|
logo
Live
Argus News App
GET APP

Argus News - ଶୁଭାଂଶୁ ଶୁକ୍ଳାଙ୍କ ଐତିହାସିକ ମିଶନ ଉପରେ ହେବ ଚର୍ଚ୍ଚା

National

ଶୁଭାଂଶୁ ଶୁକ୍ଳାଙ୍କ ଐତିହାସିକ ମିଶନ ଉପରେ ହେବ ଚର୍ଚ୍ଚା

Banajyotshna Ray
Browse all articles by Banajyotshna Ray
·7 months ago·1 min read
ଶୁଭାଂଶୁ ଶୁକ୍ଳାଙ୍କ ଐତିହାସିକ ମିଶନ ଉପରେ ହେବ ଚର୍ଚ୍ଚା

Key Points

ଆଜି ଲୋକସଭାରେ ଭାରତର ମହାକାଶ ଯାତ୍ରା
ଶୁଭାଂଶୁ ଶୁକ୍ଳାଙ୍କ ଐତିହାସିକ ମିଶନ ଉପରେ ହେବ ଚର୍ଚ୍ଚା
ଅନ୍ତରାଷ୍ଟ୍ରୀୟ ସ୍ପେସ ଷ୍ଟେସନରେ ଭାରତର ପ୍ରଥମ ମହାକାଶୀ ଯାତ୍ରୀ
ବିକଶିତ ଭାରତ-2047 ପାଇଁ ମହାକାଶ କାର୍ଯ୍ୟକ୍ରମର ଭୂମିକା ଉପରେ ଆଲୋଚନା

ମହାକାଶରେ ଉଡ଼ିଲା ତ୍ରିରଙ୍ଗା ପତାକା । ମହାକାଶରେ ପତାକା ଉତ୍ତୋଳନ କରି ଜନ୍ମଭୂମିରେ ପାଦ ରଖିଛନ୍ତି ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । ଆଜି ଲୋକସଭାରେ ଭାରତର ମହାକାଶ ଯାତ୍ରା ଏବଂ ଶୁଭାଂଶୁ ଶୁକ୍ଳାଙ୍କ ଐତିହାସିକ ମିଶନ ଉପରେ ଚର୍ଚ୍ଚା ହେବ। ଲୋକସଭାରେ ଅନ୍ତରାଷ୍ଟ୍ରୀୟ ସ୍ପେସ ଷ୍ଟେସନରେ ଭାରତର ପ୍ରଥମ ମହାକାଶୀ ଯାତ୍ରୀ- ବିକଶିତ ଭାରତ-2047 ପାଇଁ ମହାକାଶ କାର୍ଯ୍ୟକ୍ରମର ଭୂମିକା ଉପରେ ଆଲୋଚନା ହେବ। ଶୁକ୍ଳା ଆକ୍ସିଓମ-4 ମିଶନର ଅନ୍ୟ ତିନି ଜଣ ସାଥୀ ମହାକାଶଚାରୀ- ମିଶନ କମାଣ୍ଡର ପେଗି ହ୍ବିଟସନ, ମିଶନ ବିଶେଷଜ୍ଞ ପୋଲାଣ୍ଡର ସ୍ଲାଓସ୍ ଉଜନାନ୍ସକି-ୱିସନିୱସ୍କି ଏବଂ ହଙ୍ଗେରୀର ଟିବୋର୍‌ କାପୁଙ୍କ ସହିତ ଜୁଲାଇ 15 ତାରିଖରେ ପୃଥିବୀ ଫେରିଥିଲେ ।


20 ଦିନିଆ ମହାକାଶ ମିଶନରେ ଶୁଭାଂଶୁ ଶୁକ୍ଳା ସ୍ପେଶ ଷ୍ଟେସନରେ 18 ଦିନ ରହିଥିଲେ । ଏହି ସ୍ବଳ୍ପକାଳୀନ ରହଣି ସମୟରେ ଶୁକ୍ଳା ଅନେକ ଦେଶକୁ ପ୍ରତିନିଧି କରି ଏକାଧିକ ବୈଜ୍ଞାନିକ ଗବେଷଣା କରିଥିଲେ । ସେ ମହାଶୂନ୍ୟରେ ସୂକ୍ଷ୍ମ ଶୈବାଳର ଗ୍ରୋଥ୍‌ଠାରୁ ଆରମ୍ଭ କରି ମହାକାଶରେ ମନୁଷ୍ୟର ମାଂସପେଶୀ ଉପରେ କଣ ପ୍ରଭାବ ପଡେ ତା' ଉପରେ ଗବେଷଣା କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
ଶୁଭାଂଶୁ ଶୁକ୍ଳାଙ୍କ ଐତିହାସିକ ମିଶନ ଉପରେ ହେବ ଚର୍ଚ୍ଚା | Argus News