Videos
|
National

ରାତି ପାହିଲେ ପୁରା ଦେଶ ପାଳିବ 78ତମ ସ୍ବାଧୀନତା ଦିବସ

Smruti Parija
Browse all articles by Smruti Parija
·2 years ago·2 min read
ରାତି ପାହିଲେ ପୁରା ଦେଶ ପାଳିବ 78ତମ ସ୍ବାଧୀନତା ଦିବସ

ଅର୍ଗସ ବ୍ୟୁରୋ: ରାତି ପାହିଲେ ପୁରା ଦେଶ ପାଳିବ 78ତମ ସ୍ବାଧୀନତା ଦିବସ । ତା ପୂର୍ବରୁ ସବୁଠି ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି । ଜମ୍ମୁକାଶ୍ମୀରର ବାରମୂଳରେ 2.5 କିମି ଲମ୍ବା ତ୍ରିରଙ୍ଗା ରାଲି କରାଯାଇଛି । ଶହ ଶହ ସଂଖ୍ୟାରେ ଲୋକେ ସାମିଲ୍ ହୋଇପଦଯାତ୍ରାରେ ବାହାରିଥିଲେ । ସେହିପରି ରିଆସୀର ଚେନ୍ନାବ ନଦୀ ଉପରେ ଥିବା ପୃଥିବୀର ସବୁଠୁ ବଡ଼ ରେଲୱେ ବ୍ରିଜ୍ ଉପରେ ତ୍ରିରଙ୍ଗା ଯାତ୍ରା କରାଯାଇଛି । ସେହିପରି ଅଯୋଧ୍ୟାରେ ବି ବାହାରିଲା ତ୍ରିରଙ୍ଗା ରାଲି ।

କେବଳ ଦେଶ ନୁହେଁ ଓଡ଼ିଶାରେ ବି ତ୍ରିରଙ୍ଗାକୁ ସମ୍ମାନ ଦିଆଯାଇଛି । ଭୁବନେଶ୍ବରରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ସମେତ ବିଧାୟକ ମାନେ ଯୋଗ ଦେଇଥିଲେ । ଲିଙ୍ଗରାଜ ମନ୍ଦିରରୁ ମୁକ୍ତେଶ୍ଵର ମନ୍ଦିର ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା ଯାଇଥିଲା । ଜାତୀୟ ପତାକା
ଆମେ ଗୌରବ ଓ ପରିଚୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି କଟକରେ ମହାନଦୀର ଗଭୀର ସ୍ରୋତରେ ତ୍ରିରଙ୍ଗା ଯାତ୍ରାର ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଜାତୀୟ ପତାକା ଧରି ଶାନ୍ତି ମୈତ୍ରୀର ବାର୍ତ୍ତା ବାଣ୍ଟିଛନ୍ତି ସ୍କୁବା ଡାଇଭର ସବୀର ବକ୍ସ ଓ ୟୁପିର 24 ଜଣ ପ୍ରଶିକ୍ଷିତ ଏସଡିଆରଏଫ୍ ଯବାନ ।

ଖାଲି ଟ୍ବିନସିଟି ନୁହେଁ ଉପକୂଳଠୁ ଉପାନ୍ତ ଯାଏଁ ସବୁଠି ଛାଇଲା ତ୍ରିରଙ୍ଗା । କେଉଁଠି ପଦଯାତ୍ରା ତ କେଉଁଠି ବାଇକ୍ ଯାତ୍ରା । ନେତାଙ୍କଠୁ ଆରମ୍ଭ କରି ସାଧାରଣ ଲୋକେ ସାମିଲ୍ ହେଲେ ତ୍ରିରଙ୍ଗା ଶୋଭାଯାତ୍ରାରେ । ଦେଶପ୍ରତି ଦେଖାଇଲେ ଭଲପାଇବା ଓ ଜାତୀୟ ପତାକାକୁ ଦେଲେ ବଡ଼ ସମ୍ମାନ । ଦେଶଭକ୍ତି ସଙ୍ଗୀତରେ ଗୁଞ୍ଜରିତ ହେଲା ଚାରିଆଡ଼ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାତି ପାହିଲେ ଦେଶ ସ୍ବାଧୀନତାର 78ତମ ବର୍ଷପୂର୍ତ୍ତି ପାଳନ କରିବ । ଏହି ଅବସରରେ `ହର୍ ଘର୍ ତ୍ରିରଙ୍ଗା' ଅଭିଯାନରେ ସାମିଲ୍ ହୋଇ ଦେଶପ୍ରତି ନିଜ ଭାବନାକୁ ଜାଗୃତ ଏବଂ ଜୀବନ୍ତ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସମସ୍ତେ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରନ୍ତୁ ଏବଂ ନିଜର ସେଲ୍‌ଫି harghartiranga.comରେ ଅପଲୋଡ କରିବାକୁ ଅନୁରୋଧ କରିଛନ୍ତି ପିଏମ୍ । ଦେଶବାସୀଙ୍କୁ ଜାତୀୟ ପତାକାର ମହତ୍ତ୍ବକୁ ଉପଲବ୍ଧ କରାଇବା ଏହି ଅଭିଯାନର ଉଦ୍ଦେଶ୍ୟ ।