Videos
|
National

୭୮ତମ ସ୍ବାଧୀନତା ଦିବସ ପାଳନ କରୁଛି ପୁରା ଭାରତ

Ritu Das
Browse all articles by Ritu Das
·2 years ago·1 min read
୭୮ତମ ସ୍ବାଧୀନତା ଦିବସ ପାଳନ କରୁଛି ପୁରା ଭାରତ

ଅର୍ଗସ ବ୍ୟୁରୋ: ଦେଶ ସ୍ବାଧୀନତାକୁ ପୂରିଛି ୭୭ ବର୍ଷ । ଆଜି ୭୮ତମ ସ୍ବାଧୀନତା ଦିବସ ପାଳନ କରୁଛି ପୁରା ଭାରତ । ଏଥିପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ତ୍ରିରଙ୍ଗାମୟ ।  ସବୁଠି ଫର୍ ଫର୍ ହୋଇ ଉଡୁଛି ତ୍ରିରଙ୍ଗା। ଲାଲକିଲାରେ ଉଡ଼ିଲା ତ୍ରିରଙ୍ଗା। ଲଗାତାର ଏକାଦଶ ଥର ପାଇଁ ଆଜି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତବର୍ଷ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରାୟ 20 ହଜାରରୁ ଅଧିକ ଅତିଥି । 10 ହଜାରରୁ ଅଧିକ ପୋଲିସ ଓ ସୁରକ୍ଷାବାହିନୀ ଲାଲକିଲ୍ଲା ଓ ଆଖପାଖ ଅଞ୍ଚଳକୁ ସୁରକ୍ଷା ଦେଉଛନ୍ତି ।

ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ଲାଲକିଲାକୁ NO FLYING ZONE ଘୋଷଣା ହୋଇଛି। ଏପଟେ ଭୁବନେଶ୍ବର ଗାନ୍ଧି ମାର୍ଗରେ ମଧ୍ୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କଟକ ବାରବାଟୀ ଷ୍ଟାଡିୟମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଯୋଗଦେଇ ଜାତୀୟ ପତାକା ଉତଳନ କରିବେ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The whole | Argus News