ଫୋନ୍ ଚୋରି କରି ଚଳନ୍ତା ଟ୍ରେନରେ ଝୁଲି ରହିଲା ଚୋର, ଭାଇରାଲ ହେଲା ଭିଡିଓ

Key Points
ଗୋଟେ ଚୋର ସେହି ଟ୍ରେନରୁ ଯାତ୍ରୀଙ୍କ ଫୋନ ଚୋରି କଲାପରେ ସେହି ଟ୍ରେନରୁ ଯାଇ ନପାରି ଚଳନ୍ତା ଟ୍ରେନର ଫୁଟବୋର୍ଡରେ ଝୁଲି ରହିଥିଲେ । ହେଲେ ଯେତେ କହିଲେ ମଧ୍ୟ ସେ ଶୁଣିନଥିଲା, କି ଉପରକୁ ଆସୁନଥିଲା ।
ସୋସିଆଲ ମିଡିଆରେ ଗୋଟେ ମଜାଦାର ଭିଡିଓ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ବିହାରର ଭାଗଲପୁର ମୁଜାଫାର୍ପୁର ଜନସେବା ଇଣ୍ଟରସିଟି ଏକ୍ସପ୍ରେସର ଏକ ଭିଡିଓରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଗୋଟେ ଚୋର ସେହି ଟ୍ରେନରୁ ଯାତ୍ରୀଙ୍କ ଫୋନ ଚୋରି କଲାପରେ ସେହି ଟ୍ରେନରୁ ଯାଇ ନପାରି ଚଳନ୍ତା ଟ୍ରେନର ଫୁଟବୋର୍ଡରେ ଝୁଲି ରହିଥିଲେ । ଯାତ୍ରୀମାନେ ସେହି ଚୋରକୁ ଦେଖିବା ପରେ ଖୁବ ଜୋରରେ ଚିଲାଇ ତାକୁ ଉପରକୁ ଆସିବା ପାଇଁ କହିଥିଲେ । ହେଲେ ଯେତେ କହିଲେ ମଧ୍ୟ ସେ ଶୁଣିନଥିଲା, କି ଉପରକୁ ଆସୁନଥିଲା । ସେଠାରେ ଥିବା ଯାତ୍ରୀମାନେ ତାକୁ ଅନେକ ଗାଳିଗୁଲଜ କରିବା ସହ ବେଲ୍ଟ କାଢି ମାରିବାକୁ ବାହାରିଥିଲେ ।
ଏହି ସମୟରେ ଚୋର ଜଣକ ଭୟରେ ଯାତ୍ରୀଙ୍କ ଗୋଡ ଟାଣିଦେବାକୁ ଧମକ ଦେଇଥିଲା, ଆଉ ଟ୍ରେନଟି ବ୍ରିଜ ପାର ହେବା ପୂର୍ବରୁ ଚୋରଟି ଚଳନ୍ତା ଟ୍ରେନରୁ ବୁଦା ଭିତରକୁ ଡେଇଁ ପଡିଥିଲେ । ଏହି ଭିଡିଓକୁ ପ୍ରଥମେ "ପଞ୍ଚାୟତ ୱାଲେ ଭାୟା" ନାମକ ଏକ ଆକାଉଣ୍ଟ ସୋସିଆଲ ମିଡିଆରେ ଶେୟାର କରିଥିଲେ । ପରେ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଜାମାଲପୁର ରେଲୱେ ଏସପି ରମଣ୍ ଚୌଧୁରୀ କହିଥିଲେ, ଭିଡିଓଟି ଆମ ନଜରକୁ ଆସିଛି, ଭିଡିଓ ଦ୍ବାରା ଆମେ ଖୁବଶୀଘ୍ର ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛୁ ।
📱 Get Argus News App
✨he was caught stealing a mobile phone in the train
— JΛYΣƧΉ (@baldwhiner) July 24, 2025
instead of handing him over to cops, passengers decided to trash him n throw him out! pic.twitter.com/ASayjNFwXd