Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗୁଗଲ ପେ'କୁ ନେଇ କିଛି ଜାଣିବାର କଥା...

Ritu Das
Browse all articles by Ritu Das
·2 years ago·2 min read
ଗୁଗଲ ପେ'କୁ ନେଇ କିଛି ଜାଣିବାର କଥା...

ଅର୍ଗସ ବ୍ୟୁରୋ: ଗୁଗୁଲ ପେ...ଏ ନାଁ ସହ ଆମେ ସମସ୍ତେ ପରିଚିତ । କାରଣ ପ୍ରତିଦିନ ଆମେ ଏହାକୁ ବ୍ୟବହାର କରୁ । ହେଲେ ଏହାର ହିଷ୍ଟ୍ରିକୁ ନେଇ ଅନେକ ସମୟରେ ଆମେ ହଇରାଣରେ ପଡିଥାଉ । ହେଲେ ଏବେ ସମୟ ଆସିଛି ଗୁଗଲ ପେ'କୁ ନେଇ କିଛି ଜାଣିବାର କଥା...  
ଆଜିକାଲି ଇଣ୍ଟରନେଟ ଯୁଗରେ ପକେଟରେ ଆଉ କେହି ଟଙ୍କା ଧରୁନାହାନ୍ତି । ଫୋନରୁ ପେମେଣ୍ଟ କରୁଛନ୍ତି। ଆଉ ଏହି ପେମେଣ୍ଟରେ ସର୍ବାଧିକ ବ୍ୟବହାର କରାଯାଉଥିବା ଆପ୍‌ ହେଉଛି ଫୋନ ପେ ଏବଂ ଗୁଗଲ ପେ'।

ପ୍ରତିଦିନ କୋଟି କୋଟି ଟଙ୍କା ଗୁଗୁଲ୍ ପେ' ରେ ହିଁ ଟ୍ରାଞ୍ଜାକ୍ସନ କରୁଛନ୍ତି । ଠିକ୍‌ ସେହିପରି ଗୁଗୁଲ୍ ପେ' ହେଉଛି ଏକ UPI ଆଧାରିତ ଡିଜିଟାଲ୍ ପେମେଣ୍ଟ ଆପ୍ ଯାହା ମାଧ୍ୟମରେ ଆପଣ UPI ID, ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପେମେଣ୍ଟ କରିପାରିବେ। ଏହା ବ୍ୟତୀତ ଆପଣ ଗୁଗୁଲ୍ ପେ ମାଧ୍ୟମରେ ଗ୍ୟାସ୍ ବିଲ୍, ବିଦ୍ୟୁତ୍ ବିଲ୍ ଏବଂ କ୍ରେଡିଟ୍ କାର୍ଡ ବିଲ୍ ମଧ୍ୟ ଦେଇପାରିବେ। ବହୁ ସଂଖ୍ୟକ ଦେୟ ହେତୁ, କାରବାରର ଏକ ଦୀର୍ଘ ଇତିହାସ ସୃଷ୍ଟି ହୁଏ, ତେଣୁ କିଛି ଗୁରୁତ୍ୱପୂର୍ଣ୍ଣ ଦେୟ ID ଖୋଜିବା କଷ୍ଟକର ହୋଇଯାଏ। ଆଜି ଆମେ ଆପଣଙ୍କୁ କହିବୁ କିପରି ଗୁଗଲ୍ ପେର ହିଷ୍ଟ୍ରି କେମିତି ଡିଲିଟ କରିବେ। 

ଏହା ପାଇଁ ଆପଣ ପ୍ରଥମେ ଗୁଗଲ ପେ ଆପ ଉପରେ କ୍ଲିକ୍‌ କରନ୍ତୁ, ପରବର୍ତ୍ତୀ ସମୟରେ ପ୍ରୋଫାଇଲ ଆଇକନ ଉପରେ କ୍ଲିକ କରନ୍ତୁ। ଏହାପରେ  ସ୍କ୍ରୋଲ୍ କରି ସେଟିଂସ କୁ ଯାଆନ୍ତୁ , ପରେ ପ୍ରାଇଭେସି ଆଣ୍ଡ ସିକ୍ୟୁରିଟିରେ କ୍ଲିକ କରନ୍ତୁ | ବର୍ତ୍ତମାନ ଡାଟା ଆଣ୍ଡ ପର୍ସନାଲାଇଜେସନ୍ ଆକ୍ସନ ଅପ୍ସନଟିକୁ ବାଛନ୍ତୁ। ଏବେ Google Account link ଉପରେ କ୍ଲିକ କରି ନିଜ ଜିମେଲ ଆଇଡି ସହ login କରିନିଅନ୍ତୁ। ଏହା ହେଵା ପରେ ପେମେଣ୍ଟ ସବସ୍କ୍ରିପସନ୍ ଟ୍ୟାବ୍ ଉପରେ ଟ୍ୟାପ୍ କରନ୍ତୁ। ଏବେ ମେନେଜ ଏକ୍ସପିରିଏନ୍ସ ଉପରେ କ୍ଲିକ କରି ଏଠାରୁ ନିଜର ଏକ କିମ୍ବା ଏକାଧିକ ହିଷ୍ଟ୍ରି ଡିଲିଟ କରିପାରିବେ। ଏଠାରେ ଆପଣ ପୁରା ହିଷ୍ଟ୍ରି ମଧ୍ୟ ଡିଲିଟ କରିବାରେ ସକ୍ଷମ ହେବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
Things to know | Argus News