Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସବୁ ଜିଲ୍ଲାରେ ହେବ କ୍ୟାନ୍ସର ହସ୍ପିଟାଲ, ସବୁ ହାଇସ୍କୁଲରେ ବ୍ରଡବ୍ୟାଣ୍ଡ ସିଷ୍ଟମ

Ritu Das
Browse all articles by Ritu Das
·1 year ago·1 min read
ସବୁ ଜିଲ୍ଲାରେ ହେବ କ୍ୟାନ୍ସର ହସ୍ପିଟାଲ, ସବୁ ହାଇସ୍କୁଲରେ ବ୍ରଡବ୍ୟାଣ୍ଡ ସିଷ୍ଟମ

ଅର୍ଗସ ବ୍ୟୁରୋ: ଅଷ୍ଟମ ଥର ବଡ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ସେ କୃଷକ, ମହିଳା, ଯୁବଗୋଷ୍ଠୀଙ୍କୁ ଗୁରୁତ୍ବ ଦେବା ସହ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି। ଦେଶରେ ପ୍ରାଥମିକ ସ୍ତରରୁ ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି ମୋଦୀ ସରକାର। ସକ୍ଷମ ଅଙ୍ଗନବାଡି ଯୋଜନା ଦ୍ବାରା ୮ କୋଟି ପିଲା ଉପକୃତ ହେବେ । ଏହାସହ ୧ କୋଟି ଗର୍ଭବତୀ ମହିଳା, ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ ।


ଏହାସହ ଶିକ୍ଷା ବ୍ୟବସ୍ଥାରେ ବିପ୍ଳବ ଆଣିବାକୁ ପ୍ରତି ହାଇସ୍କୁଲରେ ଡିଜିଟାଲ ବ୍ୟବସ୍ଥା କରାଯିବ। ସବୁ ସ୍କୁଲକୁ ବ୍ରଡବ୍ୟାଣ୍ଡ ସୁବିଧା ଯୋଗାଇଦିଆଯିବ। ଦେଶରେ ସ୍ବାସ୍ଥ୍ୟସେବାର ଅଗ୍ରଗତି ପାଇଁ ୧୦ ବର୍ଷରେ ମେଡିକାଲ ସିଟ୍‌ ୧.୧ ଲକ୍ଷ ବୃଦ୍ଧି କରାଯିବ। ସବୁ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ୍‌ ପ୍ରତିଷ୍ଠା କରାଯିବ। ଆବଶ୍ୟକ ଡାକ୍ତର ରହିବେ । ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ ବୋଲି କହିଛନ୍ତି ସୀତାରମଣ। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରହିବ ବ୍ରଡବ୍ୟାଙ୍ଗ ସୁବିଧା। ୨୦୦ ଡେ’ କେୟାର ମେଡିକାଲ ସେଣ୍ଟର ଖୋଲିବ। ସବୁ ସରକାରୀ ହସ୍ପିଟାଲରେ କ୍ୟାନ୍ସର ସେଣ୍ଟର ରହିବ । ଏହାସହ ମେଡିକାଲ କଲେଜରେ ୭୫ ହଜାର ସିଟ ବଢିବ । ସ୍ବାସ୍ଥ୍ର କ୍ଷେତ୍ରରେ ଏହି ଲକ୍ଷ୍ୟ ପୂରଣ ପାଇଁ ୫ ବର୍ଷ ଧାର୍ଯ୍ୟ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored