଥିରେ ବରିଷ୍ଠ ମାନେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି ।  ବିଧାନସଭା ରୁଲ ଓ ପ୍ରୋସିଡିଂ ବିଷୟରେ ବିଧାୟକ ମାନଙ୍କୁ ଅବଗତ କରିବା ସହ ବିଧାନସଭାରେ ଭଲ ପ୍ରଦର୍ଶନ ପାଇଁ ମନ୍ତ୍ର ଦିଆଯାଇଛି । ତେବେ ବିଜେଡି ଓ କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ବୟ କଟ କରିଛନ୍ତି । 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The two-day knowledge reform program will be chaired by Speaker Surama Padhy. Union Parliamentary Affairs Minister Kiren Rijiju | Argus News