Videos
|
National

ସମ୍ପୂର୍ଣ୍ଣ ଦେଶରେ ବାଣ ଫୁଟାଇବା ଉପରେ ଲାଗିବ ପ୍ରତିବନ୍ଧକ

Smruti Parija
Browse all articles by Smruti Parija
·2 years ago·1 min read
ସମ୍ପୂର୍ଣ୍ଣ ଦେଶରେ ବାଣ ଫୁଟାଇବା ଉପରେ ଲାଗିବ ପ୍ରତିବନ୍ଧକ

ଅର୍ଗସ ବ୍ୟୁରୋ: କେବଳ ଦିଲ୍ଲୀ ପାଇଁ ନୁହେଁ ବରଂ ସମ୍ପୂର୍ଣ୍ଣ ଦେଶରେ ବାଣ ଫୁଟାଇବା ଉପରେ ଲାଗିବ ପ୍ରତିବନ୍ଧକ । ଏ ନେଇ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇବା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ପୂର୍ବ ଆଦେଶରେ ଯାହା କହିଥିଲୁ ତାହା କେବଳ ଦିଲ୍ଲୀରେ ସୀମିତ ନୁହେଁ । ବାଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆମର ଆଦେଶ ସମ୍ପୂର୍ଣ୍ଣ ଦେଶ ପାଇଁ ଥିଲା । ଦିଲ୍ଲୀ ଏନସିଆର ଏବଂ ଦେଶର ଅନ୍ୟାନ୍ୟ ସହରରେ ପ୍ରଦୂଷଣ ବୃଦ୍ଧି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି । 

ପ୍ରଦୂଷଣ ସ୍ତର ବୃଦ୍ଧି ଏବଂ ଅନ୍ୟାନ୍ୟ ଦେଶରେ ଅନ୍ୟାନ୍ୟ କାରଣକୁ ବିଚାରକୁ ନେଇ କୋର୍ଟ କହିଛନ୍ତି, ପ୍ରଦୂଷଣକୁ ରୋକିବା କେବଳ କୋର୍ଟର କାମ ନୁହେଁ, ଏହା ସମସ୍ତଙ୍କ ଦାୟିତ୍ଵ । ବିଶେଷକରି ଏଥିପ୍ରିତି ସରକାରଙ୍କର ଦାୟିତ୍ଵ ଓ ଉତ୍ତରଦାୟିତ୍ଵ ରହିଛି ।  ଆମର ଆଦେଶ କେବଳ ଗୋଟିଏ ରାଜ୍ୟ କିମ୍ବା ଦିଲ୍ଲୀ ଏନସିଆରରେ ସୀମିତ ନୁହେଁ, ଏହା ସମଗ୍ର ଦେଶ ପାଇଁ ପ୍ରଯୁଜ୍ୟ । ଯେଉଁଠାରେ ପ୍ରଦୂଷଣ ଅଛି ସେହି ରାଜ୍ୟ ସରକାରମାନେ ସ୍ଥାନୀୟ ସ୍ତରରେ ଏହାର ସମାଧାନ ପାଇଁ ପଦକ୍ଷେପ ନେବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି । 

ତେବେ ବିଶେଷ ଭାବରେ ବେରିଅମ ସଲ୍ଟ ଥିବା ବାଣରୁ ବିଷାକ୍ତ ଗ୍ୟାସ ବାହାରୁଥିବାରୁ ଏହାକୁ ସଂପୂର୍ଣ ଭାବରେ ବ୍ୟବହାର ନକରିବାକୁ ସୁପ୍ରିମକୋର୍ଟଙ୍କ ତରଫରୁ ନିର୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟ ୨୦୨୧ରେ ଏକ ରାୟ ମାଧ୍ୟମରେ ହାନୀକାରଣ ରସାୟନ ଥିବା ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଥିଲେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...

Sponsored
There will be a ban oncracker- in the entire country-sc | Argus News