ଭାରତର ଏମିତି ଏକ ଗାଁ ଅଛି: ପ୍ରେମପକ୍ଷୀଙ୍କୁ ଆଶ୍ରୟ ଦିଏ ଶାଙ୍ଗଚୁଲ ମନ୍ଦିର

ଅର୍ଗସ ବ୍ୟୁରୋ: ସାରା ଦୁନିଆରେ ପ୍ରେମକୁ ପ୍ରତ୍ୟେକ ପ୍ରତ୍ୟେକ ଭାଷା ଏବଂ ସାହିତ୍ୟରେ ଅନେକ ଲେଖା ରହିଛି। ଲୈଲା-ମଜନୁ ଏବଂ ରୋମିଓ-ଜୁଲିଏଟ ପରି ଅନେକ ନାମ ରହିଛି, ଯେଉଁମାନେ ପ୍ରେମର ନାମକୁ ଅମର କରିଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତର ଏପରି ଏକ ଗାଁ ବିଷୟରେ କହିବାକୁ ଯାଉଛୁ। ଯେଉଁଠାରେ ପ୍ରେମୀଯୁଗଳ ଘରୁ ପଳାଇ ଏହି ଗାଁରେ ଆଶ୍ରୟ ନିଅନ୍ତି। ଏହି ଗାଁର ଲୋକମାନେ ପ୍ରେମୀଯୁଗଳଙ୍କୁ ଆଶ୍ରୟ ଦିଅନ୍ତି।
ଭାରତରେ ପ୍ରେମ ବିବାହକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରାଯାଇ ନାହିଁ। କେବଳ ଏତିକି ନୁହେଁ ଅନେକ ଲୋକ ଏହାକୁ ଖରାପ ଦୃଷ୍ଟିରେ ମଧ୍ୟ ନିଅନ୍ତି। ବିଶେଷ କରି ଅନ୍ୟ ଧର୍ମର କିମ୍ବ ଅନ୍ୟ ଜାତିର ବ୍ୟକ୍ତିଙ୍କୁ ବିବାହ କଲେ ସେହି ସ୍ଥାନରେ ଝଗଡ଼ା ଆରମ୍ଭ ହୋଇଯାଏ। ଏହି ଝଗଡ଼ା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ। ଏମିତିକି ସମ୍ପର୍କ ବେଳେବେଳେ ଭାଙ୍ଗିଯାଏ। ଏହିପରି ବିବାହ ବେଳେବେଳେ ସାମାଜିକ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼େ।
କିନ୍ତୁ ପ୍ରେମ ବିବାହ ଦୁନିଆର ଅନେକ ଦେଶର ସାଧାରଣ ହୋଇଗଲାଣି। କିନ୍ତୁ ପ୍ରେମ ବିବାହ ଭାରତରେ ସମ୍ପୂର୍ଣ୍ଣ ରୂପେ ଗ୍ରହଣୀୟ ନୁହେଁ। ତେବେ ଭାରତର ବିଭିନ୍ନ ମହାଗରରେ ପ୍ରେମ ବିବାହର ଧାରା ଆରମ୍ଭ ହୋଇ ସାରିଛି। କିନ୍ତୁ ବେଳେବେଳେ ଏପରି ମଧ୍ୟ ଘଟେ ଯେ, ଯେତେବେଳେ ପରିବାର ସଦସ୍ୟ ରାଜି ହୁଅନ୍ତି ନାହିଁ। ସେତେବେଳେ ସେମାନେ ଘର ଛାଡ଼ି ପଳାଇଥାନ୍ତି। ସେତେବଳେ ସେମାନେ ଏକ ସୁରକ୍ଷିତ ସ୍ଥାନ ଖୋଜିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ପ୍ରେମୀଯୁଗଳମାନଙ୍କୁ ଆଶ୍ରୟ ଦିଆଯାଏ।
ଭାରତର ଏପରି ଏକ ସ୍ଥାନ ଅଛି ଯେଉଁଠାରେ ପ୍ରେମୀଯୁଗଳଙ୍କୁ ଆଶ୍ରୟ ଦିଆଯାଏ। ଏହି ସ୍ଥାନ ହେଉଛି ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ଅବସ୍ଥିତ ଶାଙ୍ଗଚୁଲ ମହାଦେବ ମନ୍ଦିର। ଦେଶର ବିଭିନ୍ନ ସ୍ଥାନରୁ ପ୍ରେମପକ୍ଷୀମାନେ ଏହି ମନ୍ଦିରକୁ ଆସନ୍ତି। ସେମାନଙ୍କୁ ଏଠାରେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଦିଆଯିବା ସହ ଖାଦ୍ୟପାନୀୟର ମଧ୍ୟ ବ୍ୟବସ୍ଥା କରାଯାଏ।
📱 Get Argus News App
✨ଏହି ଗାଁର ଲୋକମାନେ ବିଶ୍ବାସ କରନ୍ତି ଯେ, ଯଦି ସେମାନେ ତେବେ ଭଗବାନ ସେମାନଙ୍କ ଉପରେ ରାଗିଯିବେ। ବିଶ୍ବାସ ଅନୁଯାୟୀ ପାଣ୍ଡବମାନେ ଏହି ଗାଁକୁ ଆଶ୍ରୟ ନେବାକୁ ଆସିଥିଲେ। ତା'ପରେ ଲୋକମାନେ ତାଙ୍କୁ ଏହି ମନ୍ଦିରରେ ଲୁଚାଇଥିଲେ। ସେମାନଙ୍କୁ ଖୋଜି ଖୋଜି କୌରବମାନେ ଯେତେବେଳ ସେଠାରେ ପହଞ୍ଚିଲେ ଶାଙ୍ଗଚୁଲ ମହାଦେବ ପାଣ୍ଡବମାନଙ୍କୁ ରକ୍ଷା କରିଥିଲେ। ମହାଦେବ କହିଥିଲେ ଯେ, ଯିଏ ତାଙ୍କର ଶରଣକୁ ଆସିବ, ସେ ତାଙ୍କୁ ସୁରକ୍ଷା ଦେବେ।
ଏହି ବିଶ୍ବାସ ଆଧାରରେ ଆଜି ମଧ୍ୟ ଏଂରେ ଆଶ୍ରୟ ନେଉଥିବା ଲୋକମାନେ ସୁରକ୍ଷିତ ଅଛନ୍ତି। ଏହି ପରମ୍ପରା ଶତାବ୍ଦୀ ଧରି ଚାଲିଆସୁଛି। ପ୍ରତ୍ୟେକ ପ୍ରେମୀଯୁଗଳଙ୍କ ପାଇଁ ଏଠାରେ ଖାଦ୍ୟ ଏବଂ ରହିବା ବ୍ୟବସ୍ଥା କରାଯାଉଛି। କେବଳ ଏତିକି ନୁହେଁ ଏହି ଗାଁରେ ପୋଲିସ ପ୍ରବେଶ ନିଷେଧ ରହିଛି। ଏଥିସହ ଗାଁରେ କୌଣସି ଅସ୍ତ୍ରଶସ୍ତ୍ର ପରିବହନ ମଧ୍ୟ ନିଷେଧ।
ଅଧିକ ପଢ଼ନ୍ତୁ ଭାରତ ଖବର