ହଠାତ୍ ଏକ ଅଳିଆ ବ୍ୟାଗ ନିଜେ ନିଜେ ଚାଲିବାକୁ ଲାଗୁଛି

ଅର୍ଗସ ବ୍ୟୁରୋ: ଚୋର ମାନେ ଚୋରି କରିଵାର ଉପାୟ ଭିନ୍ନ ଭିନ୍ନ ଅପଣାଇଛନ୍ତି । କିନ୍ତୁ ଵର୍ତ୍ତମାନର ଚୋର କିଛି ନିଆରା ଢଙ୍ଗରେ ଚୋରି କରିଵାର ଦୃଶ୍ୟ ସାମ୍ନାକୁ ଆସିଛି । ହଠାତ୍ ଏକ ଅଳିଆ ବ୍ୟାଗ ନିଜେ ନିଜେ ଚାଲିବାକୁ ଲାଗୁଛି ।
ଚୋର କେବଳ ସୁଯୋଗ ଖୋଜେ ଏବଂ ସୁଯୋଗ ପାଇବା ମାତ୍ରେ ସେ ଆଖି ପିଛୁଳାକେ ହାତ ପୋଛିଦିଏ । ବାସ୍ତବରେ ସମୟ ବଦଳିବା ସହିତ ଚୋରମାନେ ମଧ୍ୟ ଚୋରି କିରିଵାର ଢଙ୍ଗ ଵଦଳାଇଛନ୍ତି । ଚୋରମାନେ ଚୋରି ପାଇଁ ନୂଆ ପଦ୍ଧତି ଚେଷ୍ଟା କରୁଛନ୍ତି ଯାହା ଆପଣ ଜାଣିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ। ଏପରି ଜଣେ ଚୋରଙ୍କର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି କିଛି ଲୋକ ହସୁଥିବାବେଳେ ଅନ୍ୟମାନେ ଚୋରିର ଏହି ପଦ୍ଧତି ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଦୃଶ୍ୟଟି ଦେଖିଵା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ଆପଣ ହୁଏତ ଚୋରିର ଅନେକ ଭିଡିଓ ଦେଖିଥିବେ କିନ୍ତୁ ଏହି ଭାଇରାଲ୍ ଭିଡିଓରେ ଚୋରିର ପଦ୍ଧତି ଆପଣଙ୍କୁ ମଧ୍ୟ ଚକିତ କରିବ । ଭିଡିଓରେ ଜଣେ ବ୍ୟକ୍ତି ଅଳିଆ ବ୍ୟାଗ ପିନ୍ଧି ଚୋରି କରୁଥିବା ଦେଖିବାକୁ ମିଳିବ। ପ୍ରକୃତରେ ବ୍ୟକ୍ତି ଜଣକ ଅଳିଆ ବ୍ୟାଗ ପିନ୍ଧି ପାର୍ସଲ ଚୋରି କରିବାକୁ ଚେଷ୍ଟା କରୁଛନ୍ତି ।
📱 Get Argus News App
✨ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଏହି ଭିଡିଓରେ ଆପଣ ଦେଖିବେ କିପରି ଏକ ବଡ ଅଳିଆ ଆବର୍ଜନା ଜରି ଚାଳୁଛି। କିନ୍ତୁ ତା ଭିତରେ ଏକ ବଡ କଳା ଅଳିଆ ବ୍ୟାଗ ପିନ୍ଧିଥିବା ଚୋର ଧୀରେ ଧୀରେ କବାଟ ଆଡକୁ ଯାଉଛି । ଏହା ପରେ ସେ ସେଠାରେ ରଖାଯାଇଥିବା ଏକ ପାର୍ସଲ୍ ବାକ୍ସ ଉଠାଇ ବ୍ୟାଗ୍ ଭିତରେ ଲୁଚାଇ ନେଉଛି ।