Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ହେବ ରାମମନ୍ଦିର ଉଦ୍‌ଘାଟନ ସମାରୋହର ସିଧା ପ୍ରସାରଣ

Ritu Das
Browse all articles by Ritu Das
·2 years ago·1 min read
ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ହେବ ରାମମନ୍ଦିର ଉଦ୍‌ଘାଟନ ସମାରୋହର ସିଧା ପ୍ରସାରଣ

ଅର୍ଗସ ବ୍ୟୁରୋ: ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ଶ୍ରୀରାମମନ୍ଦିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହର ସିଧା ପ୍ରସାରଣ କେବଳ ଭାରତରେ ନୁହେଁ ଆମେରିକାର ନ୍ୟୁୟର୍କ ସହରର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ମଧ୍ୟ କରାଯିବ। ଏହି ଖବର ସମସ୍ତଙ୍କୁ ଉତ୍ସାହିତ କରିଛି। ସବୁଠୁ ସୁନ୍ଦର କହିଲେ ଭୂଲ ହେବନି। ଆମ ପ୍ରଭୁ ବିଦେଶରେ। ରାମଲାଲାଙ୍କ ବହୁପ୍ରତୀକ୍ଷିତ ପ୍ରାଣ ପ୍ରତିଷ୍ଠା ସମାରୋହକୁ ବିଦେଶରେ ଥିବା ବିଭିନ୍ନ ଭାରତୀୟ ଦୂତାବାସରେ ସିଧା ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବିଦେଶରେ ଥିବା ଭଗବାନ ରାମଙ୍କ ସମସ୍ତ ଭକ୍ତଙ୍କୁ ସମ୍ବୋଧିତ କରିବେ। ପ୍ରାଣପ୍ରତିଷ୍ଠା ଅବସରରେ ଦଳୀୟ କର୍ମୀମାନେ କମ୍ବଳ ବଣ୍ଟନ କରିବା, ସାମୂହିକ ଭୋଜି ଆୟୋଜନ କରିବା କିମ୍ବା ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଖାଦ୍ୟ କିମ୍ବା ଫଳ ଦାନ କରିପାରିବେ ବୋଲି କୁହାଯାଇଛି। 

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହର ବୈଦିକ ରୀତିନୀତି ମୁଖ୍ୟ ସମାରୋହର ଏକ ସପ୍ତାହ ପୂର୍ବରୁ ଜାନୁଆରି ୧୬ ତାରିଖରୁ ଆରମ୍ଭ ହେବ। ଜାନୁଆରି ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପବିତ୍ର ସମାରୋହରେ ବାରାଣସୀର ପୂଜକ ଲକ୍ଷ୍ମୀକାନ୍ତ ଦୀକ୍ଷିତ ମୁଖ୍ୟ ରୀତିନୀତି ସମ୍ପନ୍ନ କରିବେ। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଖାଇବାକୁ ଦେବା ଉଦ୍ଦେଶ୍ୟରେ ୧୦୦୮ ହୁଣ୍ଡି ମହାଯଜ୍ଞ ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ଅନେକ ଟେଣ୍ଟ ସିଟି ନିର୍ମାଣ କରାଯାଉଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There will be a live telecast | Argus News