ଓ୍ବାକଫ୍ ସଂଶୋଧନ ବିଲ୍କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଓ୍ବାକଫ୍ ବିଲରେ ହେବ ସଂଶୋଧନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧିନ କେନ୍ଦ୍ରୀୟ କ୍ୟାବିନେଟ ଓ୍ବାକଫ୍ ସଂଶୋଧନ ବିଲକୁ ମଞ୍ଜୁରୀ ଦେଇଛି । ଓ୍ବାକଫ୍ ସଂଶୋଧନ ବିଲରେ ମିଳିତ ସଂସଦ କମିଟି, ଜେପିସି ଦ୍ବାରା ପ୍ରସ୍ତାବିତ କରାଯାଇଥିବା ସମସ୍ତ ପରିବର୍ତ୍ତନ କରାଯିବ ବୋଲି ସମ୍ମତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଯାହା ଆସନ୍ତା ମାର୍ଚ୍ଚ ୧୦ରୁ ଆରମ୍ଭ ହେବାକୁ ଯାଉଥିବା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ସଂସଦରେ ପାରିତ ହୋଇପାରେ । ସାଂସଦ ଜଗଦମ୍ବିକା ପାଲଙ୍କ ନେତୃତ୍ୱରେ ସୁପାରିଶ କରାଯାଇଥିବା ଜେପିସିର ଅଧିକାଂଶ ପରିବର୍ତ୍ତନରେ ସମ୍ମତି ପ୍ରଦାନ କରିଛି ।
ଯାହା ଗତ ସପ୍ତାହରେ ମଞ୍ଜୁରୀ ପାଇଥିଲା । ଓ୍ବାକଫ୍ ବିଲକୁ ନେଇ ଜେସିପି ଦ୍ବାରା ପ୍ରସ୍ତାବିତ ୧୪ଟି ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଯାହାକୁ ଗତ ୨୭ ତାରିଖରେ ପ୍ୟାନେଲ ପକ୍ଷରୁ ମଞ୍ଜରୀ ମିଳିଥିଲା । ବିଲରେ ମୋଟ ଉପରେ ୬୬ ଟି ପରିବର୍ତ୍ତନ କରିବାକୁ ଜେପିସି କମିଟି ସୁପାରିସ କରିଥିଲା। ସେଥିରୁ ବିରୋଧୀ ଦେଇଥିବା ୪୪ଟି ପ୍ରସ୍ତାବ ନାକଚ ହୋଇଥିବା ବେଳେ ବିଜେପି ଏବଂ ସହଯୋଗୀ ଦଳ ଦେଇଥିବା ୨୩ ଟି ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଓ୍ବାକଫ୍ ବିଲ୍ ସଂଶୋଧନ ପାଇଁ ଗଠିତ ହୋଇଥିବା କମିଟିରେ ୧୬ଜଣ ବିଜେପି ଓ ସହଯୋଗୀ ଦଳଙ୍କ ସାଂସଦ ଥିବା ବେଳେ ୧୦ ଜଣ ବିରୋଧୀ ସାଂସଦ ଅଛନ୍ତି।