ରହିବନି ଆଉ ବେକାରି ସମସ୍ୟା,କେନ୍ଦ୍ରସରକାରଙ୍କ ବଡ଼ ଘୋଷଣା

ଅର୍ଗସ ବ୍ୟୁରୋ:ନିଯୁକ୍ତି ଆଶାୟୀଙ୍କ ପାଇଁ ଖୁସି ଖବର,ଏଣିକି ଆଉ ରହିବନି ନିଯୁକ୍ତି ଚିନ୍ତା,ମୋଦି ସରକାରଙ୍କ ତୃତୀୟ ପାଳିରେ ଉପସ୍ଥାପିତ ହୋଇଛି
ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ,ବିକଶିତ ଭାରତ ପାଇଁ ହୋଇଛି ରୋଡ୍ ମ୍ୟାପ୍। କଥା ଦେଇ,କଥା ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଶିକ୍ଷା,ନିଯୁକ୍ତି ଦକ୍ଷତା ବିକାଶକୁ ବଜେଟ ଉପସ୍ଥାପନାରେ ଦିଆଯାଇଛି ଗୁରୁତ୍ବ। ଯୁବବର୍ଗଙ୍କ ଲାଗି ନିଯୁକ୍ତିର ଭଣ୍ଡାର ଖୋଲିଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନୂଆ ନିଯୁକ୍ତି ସୃଷ୍ଟି ଦିଗରେ ୨ ଲକ୍ଷ କୋଟି ଟଙ୍କାର ହୋଇଛି ବଜେଟ୍ ।
ଆଗାମୀ ୫ବର୍ଷ ପାଇଁ ପାଖାପାଖି ୩ କୋଟିର ନିଯୁକ୍ତି ହେବ ସୃଷ୍ଟି, ଦୂର ହେବ ବେକାରୀ ସମସ୍ୟା। କେମିତି ପିଲାଏ ନିଯୁକ୍ତି ପାଇବେ ସେନେଇ ଯୋଜନା କରିଛନ୍ତି ମୋଦି ସରକାର । ଦେଶରେ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ଲକ୍ଷ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ ୩ଟି ବଡ଼ ସ୍କିମ କରିଛନ୍ତି ଘୋଷଣା । ଆଗକୁ କାର୍ଯ୍ୟକାରୀ ହେବାକୁ ଯାଉଛି ଇଣ୍ଟର୍ନଶିପ୍ ସ୍କିମ୍। କେନ୍ଦ୍ର ସରକାରଙ୍କ ଇଣ୍ଟର୍ନଶିପ୍ ସ୍କିମ୍ ମାଧ୍ୟମରେ ନିଯୁକ୍ତି ଆଶାୟୀଙ୍କୁ ଶୀର୍ଷ ୫୦୦ କମ୍ପାନୀରେ ୧ କୋଟି ଯୁବବର୍ଗଙ୍କୁ ଇଣ୍ଟନସିପର ମିଳିବ ସୁଯୋଗ ଏନେଇ ସରକାର ଆରମ୍ଭ କରିବେ ଯୋଜନା ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଯେଉଁଥିରେ ୫ ହଜାର ଟଙ୍କାର ମାସିକ ଇଣ୍ଟନସିପ୍ ଭତ୍ତା ପ୍ରଦାନ କରାଯିବ । ଏଥିସହ ୬ ହଜାର ଟଙ୍କାର ଏକକାଳୀନ ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର । ଏହା ବ୍ୟତୀତ ଇଣ୍ଟର୍ନସିପ୍ ସୁବିଧା କରୁଥିବା କମ୍ପାନୀଗୁଡିକ ଇଣ୍ଟର୍ନମାନଙ୍କ ତାଲିମ ଖର୍ଚ୍ଚ ମଧ୍ୟ ବହନ କରିବେ। ଏଥିପାଇଁ କମ୍ପାନୀଗୁଡ଼ିକ ସେମାନଙ୍କର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ବା ସିଏସଆର ପାଣ୍ଠି ବ୍ୟବହାର କରିବେ। ଯାହା ଇଣ୍ଟର୍ନମାନଙ୍କୁ ସହଯୋଗ ସମର୍ଥନ ସହ ସେମାନଙ୍କ ପାଇଁ ଶିକ୍ଷଣୀୟ ପରିବେଶ ସୃଷ୍ଟି କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
ସେହିପରି ପ୍ରଥମ ଥର ପାଇଁ ଜଣେ ପେସାଦାରଙ୍କୁ ନିଯୁକ୍ତି ଦେଲେ ପ୍ରଥମ ମାସର ଦରମା ସହାୟତା ମିଳିବ ସରକାରଙ୍କ ପକ୍ଷରୁ । ତେବେ ଇପିଏଫଓରେ ପଂଜୀକରଣ ଅନୁସାରେ ଏହି ସହାୟତା ପ୍ରଦାନ କରାଯିବ । ଡିବିଟି ମାଧ୍ୟମରେ ତିନୋଟି କିସ୍ତିରେ ପ୍ରଦାନ କରାଯିବା ନେଇ ହୋଇଛି ଘୋଷଣା । ଏହାର ସର୍ବାଧିକ ପରିମାଣ ୧୫ ହଜାର ଟଙ୍କା ହେବ । ଯେଉଁମାନେ ଇପିଏଫଓରେ ପଞ୍ଜୀକୃତ ହେବେ ସେମାନଙ୍କୁ ଏହି ସହାୟତା ମିଳିବ । ଠିକ୍ ସେହିପରି ମାନୁଫାକଚରିଂ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ନିଯୁକ୍ତିଦାତାମାନଙ୍କୁ କରାଯିବ ସହାୟତା।
📱 Get Argus News App
✨ମହିଳା ଏବଂ ଯୁବତୀମାନେ ଉପକୃତ ହେଉଥିବା ଯୋଜନାଗୁଡିକ ପାଇଁ ୩ ଲକ୍ଷ କୋଟି ଟଙ୍କା ବଜେଟରେ କରାଯାଇଛି ବ୍ୟୟବରାଦ। ସେହିପରି ଦେଶରେ ନିଯୁକ୍ତି ଓ ଦକ୍ଷତା ବୃଦ୍ଧି ପାଇଁ ବଜେଟରେ ୫ଟି ସ୍କିମ ଉପରେ ଦିଆଯାଇଛି ଗୁରୁତ୍ୱ । କେନ୍ଦ୍ରସରକାରଙ୍କ ଏ ଘୋଷଣାରେ ଖୁସି ବ୍ୟକ୍ତ କରିଛନ୍ତି ଦେଶବାସୀ,କଥାଦେଇ କଥା ରଖିଛନ୍ତି ମୋଦି। ଗାଁ ସହର ସବୁଠି ଚର୍ଚ୍ଚା ମିଳିବ ଚାକିରି