|
logo
Live

Argus News - କୋଭିଡର ନୂଆ ଭ୍ୟାରିଏଣ୍ଟକୁ ନେଇ ସତର୍କ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

National

କୋଭିଡର ନୂଆ ଭ୍ୟାରିଏଣ୍ଟକୁ ନେଇ ସତର୍କ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

Manini Pattanayak
Browse all articles by Manini Pattanayak
·2 years ago·2 min read
କୋଭିଡର ନୂଆ ଭ୍ୟାରିଏଣ୍ଟକୁ ନେଇ ସତର୍କ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗୋଆ, କେରଳ ଓ ମହାରାଷ୍ଟ୍ର। ଦେଶର ତିନିଟି ରାଜ୍ୟରେ ବ୍ୟାପିଲା କୋରୋନାର ସବ୍ ଭାରିଆଣ୍ଟ JN.1। ସାମ୍ନାକୁ ଆସିଲେ 21 ରୋଗୀ। କେରଳରେ ଗତ 24 ଘଣ୍ଟାରେ 3 ଜଣଙ୍କ ମୃତ୍ୟୁ। ଉଚ୍ଚସ୍ତରୀୟ ବୈଠକରେ ଦେଶରେ କୋଭିଡ୍ ସ୍ଥିତିର ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ମୁକାବିଲା ପାଇଁ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା। ସତର୍କ ରହିବାକୁ ଦେଲେ ପରାମର୍ଶ। ଦେଶକୁ ପୁଣି ଫେରିଛି କରୋନା ଭୟ। କେରଳରେ ଗତ ୨୪ ଘଣ୍ଟାରେ ୨୯୨ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ସେଠାରେ ୨୦୪୧ ସକ୍ରିୟ କେସ୍ ରହିଛି। କେରଳରେ ସପ୍ତାହକ ମଧ୍ୟରେ ତିନି ଗୁଣା କୋରୋନା ସଂକ୍ରମଣ ବୃଦ୍ଧି ପାଇ 10ରୁ ଅଧିକ ଜୀବନ ନେଲାଣି । କେରଳ ପଛକୁ ତାମିଲାନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ ଭଳି ରାଜ୍ୟଗୁଡିକ ରହିଛନ୍ତି। କୋରୋନାକୁ ନେଇ ଉଚ୍ଚସ୍ତରୀୟ ବୈଠକରେ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। କୋଭିଡର ନୂଆ ସବ ଭାରିଏଣ୍ଟ ଜେଏନ-୧ ଚିହ୍ନଟ ପରେ ଏହାକୁ ନ ଡ଼ରି ଏକାଠି ମୁକାବିଲା କରିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ।  

 ଶୀତ ଦିନ ଜାରି ରହିଥିବା ବେଳେ ସଂକ୍ରମଣର ଆଶଙ୍କା ଅଧିକା ରହିଥାଏ। ତେଣୁ ସଂକ୍ରମଣ ରୋକିବା ଦିଗରେ ରାଜ୍ୟମାନଙ୍କୁ କଠୋର ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ।  ଆଗକୁ ନୂଆବର୍ଷ, ସଂକ୍ରମଣ ବଢିବା ଆଶଙ୍କାରେ ଆଲର୍ଟ ହୋଇଛନ୍ତି ରାଜ୍ୟ ସରକାର ।  କେରଳରେ ବ୍ୟାପୁଥିବା କୋଭିଡର ନୂଆ ଭରିଆଣ୍ଟ JN-1କୁ ଓମିକ୍ରମର ଏକ ସଫ୍ଟ ଭରିଆଣ୍ଟ ବୋଲି କହିଛନ୍ତି ଭେଷଜ ବିଶେଷଜ୍ଞ। ଗତ ସପ୍ତାହକ ଭିତରେ ରାଜ୍ୟରେ ଜଣେ ବି ନୂଆ କୋଭିଡ୍ ରୋଗୀ ଚିହ୍ନଟ ହୋଇନଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। 
ଏହି ଭୁତାଣୁ ଯୋଗୁ ଗଳା ଦରଜ, ଥଣ୍ଡା, କାଶ, ଛିଙ୍କ ହୋଇଥାଏ। ମାତ୍ର ଏହା  ଫୁସଫୁସକୁ ବ୍ୟାପିବ ନାହିଁ । କେବଳ ବୟସ୍କ ଓ କୋମର୍ଭିଟି ଥିବା ଆକ୍ରାନ୍ତଙ୍କର ମୃତୁ ଘଟିଛି । ଗର୍ଭବତୀ ମହିଳା, ଶିଶୁ ଏବଂ କୋମର୍ଭିଟି ଥିବା ଲୋକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। ତେବେ ପେଣ୍ଡେମିକ୍ ନଥିବାରୁ ଟୀକାକରଣର ଆଉ ଆବଶ୍ୟକତା ନାହିଁ। କୋଭିଡ ଟୀକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଏବେବି ରୋଗ ପ୍ରତିରୋଧକ ଶକ୍ତି ରହିଛି। ଯଦି ଅଧିକ ଲୋକ ଆକ୍ରାନ୍ତ ହେଲେ ତେବେ ଆଉ ଗୋଟିଏ ବୁଷ୍ଟର ଡୋଜର ଆବଶ୍ୟକତା ପଡିପାରେ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କୋଭିଡର ନୂଆ ଭ୍ୟାରିଏଣ୍ଟକୁ ନେଇ ସତର୍କ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ | Argus News