Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆମେରିକା, ଫ୍ରାନ୍ସ ପରେ ସମର୍ଥନ ଜଣାଇଲା ୟୁନାଇଟେଡ୍ କିଙ୍ଗଡମ୍

Manini Pattanayak
Browse all articles by Manini Pattanayak
·1 year ago·2 min read
ଆମେରିକା, ଫ୍ରାନ୍ସ ପରେ ସମର୍ଥନ ଜଣାଇଲା ୟୁନାଇଟେଡ୍ କିଙ୍ଗଡମ୍

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟଦା ଦାବିକୁ ବଢୁଛି ସମର୍ଥନ । ଆମେରିକା, ଫ୍ରାନ୍ସ ପରେ ସମର୍ଥନ ଜଣାଇଲା ୟୁନାଇଟେଡ୍ କିଙ୍ଗଡମ୍ । ପର୍ତ୍ତୃଗାଲ ବି ମିଶାଇଲା ସ୍ବର । ଭାରତକୁ ସମର୍ଥନ ପରେ ଟେନସନରେ ଚୀନ୍ ଓ ପାକିସ୍ତାନ ।  ଜାତିସଂଘର ସାଧାରଣ ଅଧିବେଶନରେ ଉଦବୋଧନ ଦେଇ ୟୁନାଇଟେଡ୍ କିଙ୍ଗଡମର ପ୍ରଧାନମନ୍ତ୍ରୀ କେର ଷ୍ଟାମର କହିଛନ୍ତି, ଜାତିସଂଘ ସୁରକ୍ଷା ପରିଷଦରେ ଅଧିକ ଦେଶକୁ ସାମିଲ କରାଯିବାର ଆବଶ୍ୟକତା ରହିଛି । ଭାରତ, ବ୍ରାଜିଲ, ଜାପାନ, ଜର୍ମାନୀ ଓ ଆଫ୍ରିକୀୟ ଦେଶକୁ UNSCରେ ପ୍ରତିନିଧିତ୍ବ ମିଳିବା ସପକ୍ଷରେ ସେ ମତ ରଖିଛନ୍ତି। ସେହିପରି ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ମଧ୍ୟ ଭାରତର ସ୍ଥାୟୀ ସଦସ୍ୟତାକୁ ଦାବିକୁ ସମର୍ଥନ ଜଣାଇଛନ୍ତି…।  

 ୟୁନାଇଟେଡ୍ କିଙ୍ଗଡମର ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟ କରାଯାଉ ବୋଲି କହିଥିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନ। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପରିସରକୁ ବିସ୍ତାର କରିବା ସମ୍ପର୍କରେ ମତ ରଖି ମାକ୍ରନ ଭାରତକୁ UNSCର ସ୍ଥାୟୀ ସଦସ୍ୟତା ମିଳୁ ବୋଲି କହିଥିଲେ। ମାକ୍ରନ୍ କହିଛନ୍ତି, ଏବେ ବିଶ୍ୱରେ ଅନେକ ପରିବର୍ତ୍ତନ ହେଉଛି। ଏହାକୁ ଦୃଷ୍ଟିରେ ରଖି ୟୁଏନଏସସିର ମଧ୍ୟ ବିସ୍ତାର ହେବା ଦରକାର। ଜର୍ମାନୀ, ଜାପାନ, ଭାରତ ଓ ବ୍ରାଜିଲ୍ ଭଳି ଦେଶକୁ ୟୁଏନଏସସିର ସ୍ଥାୟୀ ସଦସ୍ୟତା ମିଳିବା ଦରକାର । ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବାକୁ ମତ ଦେଇଥିଲେ।

 ଏବେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୫ଟି ଦେଶ ଆମେରିକା, ରୁଷିଆ, ୟୁନାଇଟେଡ୍ କିଙ୍ଗଡମ୍‍, ଚୀନ୍ ଓ ଫ୍ରାନ୍ସ ସ୍ଥାୟୀ ସଦସ୍ୟ ରହିଛନ୍ତି । ସେମାନଙ୍କର ଭିଟୋ କ୍ଷମତା ରହିଛି । ଏଥିସହ ୧୦ଜଣ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଦୁଇ ବର୍ଷ ପାଇଁ ପ୍ରତିନିଧିତ୍ବ କରିଥାନ୍ତି। ତେବେ ଭାରତକୁ ସ୍ଥାୟୀ ସଦସ୍ୟ କରାଯିବା ନେଇ ସମର୍ଥନ ମିଳିବା ପରେ ଚୀନ୍ ଓ ପାକିସ୍ତାନର ଟେନସନ ଅଧିକ ବଢ଼ିଛି। 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There is growing support for India's demand for permanent membership in the UN Security Council. | Argus News