Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଝାଡ଼ଖଣ୍ଡରେ ପରିବର୍ତ୍ତନର ହାୱା,ଓଡ଼ିଶା ଭଳି ଝାଡ଼ଖଣ୍ଡରେ ବଦଳିବ କି ସରକାର ?

Sangram Tripathy
Browse all articles by Sangram Tripathy
·1 year ago·2 min read
ଝାଡ଼ଖଣ୍ଡରେ ପରିବର୍ତ୍ତନର ହାୱା,ଓଡ଼ିଶା ଭଳି ଝାଡ଼ଖଣ୍ଡରେ ବଦଳିବ କି ସରକାର ?

ଅର୍ଗସ ବ୍ୟୁରୋ:କମ୍ପୁଛି ଝାଡ଼ଖଣ୍ଡ ମଇଦାନ ଏଥର ଲଢେଇ ହେବ ଜୋରଦାର,INDI ମେଣ୍ଟ ସହ NDAର କଡ଼ା ଟକ୍କର। ଆଉ ଏହାରି ଭିତରେ ଝାଡ଼ଖଣ୍ଡରେ ମଧ୍ୟ ବୋହିଲାଣି ପରିବର୍ତ୍ତନର ହାୱା,ଯାହାକୁ ନେଇ ଟେନସନରେ କଂଗ୍ରେସ-ଜେଏମଏମ । ଖସିଯିବ ତ ହାତରୁ ବାଜି,କ୍ଷମତା ଛଡାଇ ନେବନି ତ ବିଜେପି ଘାରିଲାଣି INDI ମେଣ୍ଟକୁ ଡ଼ର। ପ୍ରଧାନମନ୍ତ୍ରୀଙ୍କ ଜନସଭା ପରେ ପଡ଼ୋଶୀ ରାଜ୍ୟରେ ନିର୍ବାଚନୀ ପରିବେଶ ସରଗରମ। ସୋମବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ମଇଦାନରେ ଉଷ୍ଣତା ଭରିଲେ ପ୍ରଧାନମନ୍ତ୍ରୀ। ମାରାଥନ୍ ରାଲି କରି ମୋଦି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ, ପରିବର୍ତ୍ତନ ପାଇଁ ଆହ୍ବାନ ଦେଲେ, ଆଉ ଏହା ପରେ ରାଜ୍ୟରେ ପ୍ରଚାର ଅଭିଯାନ ହୋଇଛି ଆହୁରି ଜୋରଦାର।  ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ପରେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଶିବରାଜ ସିଂଙ୍କ ସହ ବିଜେପିର ଫାୟାର ବ୍ରାଣ୍ଡ ନେତା ତଥା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏମାନଙ୍କ ମାରାଥନ୍ ରାଲି ଓ ଗର୍ଜନରେ ଝାଡ଼ଖଣ୍ଡରେ କମ୍ପୁଛି ନିର୍ବାଚନୀ ମଇଦାନ। ଦୁଇ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଓଡ଼ିଶାରେ ନିକଟରେ ବିଜେପି ସରକାର ହୋଇଥିବାବେଳେ ଝାଡ଼ଖଣ୍ଡରେ ବି ପରିବର୍ତ୍ତନର ହାୱା ବହୁଛି। ତେବେ ସରକାରୀ ବିରୋଧୀ ହାୱାକୁ ଭୋଟରେ ରୂପାନ୍ତରିତ କରିପାରିବ ତ ବିଜେପି। ଦେଖିବାକୁ ଗଲେ ରାଜ୍ୟର ୧୪ ନିର୍ବାଚନ ମଣ୍ଡଳୀରେ ନିର୍ଣ୍ଣାୟକ ସାଜିବେ ଓଡ଼ିଆ ଭୋଟର। ଓଡିଆ ଓ ପଶ୍ଚିମବଙ୍ଗ ନିକଟବର୍ତ୍ତୀ ବହଡାଗୋଡା ବିଧାନସଭା କ୍ଷେତ୍ରରେ ଚାକୁଳିଆ, ଗୋଡ଼ାବନ୍ଦା ଓ ବହଡ଼ାଗୋଡ଼ା ୩ଟି ବ୍ଲକକୁ ନେଇ ଗଠିତ ବହଡ଼ାଗୋଡ଼ା ନିର୍ବାଚନମଣ୍ଡଳୀ । ଏ ଅଞ୍ଚଳରେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା ଅଧିକ। ନିର୍ବାଚନରେ ଏମାନଙ୍କ ଭୂମିକା ନିର୍ଣ୍ଣାୟକ। ତେଣୁ ଓଡ଼ିଆ ଭୋଟରଙ୍କ ଉପରେ ସବୁ ରାଜନୈତିକ ଦଳର ଆଖି। ଗତ ୫ ବର୍ଷରେ ଜେଏମଏମ୍ ଶାସନ ନେଇ ଲୋକଙ୍କ ମନରେ କ୍ଷୋଭ ରହିଛି। ସେପଟେ ଲୋକଙ୍କ ଭିତରେ ଥିବା ଅସନ୍ତୋଷକୁ ଭୋଟରେ ରୂପାନ୍ତରିତ କରିବାକୁ ପୂରା ବଳ ଲଗାଇଛି ବିଜେପି। ଦୁଇ ପଡ଼ୋଶୀ ରାଜ୍ୟ ଓଡିଶା ଓ ଛତିଶଗଡ଼ରେ ପଦ୍ମ ଦଳର ସରକାର ହେବା ପରେ ଏବେ ଝାଡ଼ଖଣ୍ଡକୁ ନେଇ ବଢ଼ିଛି ଉତ୍ସାହ। 

ବହଡାଗୋଡ଼ା କେରୁକଚ୍ଚାଠାରେ ଆୟୋଜିତ ହୋଇଥିଲା ସାଧାରଣ ସଭା। ବିଜେପି ବିଧାୟକ ଦିନେଶାନନ୍ଦ ଗୋସ୍ୱାମୀ, ପୂର୍ବ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଓ ଜାମସେଦପୁରର ଲୋକସଭା ସାଂସଦ ବିଦ୍ୟୁତ ବରଣ ମାହୋତ ଜନସଭାକୁ ସମ୍ବୋଧନ କରିଛନ୍ତି। ଯୁବକଙ୍କୁ ନିଯୁକ୍ତି, କୃଷକଙ୍କ ପ୍ରତି ଅବହେଳା, ମହିଳାଙ୍କୁ ସମ୍ମାନ, ଦୁର୍ନୀତି, ଅନୁପ୍ରବେଶ, ଆଇନ ଶୃଙ୍ଖଳା ପ୍ରସଙ୍ଗରେ  
ଜେଏମ୍ଏମ୍ ସରକାର ଉପରେ ଜୋରଦାର ବର୍ଷିଛନ୍ତି ବିଜେପି ନେତାଏ। ଅନ୍ୟପଟେ ଜେଏମ୍ଏମ୍ ସରକାରର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ନେଇ ଭୋଟରଙ୍କୁ ପୁଣି ଥରେ ଭୋଟ୍ ଦେବାକୁ ଆହ୍ବାନ ଦେଉଛନ୍ତି ଜେଏମଏମ୍ ପ୍ରାର୍ଥୀ।  ଗୃହମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନସଭାରେ ପ୍ରବଳ ଜନସମୁଦ୍ର ବିଜେପି ଶିବିରରେ ଖେଳାଇ ଦେଇଛି ଜୋରଦାର ଉତ୍ସାହ। ରାଜ୍ୟରେ କ୍ଷମତାଦଖଲ ପାଇଁ ଦଳ ପୁରା ଫୁଲଦମ୍ ଲଗାଦେଇଛି। ଯେଉଁଭଳି ଭାବେ ମୋଦିଙ୍କ ଲୋକପ୍ରିୟତା ବଢିଚାଲିଛି ଜନତା ମଧ୍ୟ ମୋଦି ସରକାରଙ୍କ ଉପରେ ଆସ୍ଥା ଭରସା ରଖୁଛନ୍ତି। ତେବେ ଜନତାଙ୍କ ମୁଡ ପରିବର୍ତ୍ତନ ଜେଏମଏମ ଏବଂ କଂଗ୍ରେସ ନେତାଙ୍କ ଆଖିର ନିଜ ହଜାଇଦେଇଛି। କିଏ ଜିତିବ ବାଜି ବିଜେପିକୁ ପାରିବେ ତ ଜେଏମଏମ୍ ଏବ କଂଗ୍ରେସ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored