Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିକଶିତ ଭାରତ ଦିଗରେ ମୋଦି ସରକାରଙ୍କ ବଡ଼ ପଦକ୍ଷେପ

Manini Pattanayak
Browse all articles by Manini Pattanayak
·1 year ago·2 min read
ବିକଶିତ ଭାରତ ଦିଗରେ ମୋଦି ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ:  ମହାରାଷ୍ଟ୍ରର ପାଲଘରରୁ ବିକଶିତ ଭାରତର ସ୍ବପ୍ନ ପୂରଣ ପାଇଁ ଆହ୍ବାନ ଦେଇଛନ୍ତି ପିଏମ୍ ମୋଦି । ଭାରତର ଦୀର୍ଘତମ ଡିପ୍ ୱାଟର୍ ପୋର୍ଟ୍ ବଧବନ୍ ର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଲେ, 10 ବର୍ଷରେ ମେରାଇନ୍ ସେକ୍ଟରରେ ଭାରତର ଡବଲ୍ ଅଭିବୃଦ୍ଧି । ବିଶ୍ବର 16ତମ ଶ୍ରେଷ୍ଠ ମେରାଇନ୍ ନେସନ୍ ଭାରତ ।  ଯେତେବେଳେ ପ୍ରେରଣା ସହ ପ୍ରଗତି ମିଶେ ସେତେବେଳେ ଆରମ୍ଭ ହୁଏ ଗୋଟିଏ ନୂଆ ଯୁଗ। ମହାରାଷ୍ଟ୍ରର ପାଲଘରରୁ ବିକଶିତ ଭାରତର ସ୍ବପ୍ନ ପୂରଣ ପାଇଁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଆଜି ମହାରାଷ୍ଟ୍ରର ପାଲଘର ଠାରେ  ଭାରତର ଦୀର୍ଘତମ ଡିପ୍ ୱାଟର୍ ପୋର୍ଟ୍ ବଧବନ୍ ର ଶିଳାନଯଯାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବଧବନ୍ ପୋର୍ଟ୍  ମାରିଟାଇମ୍ କ୍ଷେତ୍ରରେ ଭାରତର ଭୂମିକାକୁ ଆହୁରି ଅଧୀକ ସୁଦୃଢ କରିବ ବାଣିଜ୍ୟିକ ଜାହାଜ ଗମନା ଗମନକୁ ଆହୁରି ଅଧିକ ସୁବିଧା ଜନକ ହେବ। ଏହା ସହିତ  ସାମୁଦ୍ରିକ କ୍ଷତ୍ରରେ ଅଧୀକରୁ ଅଧିକ ରୋଜଗାର ବଢାଇବାରେ ସହାସଯକ ହେବ। ଏହା ହିଁ କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ ହୋଇଆସିଛି ବୋଲି ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

 ବଧବନ୍ ପୋର୍ଟ ପ୍ରୋଜେକ୍ଟ ଏକ ବିଶେଷ ପ୍ରକଳ୍ପ ଏବଂ  ଦେଶର ଅଭିବୃଦ୍ଧି ଦିଗରେ ତଥା ମହାରାଷ୍ଟ୍ର ପାଇଁ ବିକାଶର ଏହା ପାୱାର ହାଉସ୍ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି..୭୬,୨୨୦ କୋଟି ନିବେଶର ଏହି ୩୦୦mta କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ କନେକ୍ଟିଭିଟି ବୃଦ୍ଧି , ରୋଜଗାର  ସୃଷ୍ଟି କରିବା ସହିତ ମହାରାଷ୍ଟ୍ରର ଅର୍ଥନୀତିକୁ ଦୃଢ କରିବାରେ ସହାଯକ ହେବ..ଆନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର (INSTC) ଏବଂ ଇଣ୍ଡିଆ-ମିଡିଲ୍ ଇଷ୍ଟ-ଯୁରୋପ୍ ଅର୍ଥନୈତିକ କରିଡର (IMEC) ମାଧ୍ୟମରେ ମଧ୍ୟ ଏସିଆ ଏବଂ ରୁଷ ସହିତ ଭାରତର ସଂଯୋଗକୁ ବୃଦ୍ଧି କରିବାକୁ ଏହି ବନ୍ଦରର ଲକ୍ଷ୍ୟ ରହିଛି। ୱାଧବାନ୍ ବନ୍ଦରରେ ବିଶ୍ୱର ଅନେକ ବୃହତ୍ କାର୍ଗୋ ଜାହାଜ ପ୍ରବେଶ କରିବ। ଏହି ବନ୍ଦରର ମୋଟ କ୍ଷମତା ବାର୍ଷିକ 300 ନିୟୁତ ଟନ୍ ହେବ।  ମହାରାଷ୍ଟ୍ରର ୱାଧବାନ୍ ବନ୍ଦର ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁଚିନ୍ତିତ ପଦକ୍ଷେପ , ନୂଆ ଭାରତର ଆହ୍ବାନ ଏବଂ ଆତ୍ମନିର୍ଭର ଭାରତ ପ୍ରସ୍ତିତକୁ ଦର୍ଶାଉଛି। ଆଜି ମହାରାଷ୍ଟ୍ରର ୱାଧବାନ୍ ବନ୍ଦର ଶିଳାନଯଯାସ ଓତ୍ୱରେ ମହାରାଷ୍ଟ୍ର ମୁଖଯମନ୍ତ୍ରୀ ଏବଂ ଉପମୁଖଯମନ୍ତ୍ରୀ ଙ୍କ ସମେତ ମନ୍ତ୍ରୀ ମଣ୍ଡଳର ଅନଯ ସଦସଯ ମାନେ ଜୋହୃଗ ଦେଇଥିଲେ।

ଅଧିକ ପଢନ୍ତୁ  ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Vadhvan Port of which PM Modi laid the foundation stone on Friday | Argus News