Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହିନ୍ଦୁ ଓ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ପଶ୍ଚିମବଙ୍ଗ ସରକାରଙ୍କ ଖେଳ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ହିନ୍ଦୁ ଓ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ପଶ୍ଚିମବଙ୍ଗ ସରକାରଙ୍କ ଖେଳ

Key Points

ହିନ୍ଦୁ ଓ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ମମତାଙ୍କ ଖେଳ

ଅଣ ହିନ୍ଦୁଙ୍କ ଦ୍ବାରା ପ୍ରସ୍ତୁତ ହେଉଛି ଖଜା ଓ ପେଡ଼ା

ଖଜା ଓ ପେଡ଼ାକୁ ଜଗନ୍ନାଥଙ୍କ ପ୍ରସାଦ କୁହାଯାଇ ପଶ୍ଚିମବଙ୍ଗରେ ଭକ୍ତଙ୍କୁ ବଣ୍ଟା ଯାଉଛି

ହିନ୍ଦୁ ଓ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ପଶ୍ଚିମବଙ୍ଗର ମମତା ସରକାରଙ୍କ ସାଂଘାତିକ ଖେଳ। ଅଣ ହିନ୍ଦୁଙ୍କ ଦ୍ବାରା ପ୍ରସ୍ତୁତ ଖଜା ଓ ପେଡ଼ାକୁ ଜଗନ୍ନାଥଙ୍କ ପ୍ରସାଦ କୁହାଯାଇ ପଶ୍ଚିମବଙ୍ଗରେ ଭକ୍ତଙ୍କୁ ବଣ୍ଟା ଯାଉଛି । ଏକ୍ସରେ ପୋଷ୍ଟ କରି ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ବିଜେପି IT ସେଲ୍ ମୁଖ୍ୟ ଅମିତ ମାଲବୀୟ। ଏହା କେବଳ ଏକ ପ୍ରଶାସନିକ ଦାୟିତ୍ବ ହୀନତା ନୁହେଁ ବରଂ ଉଦ୍ଦେଶ୍ୟ ମୂଳକ ଭାବେ ଏପରି କରାଯାଇଥିବା ଲେଖିଛନ୍ତି ମାଲବୀୟ । ଧର୍ମୀୟ ଭାବନାକୁ ଏତେ ହାଲୁକା ଭାବରେ ଏକ ସରକାର କିଭଳି ନେଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।


ଅମିତ୍ ମାଲବୀୟ ଲେଖିଛନ୍ତି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରାର ପବିତ୍ରତା ରକ୍ଷା ପାଇଁ ଏବେ ବି ଅଣ ହିନ୍ଦୁଙ୍କ ପ୍ରବେଶ ନିଷେଧ କରାଯାଇଛି। ମମତା ବାନାର୍ଜୀ ସରକାର ଜଗନ୍ନାନଙ୍କ ପ୍ରସାଦ ଅଣହିନ୍ଦୁଙ୍କ ଦ୍ବାରା ପରିଚାଳିତ ଦୋକାନରୁ ଆଣି ଭକ୍ତଙ୍କୁ ବାଣ୍ଟିଛନ୍ତି । ଏହା ଧର୍ମନିରପେକ୍ଷତା ନୁହେଁ ବରଂ ପ୍ରସାଦର ଅପବିତ୍ରତା ବୋଲି ଲେଖିଛନ୍ତି ମାଲବୀୟ। ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲାରେ ଯେଉଁ ଦୋକାନଗୁଡ଼ିକରୁ ଖଜା ଓ ପେଡ଼ା ସରକାରଙ୍କ ପକ୍ଷରୁ କିଣା ଯାଇଛି ତାର ତାଲିକା ପୋଷ୍ଟ ସହ ଦେଇଛନ୍ତି ବିଜେପି IT ସେଲ୍ ମୁଖ୍ୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏପଟେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ। କହିଛନ୍ତି ମମତା ବାନାର୍ଜୀ ଅହଙ୍କାରରେ ଅନ୍ଧ ହୋଇଯାଇଛନ୍ତି । ଜାଣିଶୁଣି ଜଗନ୍ନାଥ ସଂସ୍କୃତିକୁ ଅପମାନ କରୁଛନ୍ତି । ହିନ୍ଦୁ ଧର୍ମ ପ୍ରତି ସବୁବେଳେ ମମତାଙ୍କର ଏଭଳି ମନୋଭାବ ରହିଛି । ମୁସଲମାନ ଭୋଟ୍ ହାତେଇବାକୁ ମମତା ବାନାର୍ଜୀ ଏମିତି ଷଡ଼ଯନ୍ତ୍ର କରୁଛନ୍ତି ।

Sponsored
there-have-been-reports-and-allegations-in-west-bengal-regarding-the-distribution-of-khaja-and-peda-as-part-of-the-jagannath-temples-prasad | Argus News