ରାଜଧାନୀ ଦିଲ୍ଲୀ ଏବଂ ହରିୟାଣା ମଧ୍ୟରେ କନେକ୍ଟିଭିଟି ବୃଦ୍ଧି ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ
·1 year ago·1 min read

ଅର୍ଗସ ବ୍ୟୁରୋ: ନୂଆ ବର୍ଷ ପୂର୍ବରୁ ଦିଲ୍ଳୀବାସୀଙ୍କୁ ମୋଦି ସରକାରଙ୍କ ବଡ ଉପହାର । ରାଜଧାନୀ ଦିଲ୍ଲୀ ଏବଂ ହରିୟାଣା ମଧ୍ୟରେ କନେକ୍ଟିଭିଟି ବୃଦ୍ଧି ପାଇଁ କେନ୍ଦ୍ର କ୍ୟାବିନେଟ୍ । ଦିଲ୍ଲୀ ମେଟ୍ରୋ ର ଚତୁର୍ଥ ଫେଜ୍ କୁ ଅନୁମୋଦନ କରିଛି। ଏହା ବ୍ୟତୀତ 85 ଟି କେନ୍ଦ୍ରିୟ ବିଦ୍ୟାଳୟ ଏବଂ 28 ଟି ନୂତନ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କ୍ୟାବିନେଟ ତରଫରୁ ଅନୁମୋଦନ ମିଳିଛି। ଏ ବାବଦରେ ପ୍ରକାଶିତ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଏହି ନୂତନ କେନ୍ଦ୍ରିୟ ବିଦ୍ୟାଳୟ ଖୋଲିବା ସହିତ ସାରା ଦେଶରେ 82,000 ରୁ ଅଧିକ ଛାତ୍ରଛାତ୍ରୀ ସୁଲଭ ତଥା ଉଚ୍ଚମାନର ଶିକ୍ଷା ଲାଭ କରିବାର ସୁଯୋଗ ପାଇବେ। 85 ନୂତନ କେନ୍ଦ୍ରିୟ ବିଦ୍ୟାଳୟ ପ୍ରତିଷ୍ଠା ଏବଂ 2025-26 ପର୍ଯ୍ୟନ୍ତ ଆଠ ବର୍ଷ ମଧ୍ୟରେ 85 ନୂତନ କେନ୍ଦ୍ରିୟ ବିଦ୍ୟାଳୟ ପ୍ରତିଷ୍ଠା ଏବଂ ପୂର୍ବରୁ ଥିବା ବିଦ୍ୟାଳୟର ସମ୍ପ୍ରସାରଣ ପାଇଁ 5 ହଜାର ୮୭୨ କୋଟି ଟଙ୍କା ନିବେଶ ହେବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: