Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଉତ୍ତରପ୍ରଦେଶରେ ନିବେଶ ପାଇଁ ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛନ୍ତି ଯୋଗୀ ସରକାର

National

ଉତ୍ତରପ୍ରଦେଶରେ ନିବେଶ ପାଇଁ ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛନ୍ତି ଯୋଗୀ ସରକାର

Banajyotshna Ray
Browse all articles by Banajyotshna Ray
·2 years ago
ଉତ୍ତରପ୍ରଦେଶରେ ନିବେଶ ପାଇଁ ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛନ୍ତି ଯୋଗୀ ସରକାର

ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶରେ ନିବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛନ୍ତି ଉତ୍ତରପ୍ରଦେଶ ସରକାର। ଇନଭେଷ୍ଟ ୟୁପିର ନୂଆ କାର୍ଯ୍ୟାଳୟର ଉଦଘାଟନ ଅବସରରେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ କହିଛନ୍ତି, ବିଗତ ୭ ବର୍ଷରେ ଉତ୍ତରପ୍ରଦେଶରେ ଅର୍ଥନୈତିକ ସଂସ୍କାର ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଯାହାର ପରିଣାମ ସ୍ୱରୂପ ବିଦେଶୀ ନିବେଶ ବଢିଛି।

ଉତ୍ତରପ୍ରଦେଶକୁ ୧ ଟ୍ରିଲିୟନ ଅର୍ଥନୀତି କରିବାକୁ ହେଲେ ଆହୁରି ନିବେଶକମାନଙ୍କୁ ଉତ୍ତରପ୍ରଦେଶ ଆସିବାକୁ ଆମନ୍ତ୍ରିତ କରିବାକୁ ପଡିବ। ବର୍ତ୍ତମାନ ନିବେଶ ଦୃଷ୍ଟିକୋଣରୁ ନିବେଶକଙ୍କ ପାଇଁ ଉଦାହରଣ ସାଜିଛି ଉତ୍ତରପ୍ରଦେଶ। ରାଜ୍ୟରେ କେବଳ ଗୋଟିଏ ଅଂଚଳ ନୁହେଁ ପୂରା ରାଜ୍ୟରେ ନିବେଶ ଜାରି ରହିଛି ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Yogi government has taken many reform measures for investment in Uttar Pradesh | Argus News