Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଟେନିସ ଷ୍ଟାର ରାଧିକାଙ୍କ ମୃତ୍ୟୁରେ ସାରା ଦେଶ ସ୍ତବ୍ଧ

Ritu Das
Browse all articles by Ritu Das
·1 year ago·2 min read
ଟେନିସ ଷ୍ଟାର ରାଧିକାଙ୍କ ମୃତ୍ୟୁରେ ସାରା ଦେଶ ସ୍ତବ୍ଧ

Key Points

ରୋଷେଇ ଘରେ ରୋଷେଇ କରୁଥିଲେ ଝିଅ

ହଠାତ ପଛଆଡୁ ୩୨ଥର ଗୁଳି ଫୁଟିଥିଲା

ଆଉ ରୋଷଇ କରିବାବେଳେ ଝିଅ ପଛପଟୁ ଟଳିପଡ଼ିଥିଲେ

ଝିଅମାନେ ବାପାମାନଙ୍କର ବହୁତ ପ୍ରିୟ ହୋଇଥାନ୍ତି। ଜଣେ ବାପା ନିଜ ଝିଅକୁ ନିଜ ଜୀବନଠୁ ବି ଅଧିକ ଭଲ ପାଇଥାନ୍ତି। କିନ୍ତୁ ଏମିତି କଣ ହେଲା ଯେ, ଜଣେ ବାପା ଏତେ ନୃଶଂସ ହୋଇଗଲେ ନିଜ ଜନ୍ମ କରିଥିବା ଝିଅକୁ ହତ୍ୟା କରିବାକୁ ବି ପଛାଇଲେନି। ଏମିତି ଏକ ଘଟଣା ଗତ ଦୁଇ ଦିନ ତଳେ ଘଟିଛି। ଆଉ ରାଧିକା ଯାଦବଙ୍କ ଏଭଳି ମୃତ୍ୟୁ ସାରା ଦେଶକୁ ଦୋହଲାଇ ଦେଇଛି। ହରିୟାଣାର ଗୁରୁଗ୍ରାମରେ ଟେନିସ ଖେଳାଳି ହେଉଛନ୍ତି ରାଧିକା ଯାଦବ। ସେ ବହୁତ ଭଲ ଖେଳୁଥିଲେ। ତାଙ୍କ ହତ୍ୟାକାଣ୍ଡରେ ସାରା ଦେଶ ସ୍ତବ୍ଧ। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ହେଉଛି କି ଜଣେ ପିତା ତାଙ୍କ ଝିଅକୁ କେମିତି ହତ୍ୟା ହତ୍ୟା କରିପାରେ। କାରଣ ସମାଜ ତାଙ୍କୁ ତାଙ୍କ ଝିଅ ବିଷୟରେ ଗାଳି ଦେଉଥିଲା। ରାଧିକାଙ୍କ ବାପା ପୋଲିସ ସମ୍ମୁଖରେ ହତ୍ୟା କରିଥିବା ନିଜେ ସ୍ବୀକାର କରିଛନ୍ତି। ସେହି ସମୟରେ, ରାଧିକାଙ୍କ ମାଆ ମଧ୍ୟ ଏହି ମାମଲାରେ ତାଙ୍କର ଯନ୍ତ୍ରଣା ପ୍ରକାଶ କରିଛନ୍ତି।


ତାଙ୍କ ସ୍ବାମୀ ତାଙ୍କ ଝିଅକୁ ତାଙ୍କ ଜନ୍ମଦିନରେ ହତ୍ୟା କରିଥିଲେ। ମାମଲାଟି ଗୁରୁଗ୍ରାମର ସେକ୍ଟର-୫୭ର। ଗୁରୁବାର ସକାଳେ ରାଧିକା ରୋଷେଇ ଘରେ ରୋଷେଇ କରୁଥିଲେ, ସେତେବେଳେ ତାଙ୍କ ବାପା ପଛରୁ ଆସି ୩୨ ଥର ରିଭଲଭରରେ ରାଧିକାଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କଲେ। ଏଥିମଧ୍ୟରୁ ତିନୋଟି ଗୁଳି ରାଧିକାଙ୍କ ପିଠିରେ ବାଜିଲା, ଯାହା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାପା କହିଛନ୍ତି ଯେ, ଲୋକମାନେ ତାଙ୍କ ଝିଅ ଟେନିସ ଖେଳିବାକୁ ପସନ୍ଦ କରୁ ନଥିଲେ। ସେ ଏ ବିଷୟରେ ରାଧିକାକୁ ବୁଝାଇବାକୁ ମଧ୍ୟ ଚେଷ୍ଟା କରିଥିଲେ, କିନ୍ତୁ ସେ ଜମା ଶୁଣି ନ ଥିଲେ। ତେଣୁ ସେ ଏତେ ରାଗିଯାଇଥିଲେ ଯେ, ଆଉ ରାଗ ନିୟନ୍ତ୍ରଣ କରିପାରିଲେ ନାହିଁ। ସେ ରାଧିକାଙ୍କୁ ହତ୍ୟା କରିଥିଲେ। କିନ୍ତୁ ଏବେ ଏହି ମାମଲାରେ ଆଉ ଏକ ବଡ଼ ଖୁଲାସା ହୋଇଛି। ଘଟଣା ସମୟରେ ରାଧିକାଙ୍କ ମାଆ ମଧ୍ୟ ଘରେ ଉପସ୍ଥିତ ଥିଲେ ଏବଂ ତାଙ୍କ ରୁମରେ ବିଶ୍ରାମ ନେଉଥିଲେ। ତଥାପି, ସେ ହତ୍ୟା ବିଷୟରେ ପୋଲିସକୁ କିଛି କହିବାକୁ ମନା କରିଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଧିକାଙ୍କ ମାଆ କହିଛନ୍ତି, ମୋତେ ଜ୍ୱର ହୋଇଥିଲା ଏବଂ ମୁଁ ରୁମରେ ଥିଲି। ମୁଁ ହତ୍ୟା ବିଷୟରେ କିଛି ଜାଣିନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରାଧିକାକୁ କାହିଁକି ହତ୍ୟା କଲେ, ସେଥିପାଇଁ ମୁଁ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଛି ବୋଲି ତାଙ୍କ ମା' କହିଛନ୍ତି। କିନ୍ତୁ ଘଟଣା ସମୟରେ ଘରେ କେବଳ ରାଧିକା, ତାଙ୍କ ବାପା ଦୀପକ ଯାଦବ ଏବଂ ମଞ୍ଜୁ ଯାଦବ ଉପସ୍ଥିତ ଥିଲେ। ରାଧିକାଙ୍କ ଭାଇ ଧୀରଜ ଜଣେ ପ୍ରପର୍ଟି ଡିଲର ଏବଂ ସେ ଘଟଣା ସମୟରେ ଅଫିସରେ ଥିଲେ। ଆସିବା ପରେ ଦେଖିଥିଲେ ଯେ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ରାଧିକା ତଳେ ପଡ଼ିଛନ୍ତି। କୁହାଯାଉଛି ଯେ, ପୋଲିସର ବାରମ୍ବାର ଅନୁରୋଧ ସତ୍ତ୍ୱେ, ତାଙ୍କ ମା' ଲିଖିତ ବୟାନ ଦେଇ ନ ଥିଲେ କିନ୍ତୁ ମୌଖିକ ଭାବରେ କହିଥିଲେ ଯେ, ଘଟଣା ସମୟରେ ସେ ଘରେ ଥିଲେ ଏବଂ ସ୍ବାସ୍ଥ୍ୟ ଖରାପ ଥିବାରୁ ଘରେ ବିଶ୍ରାମ ନେଉଥିଲେ। ପୁଣି ପଛରେ ତାଙ୍କ ମା' ଆଉ ଏକ କଥା କହିଥିଲେ ଗୁରୁବାର ମୋର ଜନ୍ମଦିନ ଥିଲା। ମୁଁ ସୁସ୍ଥ ଥିଲି, ତେଣୁ ରାଧିକା ମୋ ପାଇଁ ଖାଦ୍ୟ ରାନ୍ଧୁଥିଲେ। ମୋ ଜନ୍ମଦିନରେ ସ୍ବାମୀ ମୋ ଝିଅକୁ ହତ୍ୟା କରିଥିଲେ। କଥାରେ ତାଳମେଳ ରହୁ ନ ଥିବାରୁ ପୋଲିସ ଏହି ହତ୍ୟା ପଛର ପ୍ରକୃତ କାରଣ ଜାଣିବାପାଇଁ ଅଧିକ ତଦନ୍ତ ଜାରି ରଖିଛି। ରାଧିକାଙ୍କ ଏମିତି ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରିଛି। ଏତେ ନୃଶଂସ ନିଜ ବାପା କେମିତି ହୋଇଗଲେ।

Sponsored
the-whole-country-is-shocked-by-the-death-of-tennis-star-radhika | Argus News