Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - #OperationSindoor ; ପାକିସ୍ତାନ ଉପରେ ଏହି ସବୁ ମିସାଇଲ କରାଯାଇଛି ଆକ୍ରମଣ

National

#OperationSindoor ; ପାକିସ୍ତାନ ଉପରେ ଏହି ସବୁ ମିସାଇଲ କରାଯାଇଛି ଆକ୍ରମଣ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
#OperationSindoor ; ପାକିସ୍ତାନ ଉପରେ ଏହି ସବୁ ମିସାଇଲ କରାଯାଇଛି ଆକ୍ରମଣ


ଗତକାଲି ମଧ୍ୟରାତ୍ରୀରେ ପାକିସ୍ତାନ ଉପରେ ମିସାଇଲ ଆକ୍ରମଣ କରିଛି ଭାରତ । ଭାରତର ଏୟର ଫୋର୍ସ, ଭାରତର ଯବାନ ଚିଫ୍ ଡିଫେନ୍ସ ଷ୍ଟାଫ୍‌ଙ୍କ ଅଧ୍ୟକ୍ଷତାରେ ଏହି ଆକ୍ରମଣ କରିଛନ୍ତି । ଏହି ସବୁ ଶକ୍ତିଶାଳୀ ମିସାଇଲ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଛି। ଜାଣନ୍ତୁ ଏହା କେଉଁ ସ୍ଥାନରେ ଆକ୍ରମଣ କରିଛି ଏବଂ ଏହାର କ୍ଷମତା କେତେ ?

ଷ୍ଟ୍ରମ ସ୍ୟାଡୋ- ଏୟାର ଲଞ୍ଚ କ୍ରୁଜ୍ ମିସାଇଲ- ଏହି ମିସାଇଲର ପାଖାପାଖି ୫୦୦ କିଲୋମିଟର ଯାଏଁ ଆଟାକ୍‌ କରି ପାରିବାର କ୍ଷମତା ରହିଛି ।

ହ୍ୟାମ୍‌ର ମିସାଇଲ-ଏହାକୁ ଆର୍ମିମେଣ୍ଟ ଏୟର ସୋଲ୍ ମଡ୍ୟୁଲାର ମଧ୍ୟ କୁହାଯାଏ । ଫ୍ରାନ୍ସିସ୍ ରକ୍ଷା କମ୍ପାନୀ ସାଫ୍ରନ ଦ୍ଵାରା ଏହାର ପ୍ରଣାଳୀ ତିଆରି କରାଯାଇଛି । ଏହା ଏମିତି ଏକ ମଡ୍ୟୁଲାର ଅସ୍ତ୍ର ଯାହା ବୋମାକୁ ପ୍ରପଲ୍ସନ କିଟ୍ ଏବଂ ମାର୍ଗଦର୍ଶନ ପ୍ରଣାଳୀ ଦ୍ଵାରା ଉନ୍ନତ କ୍ଷେପଣାସ୍ତ୍ରରେ ପରିଣତ କରେ। ୨୦୨୦ ମସିହାରେ ସୀମାରେ ଚୀନ୍ ସହିତ ଉତ୍ତେଜନା ସମୟରେ ଜରୁରୀକାଳୀନ ପରିସ୍ଥିତି ପାଇଁ ରାଫେଲ ଜେଟ୍‌ର ଆବଶ୍ୟକତା ପାଇଁ ଭାରତ ଏହାକୁ ହାସଲ କରିଥିଲା । ୧୨୫ କିଲୋଗ୍ରାମ, ୨୫୦ କିଲୋଗ୍ରାମ, ୫୦୦ କିଲୋଗ୍ରାମ ଏବଂ ୧୦୦୦ କିଲୋଗ୍ରାମ ସଂସ୍କରଣର "ବଙ୍କର୍ ବଷ୍ଟର୍" ପାଇଁ ଡିଜାଇନ୍ କରାଯାଇଛି। ଏହା କମ ଉଚ୍ଚ ସ୍ଥାନ, ପାହାଡ ଇଲାକା ରେ ପ୍ରଭାବ ପକାଇ ପାରିବ । ବିନା ଜିପିଏସ୍‌ରେ ମଧ୍ୟ ଲକ୍ଷ ଭେଦ କରିପାରିବ ଏହି ମିସାଇଲ୍ ।

ରାଫେଲର ଭୟାବହତା
ରାଫେଲ ୪.୫ ପିଢୀର ମଲ୍ଟି ରୋଲ ଫାଇଟର ଜେଟ ଅଟେ । ଏହା ନିଜର ଉନ୍ନତ ଟେକନିକ ଏବଂ କ୍ଷମତା ପାଇଁ ପରିଚିତ । ତେବେ ଜଦି ଦେଖାଯାଏ , ତେବେ ରାଫେଲର ଗତି ଘଣ୍ଟା ପ୍ରତି ୨୨୦୨ କିଲୋମିଟର ଅଟେ । ଯାହା ପାକିସ୍ତାନର ଜେଏଫ-୧୭ (୧୯୧୦କିମି/ଘଣ୍ଟା ) ଏବଂ ଜେ-୧୯ସିଇ (2100km/hr)ରୁ ଅଧିକ ଅଟେ । ଏହାର କ୍ଷମତା ୩୭୦୦ କିଲୋମିଟର ଲମ୍ବା ଅଟେ ।

ବ୍ରହ୍ମୋସ ସୁପରସୋନିକ କ୍ରୁଜ୍‌ ମିସାଇଲ
ଏହା ୪୦୦ରୁ ୬୦୦ କିଲୋମିଟର କ୍ଷମତାରେ ସଠିକ ଲକ୍ଷ୍ୟ ଭେଦ କରିପାରିବ । ବହାୱଲପୁର ଏବଂ ମୁଜଫରାବାଦ୍ ଭଳି ବଡ ସ୍ଥାନରେ ଆଟାକ୍‌ କରିବା ପାଇଁ ବ୍ୟବହାର କରାଯାଇଛି । ୬୦ କିଲୋମିଟର ରେଞ୍ଜ ଯାଏଁ ଏହା ଗତି କରିପାରିବ । ଏହା ବଡ ବଡ ଆତଙ୍କୀ ସଂଗଠନର ସ୍ଥାନକୁ ନଷ୍ଟ କରିଛି ।

ପୋପେ ପ୍ରିସିସନ୍-ଗାଇଡେଡ୍ ମିସାଇଲ୍
ଏହି ମିସାଇଲ ୭୮ କିଲୋମିଟର ଯାଏଁ ଭେଦ କରିବାର କ୍ଷମତା ରଖିଛି । ରାୱଲପିଣ୍ଡି ନିକଟରେ ଥିବା ଅସ୍ତ୍ରଶସ୍ତ୍ର ଡିପୋକୁ ଲକ୍ଷ୍ୟ କରି ଭେଦ କରାଯାଇଥିଲା ।

ସ୍ଵଦେଶୀ ଲେଜର ଗାଇଡେଡ୍ ବମ୍
ଡିଆରଡିଓ(DRDO) ଦ୍ଵାରା ଏହାକୁ ବିକଶିତ କରାଯାଇଛି । ୧୦୦୦ କିଗ୍ରା ବିସ୍ଫୋଟକର କ୍ଷମତା ରଖିଛି ଏହି ବମ୍ । ମୁରିଦ୍‌କେର ଲସ୍କର ଇ ତୋଇବା ସଂଗଠନ ଉପରେ ଏହାର ଆକ୍ରମଣ କରାଯାଇଛି ।


ଡ୍ରୋନ ଲଞ୍ଚ ମାଇକ୍ରୋ ମ୍ୟୁନିଶନ୍ସ
ଏହି ଡ୍ରୋନ ଛୋଟ କିନ୍ତୁ ମହତ୍ତ୍ବପୂର୍ଣ୍ଣ ଲକ୍ଷ୍ୟ । ଏହି ଗୋଳା ବାରୁଦର ବିଶେଷତ୍ଵ ହେଉଛି ଷ୍ଟାଣ୍ଡ ଅଫ କ୍ଷମତା । ପାକିସ୍ତାନ ଏୟାରଫୋର୍ସରେ ନପଶି କିପରି ପାକିସ୍ତାନ ଉପରେ ଆକ୍ରମଣ କରିହେବ ସେଥିପାଇଁ ଏହା ଭାରତୀୟ ବିମାନକୁ ଅନୁମତି ଦେଇଛି । ଏହି ରଣନୀତିଟି ୨୦୧୯ ବାଲାକୋଟ ଆକ୍ରମଣ ଦ୍ୱାରା ଅନୁପ୍ରାଣିତ ହୋଇଥିଲା, କିନ୍ତୁ ଏହା ଅଧିକ ଉନ୍ନତ ଏବଂ ବ୍ୟାପକ ଥିଲା। ଏହା ବାହାୱାଲପୁର (ଜେଇଏମ୍ ମୁଖ୍ୟାଳୟ), କୋଟଲି, ରାୱଲପିଣ୍ଡି ଏବଂ ଅନ୍ୟାନ୍ୟ ଅଞ୍ଚଳରେ 5ଟି ସ୍ଥାନରେ ଭେଦ କରିଛି । ପାକିସ୍ତାନୀ ଅଞ୍ଚଳ ଭିତରକୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରାଯାଇଥିଲା, ଯାହା ଭାରତର ଗଭୀର ଆକ୍ରମଣ କ୍ଷମତାକୁ ପ୍ରଦର୍ଶନ କରିଛି ।

ଇଲ୍ୟୁସିନ୍ ଆଇ ଏଲ୍ -୭୮
300 କିଲୋମିଟର ପର୍ଯ୍ୟନ୍ତ ପାକିସ୍ତାନୀ ବାୟୁସେନା ଆକ୍ରମଣ କରିପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
#OperationSindoor; These are the missiles launched against Pakistan | Argus News