Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜୁନିୟର ଡାକ୍ତରଙ୍କ ଆନ୍ଦୋଳନରେ ଲାଗିବ ବିରାମ,ଜାରି ରହିବ ନ୍ୟାୟଲଢେଇ 

Sangram Tripathy
Browse all articles by Sangram Tripathy
·1 year ago·2 min read
ଜୁନିୟର ଡାକ୍ତରଙ୍କ ଆନ୍ଦୋଳନରେ ଲାଗିବ ବିରାମ,ଜାରି ରହିବ ନ୍ୟାୟଲଢେଇ 

ଅର୍ଗସ ବ୍ୟୁରୋ:କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦିନ ଗଡୁଛି ହେଲେ ସରୁନି ନ୍ୟାୟ ଲଢେଇ,ନ୍ୟାୟ ଅପେକ୍ଷାରେ ରହିଛନ୍ତି ପୀଡିତାଙ୍କ ପରିବାର।ଏହିଭଳି ଘଡିସନ୍ଧି ମୁହୁର୍ତ୍ତରେ ପଶ୍ଚିମବଙ୍ଗରେ ଚାଲିଥିବା ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଦୀର୍ଘ ୪୧ ଦିନରେ  ଲାଗିବ ବିରାଟ । କାଲିଠୁ କାର୍ଯ୍ୟରେ ଯୋଗ ଦେବେ ଜୁନିୟର ଡାକ୍ତର,କିନ୍ତୁ ଜାରି ରହିଛି ନ୍ୟାୟ ପାଇଁ ଲଢେଇ,କହିବାକୁ ଗଲେ ଡାକ୍ତରଙ୍କ ଆନ୍ଦୋଳନ ଆଶିଂକ ରୂପେ ଶେଷ ହେବ । OPDରେ ସେବା ଯୋଗାଇବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଡାକ୍ତରମାନେ। ଅନ୍ୟପଟେ ପଶ୍ଚିମବଙ୍ଗର ବନ୍ୟା ପ୍ରଭାବିତ ଅଞ୍ଚଳରେ ପୀଡିତାଙ୍କ ନାଁରେ ଏକ କ୍ୟାମ୍ପ କରି ଆନ୍ଦୋଳନକୁ ଆଗକୁ ନେବାକୁ ସଂଘ ନିଷ୍ପତ୍ତି ନେଇଛି। ସେପଟେ ମମତାଙ୍କ ମନରୁ ଯାଇଛି ଅଜଣା କ୍ଷମତା ଡର,କାଳେ ପୁଣି ଆନ୍ଦୋଳନ କରିବେନି ତ ଡାକ୍ତର,ଏନେଇ ଘାରିଛି ଚିନ୍ତା ।

ଡାକ୍ତରଙ୍କୁ ନ୍ୟାୟ ଦାବି ପୂର୍ବରୁ ଛାତ୍ରସଙ୍ଗଠନ,ଜନସାଧାରଣ,ଡାକ୍ତର ମାନେ ରାଜରାସ୍ତାକୁ ଓହ୍ଲାଇ ସାରିଛନ୍ତି ଏବଂ ଟିଏମସିକୁ ଚେତାବନ ମଧ୍ୟ ଦେଇଛନ୍ତି,ଯାହା ଦିଦିଙ୍କବୁଦ୍ଧିବଣା କରିଥିଲା,ସେଇଥି ପାଇଁ ତ ଶେଷରେ ମୁଣ୍ଡ ନୁଆଁଇଥିଲେ ପଶ୍ଚିମବଙ୍ଗ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡାକ୍ତରଙ୍କ ୫ ଦାବି ମଧ୍ୟରୁ ୩ ଦାବିକୁ  ମାନିନେଇଥିଲେ ପଶ୍ଚିମ ସରକାର। ସେପଟେ କିନ୍ତୁ ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ  କୌଣସି ଦଣ୍ଡବିଧାନ କରାଯିବ ନାହିଁ ବୋଲି  ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଦିଦି । ମମତାଙ୍କ ଏତେ କ୍ଷମତା ଡ଼ର ଘାରିଥିଲା ଯେ, ରାତି ଅଧିଆ ଆକ୍ସନ ନେଇଥିଲେ,ଲକ୍ଷ୍ୟଥିଲା କେମିତି ଆନ୍ଦୋଳନ ଥମିବ,ସେଥିଲାଗି କଳେବଳେ କୌଶଳେ ଲାଗିଥିଲେ ଦିଦି। ପୋଲିସ କମିସନର ବିନୀତ ଗୋୟଲଙ୍କୁ ବିଦାକରାଯାଇଥିଲା,ଏଥିସହ ମେଡିକାଲ ଶିକ୍ଷା ବିଭାଗର ନିର୍ଦ୍ଦେଶକ କୌସ୍ତଭ ନାୟକ, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଦେବାଶିଷ ହାଲଦାରଙ୍କୁ ବି ସେମାନଙ୍କ ପଦରୁ ବହିଷ୍କାର କରାଯାଇଥିଲା। ଏପଟେ ସିବିଆଇ ଏମାମଲାରେ ତଦନ୍ତ କରୁଥିବାବେଳେ କେବେ ନ୍ୟାୟ ମିଳିବ ଅପେକ୍ଷାରେ ରହିଛନ୍ତି ପୀଡିତାଙ୍କ ପରିବାର । ଡାକ୍ତର ସଙ୍ଗଠନ କହିଛି ଆମେ ସିବିଆଇ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଲି କରିବୁ । ଏହି ମାମଲାର ତ୍ୱରିତ ତଦନ୍ତ ଲାଗି ଦାବି ଜଣାଇବୁ,ପଶ୍ଚିମବଙ୍ଗ ସରକାର ଦ୍ୱାରା ଦିଆଯାଇଥିବା ସବୁ ପ୍ରତିଶ୍ରୁତି ପୂରଣ ଲାଗି ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରିବୁ । ଏହା ମଧ୍ୟରେ ସବୁ ପ୍ରତିଶ୍ରୁତି ପୂରଣ ନ ହେଲେ ଆମେ ପୁଣି ଥରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ଡାକ୍ତର ମାନେ । ଅନ୍ୟପଟେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ମଧ୍ୟ ଦିନକୁ ଦିନ ନିଜର ମତ ବଦଳାଉଛି,ଅନ୍ୟତମ ମାଷ୍ଟ୍ରର ମାଇଣ୍ଡ ସନ୍ଦୀପ ଘୋଷ ମଧ୍ୟ ଅଡୁଆ ମଧ୍ୟ ବଢିବାରେ ଲାଗୁଛି ସମୟ ଗଡୁଥିବାବେଳେ ସମସ୍ତଙ୍କ ଅପେକ୍ଷା,କେବେ ମିଳିବ ନ୍ୟାୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There will be a pause in the movement of junior doctors, the fight for justice will continue | Argus News