Videos
|
National

ୟୁଏଇରେ ଆଜିଠାରୁ ମହିଳା ଟି୨୦ ବିଶ୍ୱକପ୍‌ ଆରମ୍ଭ 

Manini Pattanayak
Browse all articles by Manini Pattanayak
·1 year ago·1 min read
ୟୁଏଇରେ ଆଜିଠାରୁ ମହିଳା ଟି୨୦ ବିଶ୍ୱକପ୍‌ ଆରମ୍ଭ 

ନୂଆଦିଲ୍ଲୀ:  ୟୁଏଇରେ ଆଜିଠାରୁ ମହିଳା ଟି୨୦ ବିଶ୍ୱକପ୍‌ ଆରମ୍ଭ ହୋଇଛି। ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଶାରଜା ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଛି। ଏହି ମ୍ୟାଚ ପରେ ଦୁଇ ଏସୀୟ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଓ ଶ୍ରୀଲଙ୍କା ପରବର୍ତ୍ତୀ ମ୍ୟାଚ୍‌ରେ ପରସ୍ପରକୁ ଭେଟିଛନ୍ତି। ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ବାଂଲାଦେଶରେ ଖେଳାଯିବାକୁ ଥିବାବେଳେ ରାଜନୈତିକ ହିଂସା କାରଣରୁ ଏହାକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା।

ମହିଳା ଟି୨୦ରେ ଅଷ୍ଟ୍ରେଲିଆ ସବୁଠାରୁ ଶକ୍ତିଶାଳୀ ଦଳ ହୋଇଥିବା ବେଳେ ଏହାର ଆଧିପତ୍ୟ ଶେଷ କରିବା ପାଇଁ ଭାରତ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ପ୍ରୟାସ କରିବେ। ଅନ୍ତିମ ୩ ଟି୨୦ ବିଶ୍ବକପ୍‌ ଅଷ୍ଟ୍ରେଲିଆ ଜିତିଥିବା ବେଳେ ସମୁଦାୟ ୯ ସଂସ୍କରଣରେ ଏହା ୬ ଥର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଅତୀତରେ ଭାରତ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଅନେକ ଥର ଅଷ୍ଟ୍ରେଲିଆକୁ ହରାଇ ସାରିଛନ୍ତି। ତେବେ ବିଶ୍ୱକପ୍‌ରେ ଏହି ଦଳକୁ ହରାଇବା ସମସ୍ତଙ୍କ ପାଇଁ କାଠିକର ପାଠ ହୋଇଛି। 

ଅଧିକ ପଢନ୍ତୁ କ୍ରୀଡା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Women's T20 World Cup has started today in the UAE. | Argus News