Videos
|
National

ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ

ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀରେ ୭୮ତମ ସ୍ବାଧୀନତା ଦିବସରେ ସାମିଲ୍ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପିଏମଶ୍ରି ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ରାଜ୍ୟ ସ୍କୁଲ ମାନଙ୍କର ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଅତିଥି ଭାବେ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । 

ବଡ଼ନଗରରେ ପ୍ରେରଣା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ କଣ ଅଭିଜ୍ଞତା ନେଲେ । ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବାକୁ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହେ ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆମେ ଯେତେବେଳେ ସାନ ଥିଲୁ ଗୋଟେ ଦିନ ପରେ ଖବର କାଗଜରେ ଫଟୋ ଦେଖୁଥିଲୁ । 

ଆଜି ଚିତ୍ର ବଦଳିଛି ନିଜେ ସଙ୍ଗେ ସଙ୍ଗେ ଅତି ନିକଟରୁ ସବୁକିଛି ଦେଖି ପରୁଛୁ । ପ୍ରଥମ ଥର ଯେତେବେଳେ ଦେଶର ରାଜଧାନୀକୁ ଆସୁଛନ୍ତି ଲାଲକିଲ୍ଲାରେ ସ୍ବାଧିନତା ଦିବସକୁ ଦେଖୁଛନ୍ତି, ଏହା ଏକ ବଡ଼ ସୁଯୋଗ ଛାତ୍ର ଛାତ୍ରୀଙ୍କ ପାଇଁ । ଅନେକ କୀର୍ତ୍ତି ରାଜିଠୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପାଖରେ ଦେଖିବାର ସୁଯୋଗ ପାଇଛନ୍ତି ଏହା ପିଲାଙ୍କ ଭିତରେ କୌତୁହଳ ସୃଷ୍ଟି କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

The Union Education Minister spoke to the students on Independence Day | Argus News