Videos
|
National

ସ୍ବାମୀର ରଙ୍ଗ କଳା ବୋଲି ସ୍ତ୍ରୀ ଛାଡ଼ି ପଳାଇଲେ

Ritu Das
Browse all articles by Ritu Das
·2 years ago·2 min read
ସ୍ବାମୀର ରଙ୍ଗ କଳା ବୋଲି ସ୍ତ୍ରୀ ଛାଡ଼ି ପଳାଇଲେ

ଅର୍ଗସ ବ୍ୟୁରୋ: ସବୁବେଳେ ଝିଅ ମାନେ ହଇରାଣ ହୁଅନ୍ତି ନାହିଁ। ଆମେ ସବୁବେଳେ ପୁରୁଷ ପ୍ରାଧାନ୍ୟ ସମାଜ ବୋଲି ଖାଲି ଝିଅମାନଙ୍କ କଥାକୁ ବେଶୀ ପ୍ରାଧାନ୍ୟ ଦିଅନ୍ତି କିନ୍ତୁ ଯେତେବେଳେ ପୁରୁଷ ମାନେ ହଇରାଣ ହୁଅନ୍ତି ସେତେବେଳେ ଏ ସମାଜ ତାକୁ ଗୁରୁତ୍ବ ଦିଏନି। 

ମଧ୍ୟପ୍ରଦେଶର ଗ୍ବାଲିୟର ଜିଲ୍ଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ସ୍ବାମୀଙ୍କ ରଙ୍ଗ କଳା ବୋଲି ସ୍ତ୍ରୀ ସ୍ବାମୀଙ୍କୁ ଛାଡ଼ି ଚାଲିଯାଇଛନ୍ତି। କେବଳ ଏତିକି ନୁହେଁ ମହିଳା ଜଣକ ତାଙ୍କ ଦେଢ ମାସର ଝିଅକୁ ଶାଶୁଙ୍କ ପାଖରେ ଛାଡ଼ି ନିଜ ବାପ ଘରକୁ ଚାଲିଯାଇଛନ୍ତି। ଯେଉଁଠାରେ ସ୍ବାମୀ ଅଭିଯୋଗ କରିଛନ୍ତି ଯେ, ମହିଳା ଜଣକ ତାଙ୍କ ପ୍ରେମିକଙ୍କ ସହ ରହୁଛନ୍ତି। 

ଏବେ ସ୍ବାମୀ କିଛି ଉପାୟ ନ ପାଇ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ବିଶାଳ ନାମକ ଜଣେ ଯୁବକ ତାଙ୍କ ପରିବାର ସହିତ ଜନଶୁଣାଣିରେ ପହଞ୍ଚିଥିଲେ। ଯେଉଁଠାରେ ସେ ମହିଳା ପୋଲିସ ଷ୍ଟେସନର ଡିଏସପି କିରଣଙ୍କୁ ଭେଟିଥିଲେ। ସେଠାରେ ସେ କହିଥିଲେ ଯେ, ତାଙ୍କ ପତ୍ନୀ ପରିବାରର ସମସ୍ତ ସଦସ୍ୟଙ୍କୁ ହଇରାଣ କରୁଛନ୍ତି। ବିବାହ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଲାଣି। ସେ ଦେଢ଼ ମାସ ପୂର୍ବରୁ ଜଣେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ବିଶାଲ ଆଉ ମଧ୍ୟ କହିଛନ୍ତି ମୋ ପତ୍ନୀ ତାଙ୍କ ମା'ଙ୍କ କଥାରେ ପଡ଼ି ଘରେ ଅସୁବିଧା ସୃଷ୍ଟି କରୁଛନ୍ତି। ସବୁବେଳେ ମରିବାକୁ ଧମକ ଦେଉଥିଲେ। ଏତିକି ନୁହେଁ ଅନେକ ଥର ସେ ରେଳ ଟ୍ରାକକୁ ଯିବାକୁ ଚେଷ୍ଟା କରୁଥିଲେ। ମୋ ବାପା ଟ୍ରାକରୁ ତାଙ୍କୁ ଗାଳି କରି ଫେରାଇକି ଆଣିଥିଲେ। 

ବିଶାଲଙ୍କ ମା' କହିଛନ୍ତି ଯେ, ବୋହୂକୁ ରଖିବା ପାଇଁ ଆମେ ବହୁତ ଚେଷ୍ଟା କରିଛୁ। କିନ୍ତୁ ବୋହୂ ସବୁବେଳେ କହୁଥିଲେ ଆପଣଙ୍କ ପୁଅର ରଙ୍ଗ କଳା। ମୁଁ ତାଙ୍କ ସହ ସାରା ଜୀବନ ରହିପାରିବିନି। ଏହି କାରଣରୁ ସେ ଅନେକ ଥର ଘରୁ ବାହାରିକି ପଳାଇଛନ୍ତି। କିନ୍ତୁ ସ୍ବାମୀ ଏବଂ ତାଙ୍କ ସ୍ବାମୀ ଏବେ ବି ଚାହୁଁଛନ୍ତି ସେ ଫେରି ଆସନ୍ତୁ ସେମାନେ ପୂର୍ବଭଳି ରହିବେ। ଯଦି ସେ ଫେରିବାକୁ ଚାହୁଁନାହାନ୍ତି ତାହାଲେ ସମ୍ପର୍କ ଭାଙ୍ଗିକି ସମ୍ପୂର୍ଣ୍ଣ ଭାବେ ଅଲଗା ଭାବେ ବଞ୍ଚିପାରିବେ। ଆଉ ଯଦି ତାଙ୍କୁ ନ୍ୟାୟ ମିଳିବ ନାହିଁ। ତେବେ ସେ ନିଜେ ଏସପି କାର୍ଯ୍ୟାଳୟରେ ଆତ୍ମହତ୍ୟା କରିବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମାଜ ଅଛି ମାନେ ଉଭୟ ପୁରୁଷ ଏବଂ ମହିଳାଙ୍କର ସମାନ ଅଧିକାର ଅଛି। ହେଲେ ସମାଜରେ ସମସ୍ତଙ୍କର ମାନସିକତା ବଦଳିବା ଦରକାର। ସେ ନାରୀ ହୁଅନ୍ତୁ କି ପୁରୁଷ ସମସ୍ତେ ସମାନ। 

ଅଧିକ ପଢ଼ନ୍ତୁ ଭାରତ ଖବର 

The woman | Argus News