Videos
|
National

ରାମମନ୍ଦିର ପ୍ରତିଷ୍ଠା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାମମନ୍ଦିର ପ୍ରତିଷ୍ଠା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ । ଶତାବ୍ଦୀ ଶତାବ୍ଦୀ ଧରି ଥିବା ଉତ୍ସାହର ସେ ଦିବ୍ୟ ମୁହୂର୍ତ୍ତ ଉପନୀତ । ସାଂସ୍କୃତିକ ପୁନଃଜାଗରଣର ନୂଆ ଯୁଗର ଶୁଭାରମ୍ଭ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଦେବା ସହ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଭୁବନେଶ୍ବର ରାମ ମନ୍ଦିରରେ ଦର୍ଶନ କରିବା ସହ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ପରେ ଶିଖରପୁର କାଳିଆବୋଦା ସ୍ଥିତ ଶ୍ୟାମାକାଳୀ ମନ୍ଦିରରେ ଦର୍ଶନ କରିଥିଲେ । ଏହାପରେ ଗୋପୀନାଥପୁରରେ ଅଯୋଧ୍ୟାର ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଦେଖିଥିଲେ । ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଭୁ ଶ୍ରୀରାମ ଭାରତ, ଭାରତୀୟ ଏବଂ ବିଶ୍ବର  ରାମ ଭକ୍ତମାନଙ୍କ ହୃଦୟରେ ବାସ କରନ୍ତି । ସାରା ଦେଶ ରାମମୟ । ଆଜି ଗାଁରୁ ଅଯୋଧ୍ୟା ପର୍ଯ୍ୟନ୍ତ ରାମଧ୍ୱନୀ ସମାଜରେ ଦିବ୍ୟ ଚେତନା ଜାଗ୍ରତ କରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାପରେ ସାଲେପୁର ମାଳିହତା ଗାଁରେ ଶ୍ରୀ ବଦ୍ରିନାରାୟଣ ଦେବ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସବୁଠି ରାମମୟ । ମନ୍ତ୍ର ଉଚ୍ଚାରଣ, ଦେବ ପାଠ, ଭଜନ ସଂକୀର୍ତ୍ତନରେ କମ୍ପୁଛି ସାରା ଦେଶ ।

ଅଧିକ ପଢ଼ନ୍ତୁ ଦେଶ ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: