Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୂନିଆର ରହସ୍ୟମୟ ଶିବମନ୍ଦିର ; ୧୨ ବର୍ଷରେ ଥରେ ବିଜୁଳି ପଡି ଭାଙ୍ଗିଯାଏ ଶିବଲିଙ୍ଗ, ଜାଣନ୍ତୁ ପୁରା କାହାଣୀ..

National

ଦୂନିଆର ରହସ୍ୟମୟ ଶିବମନ୍ଦିର ; ୧୨ ବର୍ଷରେ ଥରେ ବିଜୁଳି ପଡି ଭାଙ୍ଗିଯାଏ ଶିବଲିଙ୍ଗ, ଜାଣନ୍ତୁ ପୁରା କାହାଣୀ..

Swoyang prajna Mishra
Browse all articles by Swoyang prajna Mishra
·11 months ago·2 min read
ଦୂନିଆର ରହସ୍ୟମୟ ଶିବମନ୍ଦିର ; ୧୨ ବର୍ଷରେ ଥରେ ବିଜୁଳି ପଡି ଭାଙ୍ଗିଯାଏ ଶିବଲିଙ୍ଗ, ଜାଣନ୍ତୁ ପୁରା କାହାଣୀ..

Key Points

ପୂରା ଦୂନିଆରେ ଶିବଙ୍କର ଅନେକ ଚମତ୍କାରିତା ରହସ୍ୟମୟ ମନ୍ଦିର ଅଛି । କିନ୍ତୁ ହିମାଚଳ ପ୍ରଦେଶର କୁଲ୍ଲୁରେ ଏକ ମହାଦେବଙ୍କର ମନ୍ଦିର ଅଛି , ଯାହା ବିଜୁଳି ମହାଦେବ ମନ୍ଦିର ନାଁରେ ପରିଚିତ ।

ପୂରା ଦୂନିଆରେ ଶିବଙ୍କର ଅନେକ ଚମତ୍କାରିତା ରହସ୍ୟମୟ ମନ୍ଦିର ଅଛି । କିନ୍ତୁ ହିମାଚଳ ପ୍ରଦେଶର କୁଲ୍ଲୁରେ ଏକ ମହାଦେବଙ୍କର ମନ୍ଦିର ଅଛି , ଯାହା ବିଜୁଳି ମହାଦେବ ମନ୍ଦିର ନାଁରେ ପରିଚିତ । ଏହି ମନ୍ଦିର ଭଗବାନ ଶିବଙ୍କର ସବୁଠାରୁ ପ୍ରାଚୀନ ମନ୍ଦିର ଭାବେ ଜଣାଯାଏ । ଏହି ମନ୍ଦିର ସହ ଜଡିତ ଏକ ଖବର ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ମନ୍ଦିରକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ବନ୍ଦ କରି ରଖାଯାଇଛି । ସ୍ଥାନୀୟ ଲୋକଙ୍କ ମୁତାବକ, ଏହି ମନ୍ଦିରରେ ୧୨ ବର୍ଷକୁ ଧରେ ବିଜୁଳି ପଡେ । ଯାହାଦ୍ଵାରା ମନ୍ଦିର ଭିତରେ ଥିବା ଶିବଲିଙ୍ଗ ଖଣ୍ଡଖଣ୍ଡ ହୋଇଯାଏ ।
କିନ୍ତୁ ମନ୍ଦିର ସମିତି ଏପରି କଥାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି , ମନ୍ଦିରର କିଛି ବ୍ୟକ୍ତିଗତ ଭିତର କାର୍ଯ୍ୟ ରହିଥିବାରୁ ଏହାକୁ ବନ୍ଦ କରି ଦିଆଯାଇଛି ।

କିନ୍ତୁ ଏହି ମନ୍ଦିରକୁ ନେଇ ମାନ୍ୟତା ରହିଛି, ପ୍ରତି ୧୨ ବର୍ଷରେ ଏହି ମନ୍ଦିର ଉପରେ ବିଜୁଳି ପଡି ମନ୍ଦିର ଭିତରେ ସ୍ଥାପିତ ହୋଇଥିବା ଶିବଲିଙ୍ଗ ଖଣ୍ଡଖଣ୍ଡ ହୋଇଯାଏ । ପରେ ଏହି ମନ୍ଦିରକୁ କିଛି ସାମଗ୍ରୀ ଦ୍ଵାରା ଯୋଡା ଯାଇଥାଏ । ତେବେ କାହିଁକି ବିଜୁଳି ଏହି ମନ୍ଦିର ଉପରେ ପଡିଥାଏ, ଆସନ୍ତୁ ଜାଣିବା ଏହି ମନ୍ଦିର ପଛର ପୌରାଣିକ କାହାଣୀ ।

ଏକ କଥାବାଚକ ନିଜ ପ୍ରବଚନରେ କହିଥିଲେ, ପୁରା ଦୂନିଆରେ ଏହି ଗୋଟେ ହିଁ ଶିବଲିଙ୍ଗ ଯାହା ଉପରେ ବିଜୁଳି ପଡିଥାଏ, ଏବଂ ଏହା ଫାଳ ଫାଳ ହୋଇଯାଏ । ଏହାପରେ ଗାଁରେ ଲହୁଣୀ, ଏବଂ ଅନ୍ୟ ସାମଗ୍ରୀ ଏକାଠି କରାଯାଇ, ଶିବଲିଙ୍ଗକୁ ଯୋଡା ଯାଇଥାଏ । ଯୋଡା ଯିବାପରେ ଶିବଲିଙ୍ଗ ଉପରେ ଜଳ ଚଢାଯାଏ । ଏପରି ଯୋଡା ଯାଇଥାଏ, ଯାହା ପୂର୍ବରୁ ଭାଙ୍ଗିଥିବା ଭଳି ଆଦୌ ଅନୁମାନ କରି ହେବନାହିଁ ।

ପୌରାଣିକ କଥା ମୁତାବକ, ଏହି ମହାଦେବଙ୍କ ମନ୍ଦିର ସହ ଏକ କୁଲାନ୍ତ ନାମକ ରାକ୍ଷସ ସହ ଯୋଡାଯାଏ । ଥରେ କୁଲାନ୍ତ ନାମକ ଏଖ ରାକ୍ଷସ ଅଜଗର ରୂପ ଧାରଣ କରି ମଥାନା ଗାଁକୁ ଆସିଥିଲା, ଏବଂ ଏଠାରେ ବହୁଥିବା ବ୍ୟାସ ନଦୀକୁ ଅଟକାଇ ଦେଇଥିଲା । ଯାହାଦ୍ଵାରା ଏଠାକାର ଜୀବଜନ୍ତୁ ବ୍ୟାସ ନଦୀର ପାଣିରେ ବୁଡି ମରିବାକୁ ଲାଗିଲେ । ପ୍ରଭୁ ଶଙ୍କରକୁ ଯେତେବେଳେ ଏହା ଜଣା ପଡିଥିଲା, ସେ କୁଲାନ୍ତ ପାଖକୁ ଯାଇଥିଲେ, ଏବଂ କହିଥିଲେ, ତୋ ଲାଞ୍ଜରେ ନିଆଁ ଲାଗିଯାଇଛି । ଯେତେବେଳେ ଏହି ରାକ୍ଷସ ନିଜର ଲାଞ୍ଜ ଦେଖିବାକୁ ପଛକୁ ବୁଲିଥିଲା, ସେତେବେଳେ ଭଗବାନ ଶିବ ନିଜ ତ୍ରିଶୂଳରେ ତାର ବଦ୍ଧ କରି ଦେଇଥିଲେ ।

ରାକ୍ଷସ ମରିବା ପରେ ତାର ପୂରା ଶରୀର ଏକ ବିଶାଳ ପର୍ବତରେ ପରିଣତ ହୋଇଗଲା । ସେହ ପର୍ବତକୁ କଟାଯାଇ ମହାଦେବଙ୍କ ମନ୍ଦିର ନିକଟରୁ ରୋହତାଙ୍ଗ ପର୍ଯ୍ୟନ୍ତ ଗାଁ ତିଆରି କରାଯାଇଛି । ରାକ୍ଷସକୁ ମାରିବା ପରେ ମହାଦେବ ଇନ୍ଦ୍ରଙ୍କୁ କହିଥିଲେ, ସେ ୧୨ ବର୍ଷରେ ଥରେ ଏଠାରେ ବିଜୁଳି ପକାଇବା ପାଇଁ । ସେଥିପାଇଁ ପ୍ରତି ୧୨ ବର୍ଷରେ ଥରେ ଏଠାରେ ବିଜୁଳି ପଡିଥାଏ , ଏବଂ ଶିବଲିଙ୍ଗ ଖଣ୍ଡ ବିଖଣ୍ଡ ହୋଇଯାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The world's most mysterious Shiva temple; Lightning strikes and breaks the Shiva lingam once in 12 years, know the full story | Argus News