Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମମତାଙ୍କ ଅହଙ୍କାର ବିରୋଧରେ ସାରା ଦେଶରେ ବଢୁଛି ଆକ୍ରୋଶ

National

ମମତାଙ୍କ ଅହଙ୍କାର ବିରୋଧରେ ସାରା ଦେଶରେ ବଢୁଛି ଆକ୍ରୋଶ

Ritu Das
Browse all articles by Ritu Das
·1 year ago·2 min read
ମମତାଙ୍କ ଅହଙ୍କାର ବିରୋଧରେ ସାରା ଦେଶରେ ବଢୁଛି ଆକ୍ରୋଶ

ଅର୍ଗସ ବ୍ୟୁରୋ: କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ନିଆଁ । ଏହି ଆକ୍ରୋଷ ମମତା ସରକାରଙ୍କ ଅହଂକାର ବିରୋଧରେ । ମହାମହିମ ରାଷ୍ଟ୍ରପତି ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ରାଷ୍ଟ୍ରପତି କହିଥିଲେ ବାସ ବହୁତ ହୋଇଗଲା । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନର ସମୟ ଆସିଛି । ଏବେ ଓଡିଶା  ରାଜ୍ୟପାଳ ପ୍ରକାଶ କଲେ କ୍ଷୋଭ । ମମତାଙ୍କ ବୟାନକୁ ନେଇ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ କହିଛନ୍ତି, ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିଙ୍କ ଏଭଳି ବୟାନ୍ ଦେଶର ଏକତା ଓ ଅଖଣ୍ଡତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି । ଏଭଳି ବୟାନ୍ ଦ୍ବାରା ସମାଜ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ବଳ ମିଳିବ ।

ହସ୍ପିଟାଲ ଭିତରେ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ଜଘନ୍ୟ ହତ୍ୟାକାଣ୍ଡ ମେଡିକାଲ୍ ଓ ସ୍ଥାନୀୟ ପ୍ରଶାସନର ଦାୟିତ୍ବ ହୀନତାକୁ ଦର୍ଶାଉଛି । ଓଡ଼ିଶାର ଦୁଇଟି ଡେଲିକେସନ୍ ଟିମ୍ ଏନେଇ ଆଜି ମୋତେ ଏକ ସ୍ମାରକ ପତ୍ର ଦେଇଛନ୍ତି । କଠୋର କାର୍ଯ୍ୟାନୁଷ୍ଠାନ ନେଇ ଏହି ପତ୍ରକୁ ମୁଁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନିକଟକୁ ପଠାଇବି । ନାରୀ ଶକ୍ତିକୁ ମା ଦୁର୍ଗା, କାଳୀ ଓ ସରସ୍ବତୀଙ୍କ ରୂପରେ ପୂଜା କରାଯାଉଛି । କିନ୍ତୁ ଏଭଳି ନାରୀଶକ୍ତି ଉପରେ ଯେଉଁ ବିଭତ୍ସ ଘଟଣା ଘଟିଛି, ତାହା ଆମ ସମସ୍ତଙ୍କ ପାଇଁ ଚିନ୍ତାଜନକ ବିଷୟ । ଏହା କୌଣସି ରାଜନୈତିକ ବିଷୟ ହେବା କଥା ନୁହେଁ । ସାରା ଦେଶର ରାଜନୈତିକ ଦଳ ଏହାକୁ ନେଇ ଚିନ୍ତା କରିବା ଦରକାର। 
ସେପଟେ ପଶ୍ଚିମବଙ୍ଗର ସାମ୍ପ୍ରତିକ ସ୍ଥିତି ନେଇ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଅବଗତ କରାଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ । ରାଜ୍ୟରେ ବିଗିଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଗୃହ ମନ୍ତ୍ରୀଙ୍କ ସହିତ ତାଙ୍କ ବାସଭବନରେ ଆଲୋଚନା କରିଛନ୍ତି । ପଶ୍ଚିମବଙ୍ଗରେ ମହିଳା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ

ବର୍ତ୍ତମାନର ସମୟରେ କେଉଁ ଅବସ୍ଥା ଦେଇ ଗତି କରୁଛି ପଶ୍ଚିମବଙ୍ଗ ସେନେଇ ଟିକିନିଖି ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ।ଏବେ ନଜର ପକାନ୍ତୁ ମମତାଙ୍କ ବୟାନ ଉପରେ । ଯାହାକୁ ନେଇ ସାରା ଦେଶରେ ତୀବ୍ର ବିରୋଧ ଓ ଆକ୍ରୋଶ ଦେଖିବାକୁ ମିଳିଛି । ଜଘନ୍ୟ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ପିଡିତାଙ୍କ ମା କହିଥିଲେ , ମମତାଙ୍କର  ପିଲା ନାହିଁ । ସେ ଜଣେ ମାର ଦୁଃଖକୁ ସହଜରେ ବୁଝିପାରିବେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୋଲକତା ଲଜ୍ଜାକୁ ନେଇ ସାରା ଦେଶରେ ପ୍ରତିବାଦର ସ୍ବର । ଏତିକି ବେଳେ ଆସିଥିଲା ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୋମୁହାଁ ଚରିତ୍ର । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ସାରା ଦେଶରେ ହିଂସା ସୃଷ୍ଟି ପାଇଁ  ଦେଇଥିଲେ ଧମକ। ଟିଏମସିର ଛାତ୍ର ସଂଗଠନକୁ ଉତ୍ତେଜକ ଭାଷଣ ମାଧ୍ୟମରେ ଉସୁକାଇଥିଲେ ମମତା ବାନାର୍ଜୀ । ଆସାମ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ଦିଲ୍ଲୀରେ ନିଆଁ ଜଳିବ ବୋଲି ଦେଇଥିଲେ ଧମକ। ମମତାଙ୍କ ହିଂସା ସୃଷ୍ଟିକାରୀ ଭାଷଣକୁ ନେଇ ସାରା ଦେଶରେ ଆକ୍ରୋଷର ନିଆଁ ଜଳୁଛି । ଏପରି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଚିଠି ଲେଖିଛନ୍ତି ମମତା । ଦୁଷ୍କର୍ମ ଓ ହତ୍ୟା ପାଇଁ କଠୋର ଆଇନ ଆଣିବାକୁ ଅନୁରୋଧ କରିଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored