Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏମିତି ଏକ ଦେଶ ଅଛି ଯେଉଁଠି କ୍ରିକେଟ ଖେଳିବା ମନା

Ritu Das
Browse all articles by Ritu Das
·1 year ago·1 min read
ଏମିତି ଏକ ଦେଶ ଅଛି ଯେଉଁଠି କ୍ରିକେଟ ଖେଳିବା ମନା

ଅର୍ଗସ ବ୍ୟୁରୋ: କେବେ ଶୁଣିଛନ୍ତି, କ୍ରିକେଟ ଖେଳିଲେ ଦେବାକୁ ହୁଏ ଜରିମାନା? ହଁ ଏମିତି ଏକ ଦେଶ ଅଛି ଯେଉଁଠି କ୍ରିକେଟ ଖେଳିବା ହେଉଛି ଅପରାଧ। କ୍ରିକେଟ ଖେଳିଲେ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ଯାଏ ସେଠାରେ ଓ ଆଦାୟ କରେ ମୋଟା ତଣ୍ଡ । ଭାରତୀୟ କରେନ୍ସିରେ ଯାହାର ମୂଲ୍ୟ ପ୍ରାୟ ୯୨୦୦ ଟଙ୍କା । କେହି କାଳେ କେତେବେଳେ କ୍ରିକେଟ ଖେଲିବ ବୋଲି, ଗଳି, କନ୍ଦି, ଖେଳ ପଡିଆରେ ସବୁଠି ଲାଗିଛି କ୍ୟାମେରା ।

ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ କ୍ରିକେଟ। ମାତ୍ର ଏହାକୁ ବ୍ୟାନ କରାଯିବା ପଛରେ କଣ ରହିଛି କାରଣ ବୋଲି ଆପଣ ଭାବୁଥିବେ ନିଶ୍ଚୟ। କାରଣ ଏହି ସହରର ମୋଟ ଜନସଂଖ୍ୟା ୩୦ ହଜାର। ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ହେଉଛନ୍ତି ବାଙ୍ଗଲାଦେଶୀ ସଂଖ୍ୟା ଲଘୁ ସଂପ୍ରଦାୟର। ଆଉ ବାଙ୍ଗଲାଦେଶରେ କ୍ରିକେଟ ପ୍ରତି ଲୋକଙ୍କ ଭିତରେ ରହିଛି କ୍ରେଜ। 

୧୯୯୦ ଦଶକରେ କ୍ରୁଜସିପ ତିଆରି ପାଇଁ ବାଙ୍ଗଲାଦେଶରୁ ଶ୍ରମିକ ଆସିଥିଲେ । ଧୀରେ ଧୀରେ ସେହି ସହରରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ସେମାନେ କ୍ରିକେଟରେ ବହୁ ସମୟ ଦେଉଥିଲେ। ସାର୍ବଜନୀନ ସ୍ଥାନରେ ନମାଜ ପଢୁଥିଲେ । ଯାହା ସେହି ସହରର ସ୍ଥାୟୀ ବାସିନ୍ଦାଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କଲା । ସେଠାକାର ସାଂସ୍କୃତିକ ଅସ୍ମିତା ପ୍ରତି ବିପଦ ସୃଷ୍ଟି କଲା । ଯାହାକୁ ନିର୍ବାଚନରେ ମୁଦ୍ଦାକଲା ବାମପନ୍ଥୀ ପାର୍ଟି । ପାର୍ଟିର ନେତା ମାରିୟା ସିସିଏନ ଏହି ମୁଦ୍ଦାକୁ ନେଇ ମୈଦାନକୁ ଓହ୍ଲାଇଲେ। କ୍ରିକେଟକୁ ବାଙ୍ଗଲାଦେଶୀ ସଂଖ୍ୟାଲଘୁ ସଂପ୍ରଦାୟ ବିରୋଧରେ ପ୍ରତୀକ ଭାବେ ବ୍ୟବହାର କରି ଖେଳକୁ ବ୍ୟାନ କରିଦିଆଗଲା। 
ମାତ୍ର ଆପଣ ଥରୁଟିଏ ଭାବନ୍ତୁ ଯଦି ଭାରତରେ କ୍ରିକେଟ ଖେଳିବାକୁ କେହି ବନ୍ଦ କରିଥାନ୍ତା। ତାହେଲେ ଅବସ୍ଥା ଆପଣଙ୍କୁ ଜଣା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
There is a | Argus News