'ସାରା ବିଶ୍ୱ ଏବେ ଭାରତକୁ ଜ୍ଞାନର ସାଥୀ ଭଳି ଦେଖୁଛି'

Key Points
ୟୁନିଭର୍ସିଟି ଅଫ୍ ଆବେରଡିନ ।
ୟୁନିଭର୍ସିଟି ଅଫ୍ ୟର୍କ ।
ୟୁନିଭର୍ସିଟି ଅଫ୍ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ।
ଇଲିନଏଜ ଟେକ୍ ।
ଆଇଡି ସ୍କୁଲ ଅଫ ଡିଜାଇନର କ୍ୟାମ୍ପସ ।
ଭାରତକୁ ପୁରା ବିଶ୍ୱ କେବଳ ଏକ ଗନ୍ତବ୍ୟସ୍ଥଳ ରୂପେ ନୁହେଁ ବରଂ ଜ୍ଞାନର ଏକ ସାଥୀ ରୂପେ ଦେଖିବାକୁ ଆରମ୍ଭ କଲାଣି । ମହାରାଷ୍ଟ୍ରରେ ୫ ବିଦେଶୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ସ୍ଥାପନ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ବିକଶିତ ଭାରତ ଯାତ୍ରାରେ ଏହା ଏକ ମାଇଲଷ୍ଟୋନ ହେବ । ଆଗକୁ ଜ୍ଞାନ କ୍ଷେତ୍ରରେ ମହାରାଷ୍ଟ୍ର ସବୁଠୁ ବଡ଼ ପ୍ରତିନିଧିତ୍ବ କରିବ ।
ୟୁନିଭର୍ସିଟି ଅଫ୍ ଆବେରଡିନ, ୟୁନିଭର୍ସିଟି ଅଫ୍ ୟର୍କ, ୟୁନିଭର୍ସିଟି ଅଫ୍ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ, ଇଲିନଏଜ ଟେକ୍ ଏବଂ ଆଇଡି ସ୍କୁଲ ଅଫ ଡିଜାଇନର କ୍ୟାମ୍ପସ ମହାରାଷ୍ଟ୍ରରେ ଖୋଲିବା ନେଇ ପତ୍ର ସ୍ବାକ୍ଷରିତ ହୋଇଛି । କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ, ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ, ବ୍ରିଟିସ ହାଇକମିଶନର ଲିଣ୍ଡି କ୍ୟାମେରନ୍, ୫ ବିଶ୍ବବିଦ୍ୟାଳୟର ପ୍ରତିନିଧି ଏବଂ ୟୁଜିସିର ଅଧିକାରୀଙ୍କ ସମେତ ଅନେକ ବରିଷ୍ଠ ଉପସ୍ଥିତ ଥିଲେ ।