କର୍ମଶକ୍ତି ନୁହେଁ, ବରଂ ବର୍ତ୍ତମାନ ଭାରତ ଏକ ବିଶ୍ୱ-ଶକ୍ତି: ମୋଦି

ସାରା ବିଶ୍ୱର ଲୋକମାନେ ଭାରତକୁ ଆସିବାକୁ ଚାହାଁନ୍ତି ଏବଂ ଭାରତକୁ ଜାଣିବାକୁ ଚାହାଁନ୍ତି । ଆଜି, ଭାରତ ବିଶ୍ୱର ଏପରି ଏକ ଦେଶ ଯେଉଁଠାରେ ପ୍ରତିଦିନ ସକରାତ୍ମକ ଖବର ସୃଷ୍ଟି ହେଉଛି । ଯେଉଁଠାରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ନୂଆଦିଲ୍ଲୀର ଭାରତ ମଣ୍ଡପମରେ 'NXT' ମିଡିଆ ହାଉସ୍ ଦ୍ବାରା ଆୟୋଜିତ ଶିଖର ସମ୍ମିଳନୀରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ।
ପୂର୍ବେ ଦଶନ୍ଧିରେ ବିଶ୍ୱରେ ଭାରତର ସ୍ଥାନ ବିଭିନ୍ନ କ୍ଷେତ୍ରରେ ପଛକୁ ରହୁଥିଲା କିନ୍ତୁ ବର୍ତ୍ତମାନ ଭାରତ ବିଶ୍ୱର କାରଖାନା ଭାବରେ ଉଭା ହେଉଛି। କେବଳ ଏକ କର୍ମଶକ୍ତି ନୁହେଁ, ବରଂ ବର୍ତ୍ତମାନ ଭାରତ ଏକ ବିଶ୍ୱ-ଶକ୍ତି, ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ‘ଭୋକାଲ୍ ଫର୍ ଲୋକାଲ’ ଅଭିଯାନ ଅଧୀନରେ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କ ସରକାରଙ୍କ ପଦକ୍ଷେପ ଫଳାଫଳ ଦେବା ଆରମ୍ଭ କରିଛି । ଭାରତୀୟ ଉତ୍ପାଦଗୁଡ଼ିକ ବିଶ୍ୱବ୍ୟାପୀ ଚାହିଦା ଏବଂ ଗ୍ରହଣୀୟତା ହାସଲ କରୁଛି।
ଫ୍ରାନ୍ସରେ ଏଆଇ ଶିଖର ସମ୍ମିଳନୀ ଭାରତ ସହ-ଆୟୋଜନ କରିଥିଲା । କିନ୍ତୁ ବରତ୍ମାନ ଭାରତ ନିଜେ ଶିଖର ସମ୍ମିଳନୀ ଆୟୋଜନ କରିପାରୁଛି। ଭାରତରେ ବରତ୍ମାନ ଅନେକ ଗୁରୁତ୍ବପୂର୍ଣ ସମିଟ୍ ର ଆୟୋଜନ ହେଉଛି । ଏହି ସମିଟ୍ ମାଧ୍ୟମରେ ଭାରତର ଦକ୍ଷତା ଆଜି ପୁରା ବିଶ୍ୱ ଦେଖିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀର ଭାରତ ମଣ୍ଡପମର 'NXT' କନକ୍ଲେଭ୍ ରେ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ Anthony John Abbott ଏବଂ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି Mr. Ranil Wickremesinghe ମୁଖ୍ୟ ଅତିଥି ରୂପେ ଜୋଗ ଦେଇଥିଲେ ।