Videos
|
National

ସନ୍ତାନ ନ ହେବାରୁ ପ୍ରେମିକ ସହିତ ଫେରର ହୋଇଯାଇଥିଲେ ପତ୍ନୀ

Ritu Das
Browse all articles by Ritu Das
·2 years ago·1 min read
ସନ୍ତାନ ନ ହେବାରୁ ପ୍ରେମିକ ସହିତ ଫେରର ହୋଇଯାଇଥିଲେ ପତ୍ନୀ

ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶ ବାନ୍ଦାରୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର ସାମ୍ନାକୁ ଆସିଛି। ସନ୍ତାନ ନ ହେବାରୁ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଛାଡ଼ି ପ୍ରେମିକ ସହିତ ଫେରାର ହୋଇଯାଇଛନ୍ତି। ପୀଡ଼ିତ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ନାଁରେ ଏକ ମାମଲା ଥାନାରେ ଦାଏର କରିଛନ୍ତି। ସ୍ବାମୀଙ୍କ ଅଭିଯୋଗ ଯେ, ସେ ତାଙ୍କ ସ୍ତ୍ରୀଙ୍କୁ ଡରିକି ରହୁଛନ୍ତି। ପୋଲିସ ଉକ୍ତ ମହିଳାଙ୍କ ନାଁରେ ମାମଲା ରୁଜୁ କରିବାସହ ତାଙ୍କ ପ୍ରେମିକଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। 

ମାମଲାଟି ହେଉଛି କୋତବାଲି ଅଞ୍ଚଳର। ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ୨୦୧୬ ମସିହାରେ ମଧ୍ୟପ୍ରଦେଶ ଜବଲପୁରରେ ରହୁଥିବା ଜଣେ ମହିଳାଙ୍କ ସହ ଉକ୍ତ ବ୍ୟକ୍ତିଙ୍କର ବିବାହ ହୋଇଥିଲା। ବିବାହ ପରଠୁ ଉଭୟ ଦମ୍ପତିଙ୍କର କୌଣସି ସନ୍ତାନ ସନ୍ତତି ନ ଥିଲେ। ବାରମ୍ବାର ସମ୍ବାମୀ ଜଣକ ନିଜ ସ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣୁଥିଲେ ତାଙ୍କ ପତ୍ନୀଙ୍କର ଆଉ କାହା ସହ ଅବୈଧ ସମ୍ପକ ଅଛି। ଆଉ ତାଙ୍କ ପତ୍ନୀ ଦ୍ବିତୀୟ ବିବାହ କରିବାକୁ ଚାହୁଁଛନ୍ତି। 

ସ୍ବାମୀ ନ ଥିଲା ବେଳେ ଉକ୍ତ ମହିଳାଙ୍କୁ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ଦେଖା କରିବାକୁ ଆସୁଥିଲେ। ଏହି କଥାକୁ ନେଇ ମୋର ମୋ ସ୍ତ୍ରୀ ସହ ଝଗଡ଼ା ହୋଇଥିଲା। ଏହାକୁ ନେଇ ମୋ ପତ୍ନୀ ରାଗିଯାଇ ଗହଣା ଏବଂ ଲୁଗାପଟା ନେଇ ଘରୁ ଫେରାର ହୋଇଯାଇଥିଲେ। ଏହାପରେ ସ୍ତ୍ରୀ ପଛେ ପଛେ ସ୍ବାମୀ ଜଣକ ଯାଇ ଦେଖନ୍ତି ସ୍ତ୍ରୀ ଜଣକ ପୂର୍ବରୁ ତାଙ୍କ ପୁରଷ ବନ୍ଧୁ ସହ ଫେରାର ହେବାକୁ ଯୋଜନା କରି ରେଲଓ୍ବେ  ଷ୍ଟେସନ ପହଞ୍ଚି ଯାଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

The wife went back | Argus News