Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାର୍ବାଡୋସରୁ ଭାରତ ଫେରିଲେ ବିଶ୍ବ ବିଜେତା 

Manini Pattanayak
Browse all articles by Manini Pattanayak
·2 years ago·1 min read
ବାର୍ବାଡୋସରୁ ଭାରତ ଫେରିଲେ ବିଶ୍ବ ବିଜେତା 

ନୂଆଦିଲ୍ଲୀ: ବାର୍ବାଡୋସରୁ ଭାରତ ଫେରିଲେ ବିଶ୍ବ ବିଜେତା । ସ୍ବତନ୍ତ୍ର ଚାଟାର୍ଡ ଫ୍ଲାଇଟରେ ଫେରିଛନ୍ତି ଚାମ୍ପିୟନ । ଆଜି ସକାଳ ୬ଟାରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି ଭାରତୀୟ ଟିମର ବିମାନ । ବାତ୍ୟା ପାଇଁ ବାର୍ବାଡୋସରେ ପଶି ରହିଥିଲା ଟିମ୍ ଇଣ୍ଡିଆ । ଯେଉଁଥିପାଇଁ ଖେଳାଳୀଙ୍କର ସ୍ବଦେଶ ଫେରିବାରେ ବିଳମ୍ବ ହୋଇଥିଲା ।  ଦିଲ୍ଲୀରେ ଟିମ୍ ଇଣ୍ଡିଆ ପହଞ୍ଚିବା ପରେ 11ଟାରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଖେଳାଳୀ ମାନେ ମୁମ୍ବାଇ ଅଭିମୁଖେ ଉଡାଣ ଭରିବେ ।

ମୁମ୍ବାଇରେ ପହଞ୍ଚିବା ପରେ ସମସ୍ତ ଖେଳାଳୀ ଖୋଲା ବସରେ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବେ । ସେଠାରେ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ବିଶ୍ବକପ ଟ୍ରଫି ଦେବେ ଅଧିନାୟକ ରୋହିତ ଶର୍ମା । ବାତ୍ୟାରେ ଫଶିଥିବା ଟିମ୍ ଇଣ୍ଡିଆର ଖେଳାଳୀଙ୍କ ପାଇଁ ବାର୍ବାଡୋସକୁ ସ୍ବତନ୍ତ୍ର ବିମାନ ପଠାଇଥିଲା ବିସିସିଆଇ ।  ଏହି ବିମାନରେ ଖେଳାଳୀଙ୍କ ସହ ସହଯୋଗୀ ଷ୍ଟାଫ୍, ଖେଳାଳୀଙ୍କ ପରିବାର ସଦସ୍ୟ, ବିସିସିଆଇର କିଛି ସଦସ୍ୟ, ଭାରତୀୟ ଗଣମାଧ୍ୟମର କିଛି ସଦସ୍ୟ ଭାରତ ଫେରୁଛନ୍ତି । ଚଳିତ ଟି-୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ । ଦୀର୍ଘ ୧୭ ବର୍ଷ ପରେ ପୁଣିଥରେ ଟି-୨୦ ବିଶ୍ବକପ ଚାମ୍ପିୟନ ହୋଇଛି ଭାରତୀୟ ଦଳ । ସେପଟେ ଟିମ ଭାରତ ପହଞ୍ଚିବା ପରେ ସଂନ୍ଧ୍ୟା 5ଟା ବେଳେ ମୁମ୍ବାଇ  ମେରାଇନ ଡ୍ରାଇଭ ଓ  ୱାଙ୍ଖଡେ ଷ୍ଟାଡିୟମରେ ବିଜୟ ଉତ୍ସବ ପାଳନ କରାଯିବ ବୋଲି ଟିମ ଇଣ୍ଡିଆର କ୍ୟାପଟେନ ରୋହୀତ ଶର୍ମା Xରେ ସୂଚନା ଦେଇଛନ୍ତି । 

ଅଧିକ ପଢନ୍ତୁ କ୍ରୀଡା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'They're home': T20 World Champions Team India arrives in Delhi | Argus News