Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅଯୋଧ୍ୟା କେଉଁଥିରେ ଯିବେ ବିମାନ ନା ଟ୍ରେନ,  ଜାଣନ୍ତୁ...  

Manini Pattanayak
Browse all articles by Manini Pattanayak
·2 years ago·3 min read
ଅଯୋଧ୍ୟା କେଉଁଥିରେ ଯିବେ ବିମାନ ନା ଟ୍ରେନ,  ଜାଣନ୍ତୁ...  

ନୂଆଦିଲ୍ଲୀ: ଗର୍ଭଗୃହରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାହେବାର ଦିନକ ପରେ ଭକ୍ତଙ୍କ ସୁଅ ଛୁଟିଛି। ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ଶ୍ରଦ୍ଧାଳୁ। ଗର୍ଭଗୃହରେ ପ୍ରତିଷ୍ଠା ହୋଇଥିବା ଶ୍ରୀରାମଙ୍କ ସେହି ଲାବଣ୍ୟ ରୂପକୁ ଦର୍ଶନ କରିବାକୁ ଏବେ ଶ୍ରଦ୍ଧାଳୁଙ୍କ ଲାଗିଛି ପ୍ରବଳ ଭିଡ। ଆପଣଙ୍କର ବି ଇଚ୍ଛା ହେଉଥିବ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଙ୍କ ବାଲ୍ୟ ରୂପକୁ ଟିକେ ଦର୍ଶନ କରନ୍ତି। ତେବେ ଯଦି  ଅଯୋଧ୍ୟା ଯିବାର ଏମିତି କିଛି ପ୍ଲାନିଙ୍ଗ ଆପଣ କରୁଥାନ୍ତି ଆମର ଏହି  ଭିଡିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।   ଏଥିରେ ସେ ସମସ୍ତ ସୂଚନା ଅଛି ଯାହା ଅଯୋଧ୍ୟାରେ ପହଞ୍ଚିବାଠୁ ନେଇ ସହରରେ ବୁଲାବୁଲି କରିବା ପର୍ଯ୍ୟନ୍ତ। 

କେମିତି ଯିବେ ଅଯୋଧ୍ୟା ? 
ଅଯୋଧ୍ୟାକୁ  ଯାଉଛି ଏହି  କିଛି ପ୍ରମୁଖ ଟ୍ରେନ..ଜାଣନ୍ତୁ ଏହି ଟ୍ରେନର ନାମ  ଏବଂ ସମୟ
ଦିଲ୍ଲୀରୁ  ଅଯୋଧ୍ୟା ଯାଉଥିବା ଟ୍ରେନ ଗୁଡିକର ନାମ   ବନ୍ଦେ ଭାରତ ଏକ୍ସପ୍ରେସ, ଅଯୋଧ୍ୟା ଏକ୍ସପ୍ରେସ, କୈଫିୟତ ଏକ୍ସପ୍ରେସ ।
ବନ୍ଦେ ଭାରତ ଏକ୍ସପ୍ରେସ- ପ୍ରସ୍ଥାନ କରିବାର ସମୟ ହେଉଛି ସକାଳ ୬ ଟା ୧୦ ମିନିଟ୍‌ ଏବଂ  ଅଯୋଧ୍ୟାରେ ପହଞ୍ଚିବାର ସମୟ ହେଉଛି ଦ୍ୱିପ୍ରହର ୨ଟା୩୦ ମିନିଟ୍‌ ରେ।  ତେବେ ଏହି ଟ୍ରେନ କେବଳ ସୋମବାର, ମଙ୍ଗଳବାର, ଗୁରୁବାର, ଶୁକ୍ରବାର, ଶନିବାର ଏବଂ ରବିବାର ଅଯୋଧ୍ୟାକୁ ଯାତ୍ରା କରିବ। 
ଅଯୋଧ୍ୟା ଏକ୍ସପ୍ରେସ-  ପ୍ରସ୍ଥାନ କରିବାର ସମୟ ହେଉଛି  ସନ୍ଧ୍ୟା ୬ଟା ୨୦ ଏବଂ ଅଯୋଧ୍ୟାରେ ପହଞ୍ଚିବାର ସମୟ  ସକାଳ ୭ଟା ୧୫ ମନିଟ୍‌ ରେ। ଏହି ଟ୍ରେନ ଅଯୋଧ୍ୟାକୁ ସବୁବେଳେ ଯାତ୍ରା କରେ  ।
କୈଫିୟତ ଏକ୍ସପ୍ରେସ - ପ୍ରସ୍ଥାନ କରିବାର ସମୟ ହେଉଛି  ସନ୍ଧ୍ୟା ୮ଟା ୨୫ ଏବଂ ଅଯୋଧ୍ୟରେ ପହଞ୍ଚିବାର ସମୟ  ସକାଳ ୬ଟା ୫୬ ମିନିଟ୍‌ ରେ।

ଅମୃତସରରୁ ଅଯୋଧ୍ୟା ଯାଉଥିବା ଟ୍ରେନର ନାମ ହେଉଛି  ସରୟୁ ୟମୁନା ଏକ୍ସପ୍ରେସ।
ସରୟୁ ୟମୁନା ଏକ୍ସପ୍ରେସ
- ପ୍ରସ୍ଥାନ କରିବାର ସମୟ ହେଉଛି ଦ୍ୱିପ୍ରହର ୧ଟା ୫ ମିନିଟ୍‌ ଏବଂ ଅଯୋଧ୍ୟାରେ ପହଞ୍ଚିବାର ସମୟ ହେଉଛି ସକାଳ  ୮ଟା ୫୧ ମିନିଟ୍‌ ରେ। ଏହି ଟ୍ରେନ ସପ୍ତାହକୁ କେବଳ  ସୋମବାର, ବୁଧବାର, ଶନିବାରରେ ହିଁ ଅଯୋଧ୍ୟାକୁ ଯାତ୍ରା କରିଥାଏ । 
 

ମୁମ୍ବାଇରୁ ଅଯୋଧ୍ୟା ଯାଉଥିବା ଟ୍ରେନର ନାମ ହେଉଛି ସାକେତ ଏକ୍ସପ୍ରେସ।
  ସାକେତ ଏକ୍ସପ୍ରେସ- ମୁମ୍ବାଇରୁ ପ୍ରସ୍ଥାନ କରିବାର ସମୟ ହେଉଛି  ସକାଳ ୬ଟା ଏବଂ ଅଯୋଧ୍ୟରେ ପହଞ୍ଚିବାର  ସମୟ ହେଉଛି ସକାଳ ୮ ଟା। ଏହି ଟ୍ରେନ ସପ୍ତାହକୁ କେବଳ  ବୁଧବାର ଏବଂ ଶନିବାର ଅଯୋଧ୍ୟାକୁ ଯାତ୍ରା କରିଥାଏ। 
 

କୋଲକାତାରୁ ଅଯୋଧ୍ୟା ଯାଉଥିବା ଟ୍ରେନର ନାମ ହେଉଛି KOAA JAT ଏକ୍ସପ୍ରେସ ।
KOAA JAT ଏକ୍ସପ୍ରେସ -
କୋଲକତାରୁ ପ୍ରସ୍ଥାନ କରିବାର ସମୟ ହେଉଛି ଅପରାହ୍ନ ୧୧ଟା ୪୫ ଏବଂ ଅଯୋଧ୍ୟରେ ପହଞ୍ଚିବାର  ସମୟ ହେଉଛି ସକାଳ ୬ ଟା ୨୧ ମିନିଟ୍‌।  ଏହି ଟ୍ରେନ୍‌  ଅଯୋଧ୍ୟାକୁ ପ୍ରତ୍ୟେକ ଦିନ ଯାତ୍ରା କରିଥାଏ। 

ବେଙ୍ଗାଲୁରୁରୁ ଅଯୋଧ୍ୟା ଯାଉଥିବା  ଟ୍ରେନ୍‌ ର ନାମ ହେଉଛି YPR GKP ଏକ୍ସପ୍ରେସ।
YPR GKP ଏକ୍ସପ୍ରେସ-
ବେଙ୍ଗାଲୁରୁରୁ ପ୍ରସ୍ଥାନ କରିବାର ସମୟ ହେଉଛି  ରାତି ୧୧ ଟା ୪୦  ଏବଂ ଅଯୋଧ୍ୟାରେ ପହଞ୍ଚିବାର ସମୟ ଦ୍ୱିପ୍ରହର ୪ଟା୨୪ ମିନିଟ୍‌ ରେ।  ଏହି ଟ୍ରେନ କେବଳ ସପ୍ତାହକୁ ଥରେ ବୁଧବାର ଅଯୋଧ୍ୟା ଯାତ୍ରା କରିବ। 
ଯଦି ଆପଣ ବିମାନ ରେ ଅଯୋଧ୍ୟକୁ ଯାତ୍ରା କରିବାକୁ ଚାହୁଁଛନ୍ତି ଜାଣି ରଖୁନ୍ତୁ ବିମାନର ନାମ ଏବଂ ସମୟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦିଲ୍ଲୀରୁ  ଅଯୋଧ୍ୟା ଯାଉଥିବା ବିମାନ ଗୁଡିକର ନାମ ହେଲା ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ। 
ଇଣ୍ଡିଗୋ-
ଦିଲ୍ଲୀରୁ ଇଣ୍ଡିଗୋ ବିମାନର ପ୍ରସ୍ଥାନ କରିବାର ସମୟ ଦିନ ୧୧ ଟା.୫୫ ଏବଂ ଅଯୋଧ୍ୟାରେ ପହଞ୍ଚିବାର ସମୟ ହେଉଛି ଦ୍ୱିପ୍ରହର ୧ ଟା୧୫ ମିନିଟ୍‌। ଏହି  ବିମାନ ଟି ପ୍ରତ୍ୟେକ ଦିନ ଅଯୋଧ୍ୟାକୁ ଯାଇଥାଏ।
ଏୟାର ଇଣ୍ଡିଆ- ଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନର ପ୍ରସ୍ଥାନ କରିବାର ସମୟ  ସକାଳ ୧୦ ଟା ଏବଂ ଅଯୋଧ୍ୟାରେ ପହଞ୍ଚିବାର ସମୟ ହେଉଛି ସକାଳ୧୧ ଟା ୨୦ ମିନିଟ୍‌। 
 

ମୁମ୍ବାଇରୁ ଅଯୋଧ୍ୟା ଯାଉଥିବା ବିମାନର ନାମ ହେଉଛି   ଇଣ୍ଡିଗୋ। 
ଇଣ୍ଡିଗୋ-
ମୁମ୍ବାଇରୁ ଇଣ୍ଡିଗୋ ବିମାନର ପ୍ରସ୍ଥାନ  କରିବାର ସମୟ  ଅପରାହ୍ନ ୧୨.୩୦ ମିନିଟ୍‌ ଏବଂ ଅଯୋଧ୍ୟାରେ ପହଞ୍ଚିବାର ସମୟ ଦ୍ୱିପ୍ରହର ୨ ଟା ୪୫ ମିନିଟ୍ । 
 

 କୋଲକାତା ରୁ ଅଯୋଧ୍ୟା  ଯାଉଥିବା ବିମାନର ନାମ ହେଉଛି ଏୟାର ଇଣ୍ଡିଆ ଏକ୍ସପ୍ରେସ ।

ଏୟାର ଇଣ୍ଡିଆ ବିମାନ -  କୋଲକାତାରୁ ଏୟାର ଇଣ୍ଡିଆ ବିମାନର ପ୍ରସ୍ଥାନ ସମୟ  ଅପରାହ୍ନ ୧୨ ଟା ୪୫ (ବୁଧବାର)  ଏବଂ ୧ ଟା୨୫ (ସୋମବାର ଏବଂ ଗୁରୁବାର)  ସେହିପରି ଅଯୋଧ୍ୟରେ ବିମାଟିର ପହଞ୍ଚିବାର ସମୟ ହେଉଛି ଦ୍ୱିପ୍ରହର ୨ ଟା୩୦ ଏବଂ ଦ୍ୱିପ୍ରହର ୩ ଟା ୧୦ ମିନିଟ ରେ।  

ଅଧିକ ପଢନ୍ତୁ ରାମକଥା ଖବର 

Sponsored
These are some of the major trains going to Ayodhya..Know the names and timings of these trains | Argus News