ଜାଣନ୍ତୁ ଅର୍ଗସ ଯୁବ ପ୍ରତିଭା ସମ୍ମାନ ୨୦୨୫ ପାଇଁ କେମିତି ଦେବେ ଭୋଟ ?

Key Points
ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଆପଣ ଭିଡିଓ ମାଧ୍ୟମରେ ଦେଖିପାରିବେ
ନିଜ ପସନ୍ଦର ପ୍ରତିଭାଙ୍କୁ ଭୋଟ ଦେଇ ପାରିବେ
ଦେଶ ପ୍ରଗତିର ପ୍ରମୁଖ ଉତ୍ସ ହେଉଛନ୍ତି ଯୁବଶକ୍ତି। ତାଙ୍କର ବହୁବିଧ ଦକ୍ଷତାକୁ ନେଇ ଆଗକୁ ବଢେ ଦେଶ। ସେ ସାହିତ୍ୟ ସାଧନା ହେଉ କି ଶିକ୍ଷା, କୃଷି, ମନୋରଞ୍ଜନ ପର୍ଯ୍ୟନ୍ତ ସବୁଥିରେ ଯୁବବର୍ଗଙ୍କର ରହିଥାଏ ଗୁରୁତ୍ବପୂର୍ଣ୍ଣ ଭୂମିକା। ତେବେ ସେଇ ଯୁବବର୍ଗଙ୍କ କାର୍ଯ୍ୟଦକ୍ଷତାକୁ ସମ୍ମାନ ଜଣାଇବାକୁ ଅର୍ଗସ ନ୍ୟୁଜ୍ ହାତକୁ ନେଇଛି ନିଆରା କାର୍ଯ୍ୟକ୍ରମ ଅର୍ଗସ ଯୁବ ପ୍ରତିଭା ସମ୍ମାନ ୨୦୨୫।
ଏଗ୍ରିକଲଚର, ଏଜୁକେସନ , ଏଣ୍ଟରଟେନମେଣ୍ଟ , ଏନଭାରୋମେଣ୍ଟ , ଗଭର୍ଣ୍ଣାନ୍ସ ଏବଂ ସୋସିଆଲ ଲିଡରସିପ୍, ହେଲଥ,ଇନୋଭେସନ ଏବଂ ଏଣ୍ଟରପ୍ରିନ୍ୟୁରସିପ, ଲାଙ୍ଗୁଏଜ ଲିଟ୍ରେଚର ଏବଂ ଟ୍ରାଡିସନ, ଓ୍ବିମେନ ଏମପାଓ୍ବାରମେଣ୍ଟ,ସ୍ପୋର୍ଟସ କ୍ଷେତ୍ରରେ ଦକ୍ଷ ଯୁବ ପ୍ରତିଭା ମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଏଥପାଇଁ ନୋମିନେଶନ ପର୍ଯ୍ୟାୟରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଉଦ୍ୟମୀ ଯୁବକ-ଯୁବତୀ ସେମାନଙ୍କ ପ୍ରତିଭା ଅନୁସାରେ ଆବେଦନ କରିଥିଲେ। ଚୟନ ପ୍ରକ୍ରିୟା ଶେଷ ହେବା ପରେ ଆଜି ସନ୍ଧ୍ୟା ( ମଙ୍ଗଳବାର- ୨୦ ମେ) ରୁ ଆରମ୍ଭ ହୋଇଛି ଭୋଟିଂ ପ୍ରକ୍ରିୟା। ଏବେ ଆପଣ ଆପଣଙ୍କ ପସନ୍ଦର ପ୍ରତିଯୋଗୀଙ୍କୁ ଭୋଟ ଦେଇପାରିବେ।
ଜାଣନ୍ତୁ କେମିତି ଦେବେ ଭୋଟ ?
📱 Get Argus News App
✨ଏଥିପାଇଁ ପ୍ରଥମେ ଆପଣଙ୍କୁ https://yuvaprativasammana.argusnews.in/ କ୍ଲିକ୍ କରିବାକୁ ପଡ଼ିବ। କିମ୍ବା ଦିଆଯାଇଥିବା ଲିଙ୍କ୍ରେ ମଧ୍ୟ ଆପଣ କ୍ଲିକ୍ କରି ପେଜ୍ ଭିତରକୁ ଯାଇପାରିବେ। ଏହା ପରେ ପେଜରେ ଥିବା VOTE ଉପରେ କ୍ଲିକ୍ କରିବାକୁ ପଡ଼ିବ। ପରେ ପୁଣି VOTE YOUR NOMINATED CANDIDATES ନିମ୍ନରେ ଥିବା Click Here ଉପରେ କ୍ଲିକ୍ କରିବାକୁ ପଡ଼ିବ। ଏହାପରେ ପେଜରେ ଆସିବ ସମ୍ମାନର ବିଭାଗ ଅନୁସାରେ ଫଟୋ ଓ ନାମ। ସେଠାରେ ଆପଣ ଆପଣଙ୍କ ପସନ୍ଦର ବ୍ୟକ୍ତିତ୍ବଙ୍କୁ ଭୋଟ ଦେଇ ପାରିବେ। ଏଥିପାଇଁ ଆପଣଙ୍କ ନାମ ଓ ମୋବାଲ୍ ନମ୍ବର ଦେବାକୁ ପଡ଼ିବ। ମୋବାଇଲ୍ ନମ୍ବର ଦେବା ପରେ ଆପଣଙ୍କ ଫୋନକୁ ଗୋଟେ ଓଟିପି ଯିବ। ସେଇ ଓଟିପି ଦେବା ପରେ ସଫଳତା ପୂର୍ବକ ଆପଣଙ୍କ ଭୋଟ ସେହି ପ୍ରତିଯୋଗୀଙ୍କୁ ଯିବ। ଆପଣଙ୍କ ସ୍କ୍ରିନରେ Vote submitted successfully ! ଲେଖିବ।
ନିମ୍ନରେ ଏକ ଭିଡ଼ିଓ ଲିଙ୍କ୍ ରହିଛି, ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଆପଣ ଭିଡିଓ ମାଧ୍ୟମରେ ଦେଖିପାରିବେ।